ଆଲୋକିତ ହେଲା ପଦ୍ମଶ୍ରୀଙ୍କ ଘର

କେନ୍ଦୁଝର,୧୮ା୧୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ତଳବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘର ଆଲୋକିତ ହେଲା। ଦୀର୍ଘ ଏକ ମାସ ଧରି ବିଦ୍ୟୁତ୍‌ କାଟ୍‌ ଯୋଗୁ ଅନ୍ଧାରରେ ରାତି କାଟୁଥିଲେ ଦୈତାରୀଙ୍କ ପରିବାର। ଏହାକୁ ନେଇ ଧରିତ୍ରୀରେ ଶନିବାର ‘ଅନ୍ଧାରରେ ପଦ୍ମଶ୍ରୀଙ୍କ ପରିବାର’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବିଦ୍ୟୁତ ବିଭାଗ ତତ୍ପରତା ଦେଖାଇ ଉକ୍ତ ଦିନ ଅପରାହ୍ନରେ ବିଚ୍ଛେଦ ବିଦ୍ୟୁତ୍‌ ସଂଯୋଗ କରିଦେଇଛନ୍ତି। ଫଳରେ ପଦ୍ମଶ୍ରୀଙ୍କ ପରିବାର ଆଲୋକିତ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ବିଲ୍‌ ପୈଠ କରି ନ ଥିବାରୁ ବିଦ୍ୟୁତ୍‌ ବିଭାଗ ସମଗ୍ର ଘରର ବିଦ୍ୟୁତ୍‌ କାଟ୍‌ କରି ଦେଇଥିଲେ ା ବିଭାଗୀୟ ଭୁଲ ଯୋଗୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିଲା। ଫଳରେ ମାସେ ହେଲା ସେ ପରିବାର ସହିତ ଅନ୍ଧାରରେ ରହୁଥିଲେ ବୋଲି କହିଛନ୍ତି ପଦ୍ମଶ୍ରୀ ଦୈତାରୀ। ତେବେ ଏଭଳି ପୁନଃ ବିଦ୍ୟୁତ ସଂଯୋଗ ପାଇଁ ବିଭାଗ ତଥା ‘ଧରିତ୍ରୀ’କୁ ଧନ୍ୟବାଦ ଜଣାଇଛନ୍ତି। ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅନ୍ଧାରରେ ପରିବାରର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଭୟ ଲାଗିରହୁଥିଲା।

ସ୍ମରଣଯୋଗ୍ୟ, ପଦ୍ମଶ୍ରୀ ଦୈତାରୀ ନାଏକ ନିଜ ଉଦ୍ୟମରେ ଦୀର୍ଘ ୩ କିମି ପଥର ଓ ମାଟି ତାଡ଼ି ପାହାଡ଼ ଉପରୁ କେନାଲ ଖୋଳି ଝରଣା ପାଣି ଆଣି ନିଜ ତଥା ଗ୍ରାମବାସୀଙ୍କ ଜମି ଜଳସେଚନ କରିଥିଲେ। ଏଥିରେ ତାଙ୍କର କୌଣସି ନିଜସ୍ବ ସ୍ବାର୍ଥ ନ ଥିଲା। ସାମୁହିକ ସ୍ବାର୍ଥ ପାଇଁ କରିଥିବା ଉଦ୍ୟମ ପାଇଁ ତାଙ୍କୁ ଭାରତ ସରକାର ଅନ୍ୟତମ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମଶ୍ରୀ’ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ

ପାରଳାଖେମୁଣ୍ଡି,୧୬।୫(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକରେ ପୋଖରୀରେ ବୁଡ଼ି ଜଣେ ନାବାଳକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗଜପତି ଜିଲା ମୋହନା ଥାନା ଜିରାଙ୍ଗ...

ଫିରିଙ୍ଗିଆ ଗୁଳି କାଣ୍ଡ : ୪ ଗିରଫ

ଫୁଲବାଣୀ ଅଫିସ,୨୩।୮: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବିଲୁପଦର ଗ୍ରାମରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ପୋଲିସ ୪ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି। ସେମାନଙ୍କଠାରୁ ଏକ...

ଡାଟା ଏଣ୍ଟ୍ରି ଅପରେଟର ଲାଞ୍ଚ ନେବା ଘଟଣା: ନିର୍ବାହୀଯନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ସିଲ୍‌

ଭଦ୍ରକ ଅଫିସ,୧୦।୧: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ଧରାପଡ଼ିବା ଘଟଣାରେ ଶୁକ୍ରବାର ଭଦ୍ରକ ଗ୍ରାମ୍ୟ ଉନ୍ନୟନ...

ଅଜୟଗଡ ଘାଟିରେ ଧସିଲା ପାହାଡ

ପାରଳାଖେମୁଣ୍ଡି,୧୫ା୧୦(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ଠାରୁ ଅଜୟଗଡ ମୁଖ୍ୟ ରାସ୍ତା ନାମନାଗଡ ନିକଟ ଅଜୟଗଡ ଘାଟିରେ ବୁଧବାର ରାତିରେ ପାହାଡ ଧସିଛି। ଫଳରେ ଗୁମ୍ମା ବ୍ଲକର...

୨ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

ଜୟପୁର, ୩୧।୩ (ନି.ପ୍ର.): ୨ ନାବାଳିକା ବଳାତ୍କାର ମାମଲାର ବିଚାରକରି ଜୟପୁର ଆଡହକ ଅତିରିକ୍ତ ଦୌରା ଜଜ୍‌ ଓ ଫାଷ୍ଟ ଟ୍ରାକ୍‌ ସ୍ପୋଶାଲ କୋର୍ଟ ଜଜ୍‌...

ମାଲକାନଗିର ପୋଲିସ ହାତରେ ଚୋର ଗ୍ୟାଙ୍ଗ : ୪ ଅଭିଯୁକ୍ତ ଗିରଫ

କୋରୁକୁଣ୍ଡା,୨୯।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଦୀର୍ଘଦିନରୁ ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବାରେ ବୁଧବାର ମାଲକାନଗିରି ପୋଲିସ ସଫଳ ହୋଇଛି।...

ମରାମତି ତାଲିକାରେ ସ୍ଥାନପାଇନି ବିପର୍ଯ୍ୟସ୍ତ ରାସ୍ତା

ନାଉଗାଁ,୨୦ା୧୨(ସ୍ବ.ପ୍ର): ଗତ ସେପ୍ଟମ୍ବରରେ ହୋଇଥିବା ପ୍ରବଳ ବର୍ଷାରେ ନାଉଗାଁ ବ୍ଳକର ଅନେକ ରାସ୍ତା ଧୋଇ ଯାଇଥିଲା। ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାକୁ ପୁନଃ ମରାମତି କରିବା...

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା

ଗଞ୍ଜାମ ଅଫିସ, ୨୪।୬: ଗଞ୍ଜାମ ଜିଲାରେ ବୁଧବାର ୭୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା...

Advertisement
Archives

Model This Week