ହାତୀ-ମଣିଷ ତିକ୍ତତା ରୋକିବା ପାଇଁ ନୂଆ ପ୍ରୟାସ

କେନ୍ଦଝର,୧୭ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଓ ମଣିଷ ମଧ୍ୟରେ ତିକ୍ତତା ରୋକିବା ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଥିବାରୁ ଆଗୁଆ ସୂଚନା ଦେବା ପାଇଁ ଆରମ୍ଭ ହୋଇଛି ଭଏସ୍‌ ଓ ଟେକ୍‌ଷ୍ଟ ମେସେଜ ବ୍ୟବସ୍ଥା। ଏଥିରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମୋବାଇଲରେ ଆଗୁଆ ମେସେଜ ଦିଆଯାଉଛି। ଫଳରେ ଲୋକମାନେ ସତର୍କ ହୋଇ ଘରୁ ପଦାକୁ ବାହାରିବେ ନାହିଁ କିମ୍ବା ଜଙ୍ଗଲକୁ ଯିବେ ନାହିଁ। ସେହିପରି ସତର୍କତା ଅବଲମ୍ବନ କରିବେ। ତେବେ ଅନେକ ଅଞ୍ଚଳରେ ଖରାପ ମୋବାଇଲ ନେଟଓ୍ବାର୍କ କାରଣରୁ ବା ବିଦ୍ୟୁତ ସମସ୍ୟା ଯୋଗୁ ମୋବାଇଲ ଚାର୍ଜ ନ ଥାଏ। ଏଣୁ ଏପରି ସ୍ଥାନରେ ଆଗୁଆ ମାଇକ ଯୋଗେ ସଚେତନତା ମଧ୍ୟ କରାଯାଉଛି।
ପ୍ରକାଶ ଯେ, କେନ୍ଦୁଝର ଜିଲାରେ ଶନିବାର ୧୪ଟି ଗ୍ରୁପରେ ପାଖାପାଖି ୧୩୭ ହାତୀ ଚଳପ୍ରଚଳ କରୁଛନ୍ତି। ଏଣୁ ୧୪ଟି ଗ୍ରୁପ ଉପରେ ହାତୀ ସ୍କ୍ବାଡ ନଜର ରଖିଥିବା ବେଳେ ମାଇକରେ ସୂଚନା ଦେବାକୁ ସ୍ବତନ୍ତ୍ର ମାଇକ ଦଳ ମଧ୍ୟ ରହିଥିବା ଜଣାପଡ଼ିଛି। ବନ ବିଭାଗ ପକ୍ଷରୁ ଜଣାପଡ଼ିଛି ଯେ, କେନ୍ଦୁଝର ଡିଭିଜନରେ ବିଭିନ୍ନ ହାତୀ ଚଳପ୍ରଚଳ ଗ୍ରାମଗୁଡ଼ିକର ଲୋକଙ୍କ ଫୋନ୍‌ ନମ୍ବର ନେଇ ଡାଟା ବେସ୍‌ ପ୍ରସ୍ତୁତ କରାଯାଇଛି। ହାତୀ ଯେଉଁ ଅଞ୍ଚଳ ମୁହାଁ ହୋଇଥାଏ ସେହି ଅଞ୍ଚଳର ଲୋକଙ୍କୁ ମୋବାଇଲ ମେସେଜ ବା ଭଏସ ମେସେଜ ଦ୍ୱାରା ଆଗୁଆ ସୂଚନା ଦିଆଯାଇଥାଏ। ଫଳରେ ଲୋକମାନେ ଯାତାୟାତ କରନ୍ତି ନାହିଁ । ସେହିପରି ଏହି ମେସେଜ ସ୍ଥାନୀୟ ସରପଞ୍ଚ, ଜିଲା ପରିଷଦ ସଭ୍ୟା/ସଭ୍ୟ ବିଧାୟକ, ବିଡିଓ, ତହସିଲଦାରମାନଙ୍କୁ ମଧ୍ୟ ଦିଆଯାଇଥାଏ। ଫଳରେ ସମସ୍ତେ ହାତୀର ଗତିବଧି ଓ ଚଳପ୍ରଚଳ ବିଷୟରେ ଅବଗତ ରହିବା ସହ ସେମାନଙ୍କ ଦାୟିତ୍ୱବୋଧ ରହିବ। ସମସ୍ତେ ଆବଶ୍ୟକ ପଦକ୍ଷେପ ନେଇ ପାରିବେ ବୋଲି ଡିଏଫ୍‌ଓ କେନ୍ଦୁଝର ଏଚ୍‌.ଡି. ଧନରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri