କେନ୍ଦୁଝର,୧୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମୁ ନାହିଁ। ଗାଁ ଗଣ୍ଡାରେ ହାତୀ ଉପଦ୍ରବ କରିବା ପରେ ଏବେ ସହର ମୁହାଁ ହୋଇଛନ୍ତି। ଫଳରେ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ମଙ୍ଗଳବାର ରାତିରେ କେନ୍ଦୁଝର ସହରର ପୁରୁଣା ସହର ୧ ନଂ ଏବଂ ୨ ନଂ ଓ୍ବାର୍ଡରେ ଏକ ଗୋଠ ଛଡ଼ା ହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ହାତୀଟି ବାଇପାସ ରାସ୍ତା ଦେଇ ସିଦ୍ଧମଠ ଜଙ୍ଗଲରୁ ଆସି ପ୍ରଥମେ ସୁଲେଇଖମାର ଉପର ସାହିରେ କୁନା ନାଏକ ଏବଂ ଗୋକୁଳ ନାଏକଙ୍କ ଘର ଭାଙ୍ଗି ଥିଲା। ଏହା ପରେ ହାତୀ ମାଟିଆବନ୍ଦ ପୋଖରୀ ପାର୍ଶ୍ୱ ରାସ୍ତାରେ ଆସି ଭଟ୍ଟାସାହି ସ୍କୁଲ ପାଖ,ଗୌର ସାହି,ଗୁଣ୍ଡିଚା ସାହି, ମଦନମୋହନପୁର ସାହି,ହାଡ଼ବନ୍ଧ ସାହିରେ ବୁଲିବା ପରେ ବଡ଼ଦାଣ୍ଡ ଦେଇ ବଳଦେବଜୀଉ ମନ୍ଦିର ନିକଟ ସନବିମ ଫଟୋ ଷ୍ଟୁଡିଓ ନିକଟରେ ପହଞ୍ଚିଥିଲା। ବନ ବିଭାଗର ବାରଣ ସତ୍ତ୍ୱେ ଶହ ଶହ ଲୋକ ରାତ୍ରି ଅନିଦ୍ରା ହୋଇ ବନକର୍ମଚାରୀଙ୍କ ସହ ହାତୀ ଘଉଡ଼ାଇଥିଲେ। ହାତୀ ହୁଡ୍କୋ କଲୋନୀ ଦେଇ ଠାକୁରପାଟଣା, ରାଙ୍କି ସରାସ, କଣ୍ଡରାପଶି, ହରିଡାଗୋଠ, ଶିରିଶପାଳ ବାଦମପାଟି ଦେଇ କୋଡିପଶା ଡ୍ୟାମ ନିକଟ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲକୁ ସକାଳ ୫ଟା ରେ ପ୍ରବେଶ କରିଥିଲା। ସ୍ଥାନୀୟ ଲୋକେ ରାତି ଅନିଦ୍ରା ହୋଇ ବନ ବିଭାଗ କର୍ମଚାରୀଙ୍କ ସହିତ ହାତୀ ଘଉଡାଇଥିଲେ।
Posted inଆମ ଜିଲା ଖବର, କେନ୍ଦୁଝର View All

ମତଦାନ କରିବାକୁ ମତଦାତା ଉତ୍ସାହୀ
ବଇଣ୍ଡା/ ଖମାର,୨୦।୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ୨୦ ତାରିଖ ରବିବାର ଅନୁଗୋଳ ଜିଲାର ଆଠମଲ୍ଲିକ ଓ ପାଲଲହଡ଼ା ବ୍ଲକରେ ଅନୁଷ୍ଠିତ ହେବ।...

୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର
ଢେଙ୍କାନାଳ ଅଫିସ, ୧୯।୧: ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲକ୍ଷ୍ମଣ ମାଙ୍କଡ଼ା ପଥର...

ବାଲିଘାଟ ମୁଣ୍ଡ ନେଉଛି
ଡେରାବିଶ, ୨୫ା୨(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଞ୍ଚଳରେ ଲୁଣା, କରାଣ୍ଡିଆ ଓ ବିରୂପା ନଦୀ ପ୍ରବାହିତ ହେଉଛି। ଏହି ନଦୀରୁ ପ୍ରଚୁର ପରିମାଣରେ ବାଲି ମିଳିଥାଏ। ଏହାକୁ...

ଆଜି ଧନଦାତ୍ରୀଙ୍କ ଧରାବତରଣ
ଢେଙ୍କାନାଳ ଅଫିସ, ୯।୧୦: ମଣ୍ଡପରେ ସରିଛି ସାଜସଜ୍ଜା। ଶେଷସ୍ପର୍ଶ ପରେ ଦାଉଦାଉ ହୋଇ ଝଟକୁଛନ୍ତି ମା’ ପଦ୍ମାଳୟାଙ୍କ ମୃଣ୍ମୟୀ ପ୍ରତିମା। ପାରମ୍ପରିକ ନୀତି ଅନୁଯାୟୀ ଜୀବନ୍ୟାସ...

ଗହଣା ଦୋକାନରେ ଜିଏସ୍ଟି ଚଢାଉ
ବରଗଡ଼ ଅଫିସ,୪।୧୦: ବରଗଡ଼ ସହରରେ ରହିଥିବା ଏକ ସୁନା ଗହଣା ଦୋକାନ ହରି ଜୁଏଲର୍ସରେ ସୋମବାର ଜିଏସ୍ଟି ଚଢାଉ ଚାଲିଛି। ଜିଏସ୍ଟିର ଏକ ୫ଜଣିଆ ଟିମ୍...

ଦୃଢ଼ ଆଭିମୁଖ୍ୟ ପରିବର୍ତ୍ତେ ଦରଦ
ଢେଙ୍କାନାଳ ଅଫିସ, ୧୧।୮: ଗଡ଼ିଚାଲିଛି ଦିନ। କାମ କିନ୍ତୁ ସମ୍ପୂର୍ଣ୍ଣ ହେଉନି। ପ୍ରତିବାଦ କିମ୍ବା ଆନ୍ଦୋଳନ କଲେ ଅଧିକାରୀମାନେ ନିର୍ଭର ପ୍ରତିଶ୍ରୁତି ସିନା ଦେଉଛନ୍ତି, ହେଲେ...

ସାପ କାମୁଡ଼ାରେ ମହିଳା ମୃତ
ଗଞ୍ଜାମ,୬ା୯(ଡି.ଏନ.ଏ.): ଗଞ୍ଜାମ ଏନ୍ଏସି ୱାର୍ଡ ନଂ. ୬ ଓଡ଼ିଆ ଢାମଣା ସାହିର ଜଣେ ମହିଳାଙ୍କ ଶୁକ୍ରବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେ ହେଲେ ସୁବାସିନୀ...

କଏଦୀଙ୍କ ପାଇଁ ଗୁଟ୍ଖା ନେଇ ମହିଳା ୱାର୍ଡେନ ନିଲମ୍ବିତ
ମାଲକାନଗିରି,୩୧ା୧୦(ଡି.ଏନ୍.ଏ.): ମାଲକାନଗିରି ଜିଲା ଉପ କାରାଗାରରେ କଏଦୀଙ୍କ ପାଇଁ ଗୁଟ୍ଖା ନେଉଥିବା ବେଳେ ଧରାପଡ଼ି ଜଣେ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେ ହେଲେ ମହିଳା ୱାର୍ଡେନ...