କେନ୍ଦୁଝରରେ ପତାକା ଉତ୍ତୋଳନ କଲେ ଜଳସମ୍ପଦ ମନ୍ତ୍ରୀ
କେନ୍ଦୁଝର,୧୫ା୮(ସ୍ବ.ପ୍ର.): ଜିଲାସ୍ତରୀୟ ୭୫ ତମ ସ୍ବାଧୀନତା ଦିବସ କେନ୍ଦୁଝର ଷ୍ଟାଡିୟମଠାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୂଚନା ଲୋକ ସମ୍ପର୍କ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ…
ଅଧାରେ ଅଟକିଛି ବ୍ରିଜ୍ମ୍ୟାନ୍ଙ୍କ ସ୍ୱପ୍ନ
କେନ୍ଦୁଝର,୧୩।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସୋସୋ-କାନପୁର ଗ୍ରାମର ଗଙ୍ଗାଧର ରାଉତ (୬୫) ନିଜର ପେନ୍ସନ୍ ଅର୍ଥରେ ସାଳନ୍ଦୀ ନଦୀରେ ୨୭୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାରର ପୋଲ ନିର୍ମାଣ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି କାମ…
ଖେଳୁ ଖେଳୁ ବୁଡ଼ି ଗଲେ ଦୁଇ ଭଉଣୀ
କେନ୍ଦୁଝର, ୧୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଜଗମୋହନପୁର ଗ୍ରାମ ମଣ୍ଡା ସାହିରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଦୁଇ ଭଉଣୀ ଖେଳୁଥିବା ବେଳେ ଅସାବଧାନତାବଶତଃ ପୋଖରୀରେ ପଡ଼ିଯିବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଯୋଗୀ ମୁଣ୍ଡାଙ୍କ ୩…
ସ୍ପଷ୍ଟ ଦିବାଲୋକରେ ଘରେ ପଶି ନଗଦ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ନେତ୍ରାନନ୍ଦ ମହାନ୍ତଙ୍କ ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତମାନେ ଗେଟ୍ ଭାଙ୍ଗି ଘରେ ପଶି ଗଡରେଜରୁ ନଗଦ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଇଛନ୍ତି।…
୨୨ବର୍ଷରେ ୧୨୧ ହାତୀ ମୃତ
କେନ୍ଦୁଝର,୧୨।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ହାତୀ ମଣିଷ ଲଢ଼େଇ ଲାଗି ରହିଛି। କେତେବେଳେ ନିରୀହ ମଣିଷଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷଙ୍କ ଆକ୍ରୋଶରୁ ଟଳି ପଡ଼ୁଛନ୍ତି ହାତୀ। ୨୨ ବର୍ଷ ମଧ୍ୟରେ ଜିଲାରେ ୧୨୧ ହାତୀଙ୍କ ମୃତ୍ୟୁ ହୋଇଥିବାରୁ ସେମାନଙ୍କ ସୁରକ୍ଷା ନେଇ…
ଜେଲ ଗଲେ କୋଟିପତି ଟେକ୍ନିକାଲ କନସଲଟାଣ୍ଟ
କେନ୍ଦୁଝର,୧୧ା୮(ସ୍ବ.ପ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଭିଜିଲାନ୍ସ ଯୋଡ଼ା ବ୍ଲକରେ କାର୍ଯ୍ୟରତ ସମଗ୍ର ଶିକ୍ଷା ଅଭିଯାନର ଟେକ୍ନିକାଲ୍ କନ୍ସଲ୍ଟାଣ୍ଟ ଇଂ. କ୍ଷେତ୍ରବାସୀ ମହାନ୍ତଙ୍କୁ ବୁଧବାର ଗିରଫ କରିଛି। ମଙ୍ଗଳବାର କେନ୍ଦୁଝରସ୍ଥିତ ତାଙ୍କ ବାସଭବନ, ରଘୁନାଥପୁର ଗାଁରେ ଥିବା ଘର,…
ହାତୀ ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ
କେନ୍ଦୁଝର,୧୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ସାରୁକୁଦର ଗ୍ରାମ ନିକଟ ପାରାଭାଡି ଜଙ୍ଗଲରେ ମୃତ୍ୟୁ ଘଟିଥିବା ଏକ ମାଈ ହାତୀକୁ ଦେଖିବାକୁ ଡିଏଫ୍ଓ ଅଜିତ୍ ଶତପଥୀ, ଆରସିସିଏଫ୍ ଅରୁଣ କୁମାର ମିଶ୍ର , ଭେଟନାରୀ କଲେଜ, ଭୁବନେଶ୍ୱରର…
ଜମି ଫାଟି ଆଁ : ଚିନ୍ତାରେ ଚାଷୀ
ତେଲକୋଇ, ୧୧।୮(ଡି.ଏନ.ଏ.): ଚାଷୀ ବହୁଳ ତେଲକୋଇ ଅଞ୍ଚଳରେ ବର୍ଷାର ଅଭାବ ଯୋଗୁ ଅଧିକାଂଶ ଜମି ଶୁଖିଲା ପଡିଛି । ଧାନ, ରୁଆ ବିହୁଡା ଅଧାରେ ରହିଛି। ଚାଷୀ ମାନେ ଧାର କରଜ କରି ଧାନ ବିହନ, ସାର, ଔଷଧ ଆଣିଥିବାରୁ ଏବେ…
କଟକଣା ମଧ୍ୟରେ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କଲେ ଭକ୍ତ
କେନ୍ଦୁଝର,୧୦।୮(ସ୍ବ.ପ୍ର.): ଘଟଗାଁ ମା’ ତାରିଣୀ ପୀଠ ମଙ୍ଗଳବାରଠାରୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଛି। କୋଭିଡ୍ କଟକଣା ଓ ଗାଇଡଲାଇନ୍ ଭିତରେ ଭକ୍ତ ମାନେ ମା’ ଙ୍କ ଦର୍ଶନ କରୁଛନ୍ତି । ଟ୍ରଷ୍ଟ ପକ୍ଷରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।…
ଭିଜିଲାନ୍ସ ଜାଲରେ ସର୍ବଶିକ୍ଷା ଅଭିଯାନ ଟେକ୍ନିକାଲ କନସଲଟାଣ୍ଟ
କେନ୍ଦୁଝର,୧୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ସର୍ବଶିକ୍ଷା ଅଭିଯାନ ଟେକ୍ନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ଏକକାଳୀନ ୪ଟି ସ୍ଥାନରେ ସକାଳୁ ସକାଳୁ ଚଢାଉ…
ମାନିଲେନି କଟକଣା: ବଳଦେବ ଜୀଉ ମନ୍ଦିର ଉପରେ ଚଢ଼ିଗଲେ
କେନ୍ଦୁଝର,୯।୮(ସ୍ବ.ପ୍ର.): ମନ୍ଦିର ପ୍ରବେଶ ଲାଗି ରହିଛି କଟକଣା। ଏହାସତ୍ତ୍ୱେ କେନ୍ଦୁଝର ପୁରୁଣା ସହର ସ୍ଥିତ ବଳଦେବ ଜୀଉ ମନ୍ଦିର ଉପରକୁ ସୋମବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ଚଢ଼ି ଯାଇଥିଲେ। ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମନ୍ଦିର ଦାୟିତ୍ୱରେ ଥିବା କର୍ମଚାରୀ…
ମଙ୍ଗଳବାରଠୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର
କେନ୍ଦୁଝର/ଘଟଗାଁ,୯ା୮(ସ୍ବ.ପ୍ର./ଡି.ଏନ୍.ଏ.): ମଙ୍ଗଳବାରଠାରୁ କୋଭିଡ୍ କଟକଣାରେ ଖୋଲିବ କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିର। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି। ଶ୍ରଦ୍ଧାଳୁମାନେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷାକରି ମା’ଙ୍କ ଦର୍ଶନ କରିପାରିବେ। ୨ଟି ପର୍ଯ୍ୟାୟରେ…
Archives


