ରୋଷେଇ କରି ରେକର୍ଡ
କେନ୍ଦୁଝର, ୧୪ ।୮: ଖାଦ୍ୟ ବିଶ୍ୱକୁ ଗୋଟିଏ ଥାଳିରେ ବାନ୍ଧି ରଖିଥାଏ। ଏଭଳି ଚିନ୍ତା ରଖି ପିଲାଦିନରୁ ରୋଷେଇ ପ୍ରତି ଆକୃଷ୍ଟ ହୋଇଥିବା କେନ୍ଦୁଝରର ଝିଅ ବୁସ୍ରା ସଲିମ ଦୀର୍ଘ ଘଣ୍ଟା ଧରି ରୋଷେଇ କରି ବିଶ୍ୱ ରେକର୍ଡ କରି ରାଜ୍ୟ…
ଗଦଗଦିରେ ଯୁଦ୍ଧବିମାନ
ପାଟଣା,୧୪ ।୮(ସ୍ବ. ପ୍ର.): ଏକାଧିକ ଯୁଦ୍ଧ ଅପରେଶନରେ ସାମିଲ ଥିବା ଭାରତୀୟ ବାୟୁସେନାର ଏକ ସେବାନିବୃତ୍ତ ବିମାନ ମିଗ୍-୨୩ ୟୁବିକୁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ପଞ୍ଚାୟତର ଗଦଗଦିଠାରେ ସ୍ଥାୟୀ ଭାବେ ପ୍ରଦର୍ଶନ କରାଯିବ। ଇଞ୍ଜିନବିହୀନ ଉକ୍ତ ବିମାନକୁ ଅତି…
ଷଣ୍ଢ ସହ ବାଇକ୍ ଧକ୍କା: ଚାଲିଗଲା ଯନ୍ତ୍ରୀଙ୍କ ଜୀବନ
ଆନନ୍ଦପୁର,୧୩ା୮(ସ୍ବ.ପ୍ର.): ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ମାରାଣ୍ଡିଙ୍କର ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଘସିପୁରା ଥାନା ନାରଙ୍ଗପୁର ଛକ ନିକଟରେ ଏହି ବାଇକ୍ ଦୁର୍ଘଟଣା ଘଟିଥିଲା। ବାଇକ୍ ଯୋଗେ ନିଜ ଘର ହରିଚନ୍ଦନପୁର ଟାଙ୍ଗିରିଆପାଳରୁ ଆନନ୍ଦପୁର ଅଭିମୁଖେ…
ନାବାଳକଙ୍କୁ ପିଟିପିଟି ହତ୍ୟା: ୪ କୋର୍ଟ ଚାଲାଣ
ବଡ଼ବିଲ,୧୩ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତ ବାଲାଗୋଡ଼ାସ୍ଥିତ ମୁଣ୍ଡାସାହିରେ ଜଣେ ନାବାଳକଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲାଗୋଡ଼ା ମୁଣ୍ଡାସାହି ଅଞ୍ଚଳରେ ରହୁଥିବା…
ଗାଈକୁ ପିଟି ପିଟି ମାରି ମାଂସ ବିକ୍ରି କରୁଥିଲେ: ଜଣଙ୍କୁ ବାନ୍ଧିଲା ହରିଚନ୍ଦନପୁର ପୋଲିସ
କେନ୍ଦୁଝର,୧୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ପୋଲିସ ଶଗଡ଼ପଟା ପଞ୍ଚାୟତର ଖଡ଼ିବାହାଳୀ ଗ୍ରାମରେ ଏକ ଗାଈକୁ ପିଟି ପିଟି ମାରିଦେଇ ମାଂସ କାଟି ବିକିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ନାମ ଧର୍ମେନ୍ଦ୍ର ବାସ୍କେ ବୋଲି ଜଣାପଡିଛି। ତାଙ୍କଠାରୁ କଟା…
ସ୍ବାଧୀନତାର ଅମୃତ ମହୋତ୍ସବରେ ତ୍ରିରଙ୍ଗା ଯାତ୍ରା
ପାଟଣା,୧୩।୮(ସ୍ବ.ପ୍ର.): ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବରସତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀଛାତ୍ରମାନେ ରାଜରାସ୍ତାରେ ବ୍ଲକ ଛକ ଉପରେ ଦେଶପ୍ରେମ ସମ୍ବଳିତ ରଙ୍ଗାରଙ୍ଗ ନୃତ୍ୟଗୀତ ପରିବେଷଣ କରିଛନ୍ତି, ଯାହାକି…
ପାଣି ପାଇଁ ଚଢ଼ିବାକୁ ପଡୁଛି ୨୫ ଫୁଟ ପାହାଡ଼
କେନ୍ଦୁଝର, ୧୩।୮(ସ୍ବ.ପ୍ର.): ସମସ୍ତଙ୍କୁ କିପରି ବିଶୁଦ୍ଧ ପାନୀୟ ଜଳ ମିଳିବ ସେ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିଲେ ହେଁ ଏବେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ବାଂଶପାଳ, ତେଲକୋଇ ଆଦି ବ୍ଲକ ଅଞ୍ଚଳରେ ଅନେକ ଗ୍ରାମ ଓ ବସ୍ତିର ଲୋକେ ପାନୀୟ…
ସମସ୍ତଙ୍କ ସହଯୋଗରେ ରୋକାଯାଇପାରିବ ହାତୀ ମୃତ୍ୟୁ
କେନ୍ଦୁଝର,୧୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ମୁଖ୍ୟାଳୟରେ ଶୁକ୍ରବାର ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି। କେନ୍ଦୁଝର ଜିଲାରେ ହାତୀଙ୍କ ଚଳପ୍ରଚଳ ଅନ୍ୟ ଜିଲା ଅପେକ୍ଷା ଅଧିକ ରହିଛି। ଏପରି କି ଜିଲାରେ ହାତୀଙ୍କ ଉପଦ୍ରବ ବଢିବା ସହ ହାତୀ-ମଣିଷଙ୍କ ମଧ୍ୟରେ…
ଚାଲାଣ ସମୟରେ କାଠ ସହ ସ୍କର୍ପିଓ ଜବତ
ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ପିପିଳିଆ ନିକଟରୁ ଗୁରୁବାର ବିଳମ୍ବିତ ରାତିରେ ପାଟଣା ବନ ବିଭିଗ ଚଢ଼ାଉ କରି ଏକ ଶାଳ ଚୌକାଠ ବୋଝେଇ ସ୍କର୍ପିଓ ଜବତ କରିଛି। ସୂଚନାନୁଯାୟୀ କେନ୍ଦୁଝର ପାର୍ଶ୍ୱ ଘଟଗାଁ…
ଘର ଉପରେ ଭାଙ୍ଗି ପଡ଼ିଲା ଗଛ
ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମ ବଉଳମୁଳ ସାହିର ଲଗାଣ ବର୍ଷାରେ ଏକ ପୁରୁଣା ବଉଳ ଗଛ ଘର ଉପରେ ଭାଙ୍ଗି ପଡ଼ିଛି। ଫଳରେ ଭଗବାନ ନାଏକଙ୍କ ଖପର ଘର ଓ ଡୁମୁରିଆ ସାହି କ୍ଲବ ଘର କ୍ଷତିଗ୍ରସ୍ତ…
ଗାଁ ଦାଣ୍ଡରେ ବୁଲିଲେ ଭାଲୁ
ଆନନ୍ଦପୁର,୧୨ା୮(ସ୍ବ.ପ୍ର.):ବଣ ଜଙ୍ଗଲରେ ବନ୍ୟପ୍ରାଣୀ ଚଳପ୍ରଚଳ କରିବା ଏକ ସାଧାରଣ କଥା। ହେଲେ ଗଁା ଦାଣ୍ଡରେ ଦିନରେ ଭାଲୁ ବୁଲିବା, ଘରର ପିଣ୍ଢାରେ ବସିବା ଦେଖିଲେ ଯେ କେହି ବି ଚକିତ ହେବ। ଏଭଳି ଦୃଶ୍ୟ କେନ୍ଦୁଝର ଜିଲା ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡ଼ା…
ଘସିପୁରା ବିଧାୟକ ବଦ୍ରି ପାତ୍ର ଅସୁସ୍ଥ
କେନ୍ଦୁଝର, ୧୨।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ବୁଧବାର ରାତିରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପୁଅ ଦେବାଶିଷ ପାତ୍ରଙ୍କ କହିବା ଅନୁଯାୟୀ, ବିଧାୟକ ମୂତ୍ରାଶୟ ସଂକ୍ରମଣରେ…
Archives


