ଖଣିଖାଦାନ ଅଞ୍ଚଳରେ ବନ୍ଦ ପଡ଼ିଛି ଶିଳ୍ପ, ଫିକା ପଡ଼ିଲା ବିଶ୍ୱକର୍ମା ପୂଜା

କେନ୍ଦୁଝର,୧୭ା୯(ସ୍ବ.ପ୍ର.): ଖଣିଖାଦାନ ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ବିଶ୍ୱକର୍ମା ପୂଜା ଫିକା ପଡ଼ିଛି। କରୋନା ପରେ ଚଳିତ ବର୍ଷ ଧୂମ୍‌ଧାମରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଳନ ହେବା ନେଇ ସମସ୍ତେ ଆଶା ରଖିଥିଲେ। ମାତ୍ର ଖଣିଖାଦାନ ଓ ଶିଳ୍ପ ବନ୍ଦ ସହିତ ଟ୍ରକ ଚଳାଚଳ ବନ୍ଦ ଯୋଗୁ ପୂଜା ମାନ୍ଦା ପଡ଼ିଛି। ବିଶେଷ କରି ଖଣି ଓ ଶିଳ୍ପ ବଢ଼ିଲେ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭରଶୀଳ ଶ୍ରମିକ ଓ କର୍ମଚାରୀଙ୍କ ବ୍ୟତୀତ ଟ୍ରକ୍‌ ମାଲିକ,କର୍ମଚାରୀ, ଢାବା, ଗ୍ୟାରେଜ, ମୋଟର ପାର୍ଟ ଦୋକାନ ଆଦି ନିର୍ଭରଶୀଳ। ବେକାରୀ ସମସ୍ୟା ଗୁରୁତର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ହାତରେ ପଇସା ନାହିଁ। ଅନେକ ଟ୍ରକ କାମ ନ ପାଇ ରାସ୍ତା କଡ଼ରେ ମାସ ମାସ ଧରି ଛଡ଼ା ହୋଇଥିବା ବେଳେ ଗ୍ୟାରେଜ, ଢାବା ଆଦି ବନ୍ଦ ରହିଛି। ଫଳରେ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା ଲୋକମାନେ ଖୁସି ମନାଇ ପାରୁନାହାନ୍ତି। ଜିଲାରେ ପାଖାପାଖି ୭୦ ଖଣି ବନ୍ଦ ରହିଥିବା ବେଳେ ବହୁ ଶିଳ୍ପ ବନ୍ଦ ରହିଛି। ସେହିପରି ଖଣିରୁ ବିଭିନ୍ନ କାରଣରୁ ଲୁହାପଥର ପରିବହନ ବନ୍ଦ ରହିଥିବାରୁ ହଜାର ହଜାର ଟ୍ରକ୍‌ ରାସ୍ତା କଡ଼ରେ ଠିଆ ହୋଇ ରହୁଛନ୍ତି। ଫଳରେ ଲକ୍ଷାଧିକ ପରିବାର ଆର୍ଥିକ ସଙ୍କଟରେ ରହିଥିବା ବେଳେ ଜିଲାର ଅର୍ଥନୈତିକ ଅବସ୍ଥା ସଙ୍କଟରେ ରହିଛି। ଏକ୍ସାସାଇଜ ଡ୍ୟୁଟି ବୃଦ୍ଧି ଯୋଗୁ ସ୍ପଞ୍ଜ, ଷ୍ଟିଲ ମାର୍କେଟରେ ମଧ୍ୟ ମାନ୍ଦାବସ୍ଥା ରହିଛି। ଉତ୍ପାଦନ ମୂଲ୍ୟ ବଢିଯାଉଥିବା ଏବଂ ଲାଭ ହେଉ ନ ଥିବାରୁ ଶିଳ୍ପ ସଂସ୍ଥାଗୁଡ଼ିକ ଲୁହାପଥର କିଣିବା ଏବଂ ଉତ୍ପାଦନରେ କାଟଛାଣ୍ଟ କରୁଛନ୍ତି।
ଆଗରୁ ବିଶେଷ ବିଶ୍ୱକର୍ମା ପୂଜା ଅନେକ ସ୍ଥାନରେ ବଡ଼ଆଡମ୍ବରରେ ହୋଇ ଆସୁଥିଲ। କରୋନା ପରେ ଷ୍ଟିଲ ବଜାରରେ ମାନ୍ଦାବସ୍ଥା ଯୋଗୁ ଏହାର ପ୍ରଭାବ ସିଧାସଳଖ କେନ୍ଦୁଝର ଜିଲାର ଅର୍ଥନୀତି ଉପରେ ପଡ଼ିଛି। ଏଣୁ ଚଳିତ ବର୍ଷ ଲୋକଙ୍କ ମଧ୍ୟରେ ସେଭଳି ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳୁନାହିଁ ବୋଲି ବରିଷ୍ଠ ନାଗରିକ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି।
ଜିଲାର ଅନେକ ଲୋକ ଟ୍ରକ୍‌ ବ୍ୟବସାୟ କରି ଚଳନ୍ତି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବକମାନେ ମଧ୍ୟ ଖଣ୍ଡେ ଖଣ୍ଡେ ଟ୍ରକ କିଣି ପରିବାର ଚଳାଉଛନ୍ତି।  ଏବେ ଲୁହାପଥର ପରିବହନ ବନ୍ଦ ଥିବାରୁ ଟ୍ରକ ସବୁ ଠିଆ ହୋଇଛି। କାଁଭାଁ ଟ୍ରକ୍‌ କାମ ପାଉଛନ୍ତି। ସମସ୍ତେ ଆର୍ଥିକ ସଙ୍କଟରେ ରହିଛନ୍ତି। ଏଣୁ ଏଭଳି ପରିସ୍ଥିତିରେ ଉତ୍ସବ ମନାଇବା ପାଇଁ ଆଗ୍ରହ ନାହିଁ ବୋଲି କହିଛନ୍ତି ଟ୍ରକ୍‌ ମାଲିକ ସୁବ୍ରତ ମହାନ୍ତି।
ଟ୍ରକ୍‌, ଖଣିଖାଦାନ ଓ ଶିଳ୍ପ ବ୍ୟବସାୟ ଉପରେ କେନ୍ଦୁଝରର ଅର୍ଥନୀତି ନିର୍ଭର କରିଥାଏ। ଏସବୁରେ ମାନ୍ଦାବସ୍ଥା ଦେଖାଦେଇଥିବାରୁ ଜିଲାରେ ପୂଜାପାର୍ବଣର ଉତ୍ସାହ ସବୁ ଫିକା ପଡୁଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri