ସ୍ପଷ୍ଟ ଦିବାଲୋକରେ ଘରେ ପଶି ନଗଦ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ନେତ୍ରାନନ୍ଦ ମହାନ୍ତଙ୍କ ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତମାନେ ଗେଟ୍‌ ଭାଙ୍ଗି ଘରେ ପଶି ଗଡରେଜରୁ ନଗଦ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଇଛନ୍ତି।

ସୂଚନାନୁଯାୟୀ, ଗୁରୁବାର ପୂର୍ବାହ୍ନରେ ନେତ୍ରାନନ୍ଦଙ୍କ ଘରେ ତାଙ୍କ ସ୍ତ୍ରୀ ବିମଳା ମହାନ୍ତ ଘରର ମୁଖ୍ୟ ଗେଟ୍‌ରେ ତାଲା ପକାଇ ଘର ପଛ ପାର୍ଶ୍ୱ ବିଲକୁ ଯାଇଥିବା ଦୁର୍ବୃତ୍ତ ଘରର ଚାବି ଭାଙ୍ଗିବା ପରେ ଘରେ ପଶି ଆଲମୀରା ଲକର ଭାଙ୍ଗି ନଗଦ ୮୦ ହଜାର ଟଙ୍କା, ଗୋଟିଏ ସୁନା ଚେନ୍‌,୨ ହଳ କାନ ଫୁଲ, ୨ ମୁଦି ଓ ରୁପା ପାଉଁଜି ହଳେ ଚୋରି କରି ନେଇଥିବା ବିମଳା ସୂଚନା ଦେଇଛନ୍ତି। ଅଭିଯୋଗ ପରେ ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଅଞ୍ଚଳରେ ଛାନ୍‌ଭିନ୍‌ ଜାରି ରଖିଛି।

ସୂଚନାଯୋଗ୍ୟ, ଗତ ୩ ତାରିଖ ପୂର୍ବାହ୍ନ ତହସିଲ ସମ୍ମୁଖରୁ ଡିକି ତାଡ଼ି ୪ ଲକ୍ଷ ଟଙ୍କା ଲୁଟ୍‌ ପରେ ପାଟଣା ଥାନା ଅଞ୍ଚଳରେ ଲୁଟେରା ସକ୍ରିୟ ହୋଇ ଗୋଟିଏ ପରେ ଗୋଟିଏ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚାଲିଛନ୍ତି। ମାତ୍ର ପୋଲିସ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାରରେ ନେଉଥିଲେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ

କଟକ ଅଫିସ,୧୩।୧୧: ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍‌ ଶନିବାର ଟାଙ୍ଗି ଛକ ନିକଟରୁ ୮୦ କେଜି ଗଞ୍ଜେଇ ଏବଂ ଚୋରା ଚାଲାଣରେ ବ୍ୟବହୃତ ଏକ...

ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ଜୀବନ ଗଲା

ଜୁନାଗଡ଼,୬।୧:କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ନ୍ୟାସୀକୁଣ୍ଡାମାଲ ଛକ ନିକଟରେ ବୁଧବାର ସାରେ ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତ କକାଙ୍କ ନାମ ଜଗବନ୍ଧୁ...

ନିଜ ପକେଟ ଗରମରେ ବ୍ୟସ୍ତ ଅବକାରୀ କର୍ମଚାରୀ: ରାଜସ୍ବ ଆଦାୟକୁ ଧ୍ୟାନ ନାହିଁ, ଧାର୍ଯ୍ୟ ଲକ୍ଷ୍ୟର ଅଧା ବି ପୂରଣ ହେଉନି

ଜଗତ୍‌ସିଂହପୁର ଅଫିସ,୨୬ା୭ : ଜଗତ୍‌ସିଂହପୁର ଜିଲାରେ ଦିନକୁ ଦିନ ବେଆଇନ ମାଦକ ଦ୍ରବ୍ୟ କାରବାର ବଢିଚାଲିଛି। ପୋଲିସ ଓ ଅବକାରୀ ବିଭାଗର ଅସାଧୁ କର୍ମଚାରୀମାନେ ଏହାକୁ...

ଗାଧୋଇବା ପାଇଁ ପାଣି ଗରମ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତ, ଯୁବକ ମୃତ

ଖୋର୍ଦ୍ଧା ଅଫିସ,୨୧।୧୨: ଗାଧୋଇବା ପାଇଁ ପାଣି ଗରମ କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲା ଚାନ୍ଦପୁର...

ଅଧ୍ୟକ୍ଷ ଆଶାୟୀ ତାଲିକା ଲମ୍ବୁଛି

ତାଳଚେର,୫ ।୩(ନି.ପ୍ର.) ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ନାମାଙ୍କନପତ୍ର ଦାଖଲ ସମୟସୀମା ଶେଷ ହେବାକୁ ଆଉ ମାତ୍ର ୩...

ତେଲନଦୀକୁ ଡେଇଁ ଦିବ୍ୟାଙ୍ଗ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର ଅଫିସ/ଗୁଡଭେଲା,୨୮ା୧୧(ଡି.ଏନ.ଏ.): ତୁଷରା ତେଲନଦୀ ପୋଲ ଉପରୁ ଶୁକ୍ରବାର ଜଣେ ଦିବ୍ୟାଙ୍ଗ ଯୁବକ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ପୋଲିସ ଟିମ୍‌ ସମ୍ପକ୍ତ...

ଇ-ବର୍ଜ୍ୟବସ୍ତୁରେ ସୁଉଚ୍ଚ ରୋବଟ

ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍‌, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍‌ବେଗ ପ୍ରକାଶ କରିବା...

ବସ୍‌ ମାଡିଯିବାରୁ ନାବାଳକ ମୃତ, ରାସ୍ତାରୋକୋ

ଦିଗପହଣ୍ଡି,୨୪ା୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡଗଁା ପଞ୍ଚାୟତ ଦାଉଣି ଗଁା ଛକରେ ଶନିବାର ଅପରାହ୍ନରେ ଯାତ୍ରୀବାହୀ ବସ୍‌ ମାଡିଯିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ...

Advertisement
Archives

Model This Week