ଜମି ଫାଟି ଆଁ : ଚିନ୍ତାରେ ଚାଷୀ

ତେଲକୋଇ, ୧୧।୮(ଡି.ଏନ.ଏ.): ଚାଷୀ ବହୁଳ ତେଲକୋଇ ଅଞ୍ଚଳରେ ବର୍ଷାର ଅଭାବ ଯୋଗୁ ଅଧିକାଂଶ ଜମି ଶୁଖିଲା ପଡିଛି । ଧାନ, ରୁଆ ବିହୁଡା ଅଧାରେ ରହିଛି। ଚାଷୀ ମାନେ ଧାର କରଜ କରି ଧାନ ବିହନ, ସାର, ଔଷଧ ଆଣିଥିବାରୁ ଏବେ ଚିନ୍ତାରେ ପଡିଛନ୍ତି। ମୌସମୀ ବର୍ଷା ଓ ଲଘୁଚାପ ବର୍ଷା ଏହି ଅଞ୍ଚଳରେ ଏଯାଏ ସକ୍ରିୟ ହୋଇପାରିନାହିଁ। କୃଷି ବିଭାଗ ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ୧୬ ହଜାର ହେକ୍ଟରରୁ ଅଧିକା ଚାଷ ଜମି ରହିଛି। ସେହିପରି ୧୨ଟି କ୍ଷୁଦ୍ର ଜଳସେଚନ ରହିଛି। ଏହି ଅଞ୍ଚଳର ଚାଷୀମାନେ ପ୍ରାୟତଃ ଚାଷ ଉପରେ ନିର୍ଭର କରିଥାନ୍ତି ।୨୦୧୯-୨୦ ମସିହାରେ ଅଗଷ୍ଟ ମାସ ସୁଦ୍ଧା ୪୪ ମି.ମି. ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ୨୨ ମି.ମି. ବର୍ଷା ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜମିରେ ପାଣି ନ ଥିବାରୁ ଚାଷ କାମ କରି ହେଉନାହିଁ ବୋଲି ଚାଷୀ ଭଦ୍ରସେନ ପ୍ରଧାନ କହିଛନ୍ତି। ସେପଟେ ବର୍ଷାର ଅଭାବ ଯୋଗୁ କ୍ଷୁଦ୍ର ଜଳସେଚନ ଭଣ୍ଡାରରେ ପାଣିର ଅଭାବ ପାଇଁ ଚାଷୀ ମାନେ ମଧ୍ୟ ଜଳସେଚନରୁ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ କୃଷି ବିଭାଗ ଅଧିକାରୀ ଭୁବନେଶର ହାଁସଦା କହିଛନ୍ତି ବର୍ଷାର ଅଭାବ ଯୋଗୁ ଚାଷୀ ପ୍ରଭାବିତ ହୋଇଛନ୍ତି। ଆଗାମୀ ସପ୍ତାହରେ ବର୍ଷା ନ ହେଲେ ଚାଷୀଙ୍କ ସମସ୍ୟା ହେବା ଆଶଙ୍କା ଦେଖାଦେଇଛି। ଏ ନେଇ ପ୍ରତି ସପ୍ତାହରେ ଚାଷ ଉପରେ ଆମ ବିଭାଗ ପକ୍ଷରୁ ଜିଲା କୃଷି ବିଭାଗକୁ ଅବଗତ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri