କେନ୍ଦୁଝର

କେନ୍ଦୁଝରରେ ମହିଳାଙ୍କୁ ପ୍ରାଧାନ୍ୟ

କେନ୍ଦୁଝର,୧୪ା୩ (ସ୍ବ.ପ୍ର/ଡି.ଏନ.ଏ.): କେନ୍ଦୁଝର ଜିଲା ପରିଷଦ ସଭାପତି ନିର୍ବାଚନ ରବିବାର ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ୩୧ ନଂ. ଜୋନ୍‌ରୁ ନିର୍ବାଚିତ ଜିଲା ପରିଷଦ ସଭ୍ୟା ତଥା ବିଜେଡି ପ୍ରାର୍ଥୀ ସାଗରିକା ସାହୁ ସଭାପତି ଭାବେ ବିଜୟଲାଭ କରିଛନ୍ତି। ୩୭ ଜିଲା ପରିଷଦ…

ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ

କେନ୍ଦୁଝର, ୧୩।୩(ଡିଏନ୍‌ଏ): ରାଜ୍ୟର ବିଭିନ୍ନ ପୌରପାଳିକା ଓ ଅଧିସ୍ବୀକୃତି କ୍ଷେତ୍ର ବା ଏନ୍‌ଏସିରେ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବାବେଳେ ରାଜ୍ୟର ଅନ୍ୟତମ ପୁରାତନ ତଥା ୭୦ବର୍ଷର ପୌରପାଳିକା କେନ୍ଦୁଝରଗଡ ପୌର ପରିଷଦରେ ନିର୍ବାଚନରେ ଚଳିତ ଥର ସିଧାସଳଖ ଅଧ୍ୟକ୍ଷା ନିର୍ବାଚନ…

ଆବର୍ଜନା ପରିଚାଳନା କେନ୍ଦ୍ରରେ ନିଆଁ

କେନ୍ଦୁଝର,୧୨ା୩(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ବସ୍‌ଷ୍ଟାଣ୍ଡ ନିକଟ ନିଜିଗଡ଼ରେ ଥିବା ମଇଳା ଆବର୍ଜନା ପରିଚାଳନା କେନ୍ଦ୍ର (ଏମ୍‌ସିସି-୨)ରେ ଶନିବାର ସକାଳୁ ହଠାତ୍‌ ନିଆଁ ଲାଗିଯିବାରୁ ଚାରିଆଡ଼େ ଧୂଆଁମୟ ହୋଇଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଏହାଦ୍ୱାରା ବାୟୁମଣ୍ଡଳ…

ପାଟଣା, ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ପଦ ଦଖଲ କଲା ବିଜେଡି

ପାଟଣା,୧୨ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ସୁକାନ୍ତି ନାଏକ ଓ ସାହାରପଡ଼ା ବ୍ଲକରେ ରୀନା ନାଏକ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବ୍ଲକ ଅଧ୍ୟକ୍ଷା ପଦବୀ ନିର୍ବାଚନ ଆରମ୍ଭ ହୋଇଥିଲା। ଉଭୟ ବ୍ଲକ…

ଚିକିତ୍ସାରେ ଅର୍ଥ ବାଧକ

ଚମ୍ପୁଆ, ୧୨ ।୩(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାମୁଦଲକ ପଞ୍ଚାୟତର ମଙ୍ଗଳପୁର ମୁଣ୍ଡା ସାହିରେ ସୋନୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ଅସ୍ବାଭାବିକ ଭାବେ ତାଙ୍କର ଦୁଇ ଗୋଡ଼ ଫୁଲିଥିବାରୁ ଦୁଶ୍ଚିନ୍ତାରେ…

ନାଏବ ସରପଞ୍ଚ ନିର୍ବାଚନ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଣ୍ଡି ଅଧିକାରୀଙ୍କ ହାତ ଭାଙ୍ଗିଦେଲେ ମହିଳା

ପାଟଣା,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉପାନ୍ତ ଅଞ୍ଚଳ ରାଇଡିହା ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଫଳରେ ଉତ୍ତେଜନା ସୃଷ୍ଟି ହେବା ସହ ଏକ ଏକ ଗୋଷ୍ଠୀର ମହିଳାଙ୍କ ଆକ୍ରମଣରେ…

କାମ କରୁନି ଅକ୍ସିଜେନ ଜେନେରେଟର ପ୍ଲାଣ୍ଟ

କେନ୍ଦୁଝର, ୧୧।୩ (ସ୍ବ.ପ୍ର.) କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବସିଥିବା ଅକ୍ସିଜେନ ଜେନେରେଟର କାମରେ ଲାଗୁନି। ଏହା କାର୍ଯ୍ୟକ୍ଷମ ହେବା ଦିନ ଠାରୁ ଅକ୍ସିଜେନ ଲିକ ହେଉଥିବାରୁ ବ୍ୟବହାର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ରୋଗୀ ମାନେ…

ମେଳା ଦେଖିବାକୁ ଯାଇ ନଦୀରେ ବୁଡିଗଲେ

ଆନନ୍ଦପୁର,୧୦।୩(ସ୍ବ.ପ୍ର.): ବାଲିଘାଟ ପାଇଁ ନଦୀଗର୍ଭରେ ସୃଷ୍ଟି ହୋଇଥିବା ଗର୍ତ୍ତରେ ଜଣେ ବ୍ୟକ୍ତି ବୁଡି ପ୍ରାଣ ହରାଇଛନ୍ତି। ଏଭଳି ଘଟଣା ଘସିପୁରା ଥାନା ଦେଓଗାଁ ସ୍ଥିତ କୁଶେଇ ନଦୀରେ ଦେଖିବାକୁ ମିଳିଛି। ମୃତକ ହେଉଛନ୍ତି ଦେଓଗାଁ ସୀମାନ୍ତ ଯାଜପୁର ଜିଲା ଟମକା ଥାନା…

ମରଣାନ୍ତକ ଆକ୍ରମଣ ମାମଲାରେ ୫ବର୍ଷ ଜେଲ

କେନ୍ଦୁଝର,୧୦ା୩ (ସ୍ବ.ପ୍ର.):  କେନ୍ଦୁଝର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଏକ ମରଣାନ୍ତକ ଆକ୍ରମଣ ଘଟଣାର ବୁଧବାର ରାୟ ଶୁଣାଇ ଅଭିଯୁକ୍ତ ଲଛମନ ପରିଡାଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ…

ପଞ୍ଚାୟତ ଓ ପୌରପାଳିକା ଭୋଟର ତାଲିକାରେ ରହିଛି ନାଁ, ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ

କେନ୍ଦୁଝର,୯ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ନାମାଙ୍କନପତ୍ର ଯାଞ୍ଚ ବେଳେ କେନ୍ଦୁଝରଗଡ଼ ପୌରପରିଷଦ ପାଇଁ ନିର୍ବାଚନ ଲଢୁଥିବା ବିଜେଡିର ୧୨ ନମ୍ବର ଓ୍ବାର୍ଡର କାଉନସିଲର ପ୍ରାର୍ଥୀ କରୁଣାକର ମାରାଣ୍ଡିଙ୍କ ବିରୋଧରେ…

ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର,୯ା୩(ସ୍ବ.ପ୍ର.): କେନ୍ଦୁଝର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଏକ ମରଣାନ୍ତ୍ରକ ଆକ୍ରମଣ ଘଟଣାର ବୁଧବାର ରାୟ ଶୁଣାଇ ଜଣେ ଅଭିଯୁକ୍ତ ଲଛମନ ପରିଡ଼ାଙ୍କୁ ୫ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ପ୍ରକାଶ, ୨୦୧୪ ମେ ୨୮ ଅପରାହ୍ନ ୧ଟାରେ ପଣ୍ଡାପଡ଼ା ଥାନା…

ପ୍ରାର୍ଥିତ୍ୱକୁ ନେଇ ବିବାଦ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଆନନ୍ଦପୁର,୯ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ନିର୍ବାଚନ ପାଇଁ ବୁଧବାର ଯାଞ୍ଚ ପ୍ରକ୍ରିୟା ରହିଥିଲା। ଯାଞ୍ଚ ପ୍ରକ୍ରିୟା ପରେ ୧୪ ନଂ ଓ୍ବାର୍ଡର ଭାଜପା ପ୍ରାର୍ଥୀଙ୍କ ନାମାଙ୍କନରେ ତ୍ରୁଟିଥିବା ଏବଂ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ କରିବା ଦାବିରେ ବିଜେଡି କର୍ମୀମାନେ ଉପଜିଲାପାଳଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri