ପାଟଣା, ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ପଦ ଦଖଲ କଲା ବିଜେଡି

ପାଟଣା,୧୨ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ସୁକାନ୍ତି ନାଏକ ଓ ସାହାରପଡ଼ା ବ୍ଲକରେ ରୀନା ନାଏକ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବ୍ଲକ ଅଧ୍ୟକ୍ଷା ପଦବୀ ନିର୍ବାଚନ ଆରମ୍ଭ ହୋଇଥିଲା। ଉଭୟ ବ୍ଲକ ଅଧ୍ୟକ୍ଷା ପଦବୀ ଆଦିବାସୀ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତର ସମିତିସଭ୍ୟା ସୁକାନ୍ତି ନାଏକ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ପ୍ରତିଭା ପୃଷ୍ଟି ଘୋଷଣା କରିଛନ୍ତି। ଅନୁରୂପ ଭାବେ ସାହାରପଡ଼ା ବ୍ଲକରେ ବଡ଼ବିଲ ସମିତିସଭ୍ୟା ରୀନା ନାଏକ ବ୍ଲକ ଅଧ୍ୟକ୍ଷ ଭାବେ ବିଜୟୀ ଘୋଷିତ ହୋଇଥିବା ନିର୍ବାଚନ ଅଧିକାରୀ ବାବୁଲ ପେରେଇ ଘୋଷଣା କରିଛନ୍ତି। ସୁକାନ୍ତିଙ୍କ ବିଜୟ ପରେ ପାଟଣା ବ୍ଲକ ପରିସରରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ ଭଞ୍ଜ, ବରିଷ୍ଠ ନେତା ଦେବା ନନ୍ଦ ପୃଷ୍ଟି, ବୁଲୁ ଭଞ୍ଜ, ନବ ନିର୍ବାଚିତ ୧୯ ସମିତିସଭ୍ୟଙ୍କ ଶହ ଶତାଧିକ ବିଜେଡି କର୍ମୀ ଓ ନେତା ବିଜୟ ଉତ୍ସବ ପାଳିଥିଲେ।

ସୂଚନାନୁଯାୟୀ ପାଟଣା ବ୍ଲକରେ ୨୦ ସମିତି ସଭ୍ୟଙ୍କ ମଧ୍ୟରୁ ୨୦ ସମିତିସଭ୍ୟ ଭୋଟ କେନ୍ଦ୍ରକୁ ପ୍ରବେଶ କରିଥିବା ବେଳେ ସାହାରପଡ଼ା ବ୍ଲକର ୨୦ ସମିତିସଭ୍ୟଙ୍କ ମଧ୍ୟରୁ ୧୪ଜଣ ସମିତିସଭ୍ୟ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍‌ପିଙ୍କୁ ତୁଳନା କରି ଅଡୁଆରେ ବିଜେଡି ପଦାଧିକାରୀ

ଚନ୍ଦାହାଣ୍ଡି, ୨୮।୩: ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍‌ପିଙ୍କୁ ତୁଳନା କରି ଜିଲା ବିଜେଡି ସଂଯୋଜକ ଏବେ ଅଡୁଆରେ। କଂଗ୍ରେସ କର୍ମୀ ଜିଲା ସଂଯୋଜକ ପ୍ରମୋଦ...

ଶ୍ରଦ୍ଧାଳୁଙ୍କ ପାଇଁ ୧ ହଜାର କୋଠରି ବିଶିଷ୍ଟ ଭକ୍ତନିବାସ

ପୁରୀ ଅଫିସ, ୨୧ା୧୨: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ ଶ୍ରୀମନ୍ଦିର ସଂସ୍କାର...

ମୁଣ୍ଡଳୀରେ ୧୨ଲକ୍ଷ କ୍ୟୁସେକ ଜଳ ପ୍ରବାହିତ

କଟକ ଅଫିସ, ୧୭ା୮: ଲଘୁଚାପ ଜନିତ ବର୍ଷା ଓ ହୀରାକୁଦ ଜଳ ଭଣ୍ଡାରର ୩୪ଟି ଗେଟ୍‌ ଦେଇ ଜଳ ନିସ୍କାସନ ପରେ ତଳମୁଣ୍ଡରେ ବନ୍ୟାସ୍ଥିତି ଦେଖାଦେଇଛି।...

ବିଦ୍ୟୁତ୍‌ ତାରରେ ବସା ବାନ୍ଧୁଛି ବାଇଚଢ଼େଇ: ଦେଖିବାକୁ ମିଳୁନାହିଁ ଖଜୁରି , ତାଳଗଛ

ନୟାଗଡ଼ ଅଫିସ,୧୪।୮-ପୂର୍ବେ ରାସ୍ତାରେ ଯାଉଥିବା ବେଳେ ଗଛଡାଳରେ ବାଇଚଢ଼େଇ ବସା ଓ ତା’ର କିଚିରିମିଚିର ଶବ୍ଦ ଶୁଣିବା ପାଇଁ ବାଟୋଇଟିଏ କିଛି ସମୟ ପାଇଁ ଅଟକି...

୩ ଦିନର କାମ ୩୦ ଦିନରେ ହେଲାନି

ଅନୁଗୋଳ ଅଫିସ, ୨୩।୫: ଅନୁଗୋଳ ପୌର ପରିଷଦର ପ୍ରଥମ ବୈଠକ ଏପ୍ରିଲ ୨୨ରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ବୈଠକକୁ ମାସେ ପୂରିଗଲାଣି। ହେଲେ ନିୟମ ଅନୁଯାୟୀ...

ସୀମା ଚିହ୍ନଟ ଉପରେ ଗୁରୁତ୍ୱ ଦେଲେ କମିବ ବିବାଦ

ନବରଙ୍ଗପୁର,୨୬।୮(ବି.ପ୍ର.): ନବରଙ୍ଗପୁର ଜିଲା ମକା ଉତ୍ପାଦନରେ ସାରା ଭାରତ ବର୍ଷରେ ନାଁ କରିଛି। କୃଷି ବିଭାଗର ଆକଳନ ଅନୁଯାୟୀ ଜିଲାରେ ୬୦ ହଜାର ହେକ୍ଟର ଜମିରେ...

ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ ପାଳନ ପ୍ରସ୍ତୁତି

ଭଞ୍ଜନଗର,୩୧ା୧୨(ଡି.ଏନ.ଏ): ଘୁମୁସର ମାଟିର ମହାନ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ ଆସନ୍ତା ରବିବାର ଭଞ୍ଜନଗରରେ ପାଳନ କରାଯିବ। ଗଞ୍ଜାମ ଜିଲା ସୂଚନା ଓ...

ସାପ ଓକାଳିଲା ସାପ

ଉଦଳା,୨୧ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଏନ୍‌ଏସି ଅଧୀନ ୧୦ନଂ. ୱାର୍ଡର କୃପାସିନ୍ଧୁ ବେହେରାଙ୍କ ଘର ବାଡ଼ିରେ ଏକ ବିଷାକ୍ତ ରଣା ସାପ ଖାଦ୍ୟ ଅନ୍ବେଷଣରେ ଆସି...

Advertisement
Archives

Model This Week