ସହରରେ ପଶିଲା ହାତୀ, ଲୋକେ ରାତିସାରା ଅନିଦ୍ରା

କେନ୍ଦୁଝର,୧୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମୁ ନାହିଁ। ଗାଁ ଗଣ୍ଡାରେ ହାତୀ ଉପଦ୍ରବ କରିବା ପରେ ଏବେ ସହର ମୁହାଁ ହୋଇଛନ୍ତି। ଫଳରେ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ମଙ୍ଗଳବାର ରାତିରେ କେନ୍ଦୁଝର ସହରର ପୁରୁଣା ସହର ୧ ନଂ ଏବଂ ୨ ନଂ ଓ୍ବାର୍ଡରେ ଏକ ଗୋଠ ଛଡ଼ା ହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ହାତୀଟି ବାଇପାସ ରାସ୍ତା ଦେଇ ସିଦ୍ଧମଠ ଜଙ୍ଗଲରୁ ଆସି ପ୍ରଥମେ ସୁଲେଇଖମାର ଉପର ସାହିରେ କୁନା ନାଏକ ଏବଂ ଗୋକୁଳ ନାଏକଙ୍କ ଘର ଭାଙ୍ଗି ଥିଲା। ଏହା ପରେ ହାତୀ ମାଟିଆବନ୍ଦ ପୋଖରୀ ପାର୍ଶ୍ୱ ରାସ୍ତାରେ ଆସି ଭଟ୍ଟାସାହି ସ୍କୁଲ ପାଖ,ଗୌର ସାହି,ଗୁଣ୍ଡିଚା ସାହି, ମଦନମୋହନପୁର ସାହି,ହାଡ଼ବନ୍ଧ ସାହିରେ ବୁଲିବା ପରେ ବଡ଼ଦାଣ୍ଡ ଦେଇ ବଳଦେବଜୀଉ ମନ୍ଦିର ନିକଟ ସନବିମ ଫଟୋ ଷ୍ଟୁଡିଓ ନିକଟରେ ପହଞ୍ଚିଥିଲା। ବନ ବିଭାଗର ବାରଣ ସତ୍ତ୍ୱେ ଶହ ଶହ ଲୋକ ରାତ୍ରି ଅନିଦ୍ରା ହୋଇ ବନକର୍ମଚାରୀଙ୍କ ସହ ହାତୀ ଘଉଡ଼ାଇଥିଲେ। ହାତୀ ହୁଡ୍‌କୋ କଲୋନୀ ଦେଇ ଠାକୁରପାଟଣା, ରାଙ୍କି ସରାସ, କଣ୍ଡରାପଶି, ହରିଡାଗୋଠ, ଶିରିଶପାଳ ବାଦମପାଟି ଦେଇ କୋଡିପଶା ଡ୍ୟାମ ନିକଟ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲକୁ ସକାଳ ୫ଟା ରେ ପ୍ରବେଶ କରିଥିଲା। ସ୍ଥାନୀୟ ଲୋକେ ରାତି ଅନିଦ୍ରା ହୋଇ ବନ ବିଭାଗ କର୍ମଚାରୀଙ୍କ ସହିତ ହାତୀ ଘଉଡାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଶିକ୍ଷାର ଗୁଣାତ୍ମକ ଉନ୍ନତି ଶିକ୍ଷାର୍ଥୀଙ୍କ ଫଳାଫଳ ସମୀକ୍ଷା ଉପରେ ଗୁରୁତ୍ୱ

ଥୁଆମୂଳ ରାମପୁର, ୧୩।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣା ଆନୁକୂଲ୍ୟରେ ଥୁଆମୂଳ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରକାଶ ୩.୦’…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?