କେନ୍ଦୁଝର

କେନ୍ଦୁଝର ଗସ୍ତରେ ନୀତି ଆୟୋଗ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ, ବିଭିନ୍ନ କାର୍ଯ୍ୟର ତଦାରଖ

କେନ୍ଦୁଝର,୧୦ା୧୨(ସ୍ବ.ପ୍ର.): ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପରମେଶ୍ୱରନ ଆୟାରଙ୍କ ନେତୃତ୍ୱରେ ଆୟୋଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଶନିବାର କେନ୍ଦୁଝର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି। ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ…

ଗାଁରେ ପଶିଲେ ୨୩ ଟିକିଆ ହାତୀପଲ: ଭାଙ୍ଗିଲେ ଘର, ଖାଇଲେ ଧାନ

ପାଟଣା,୧୦।୧୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ବଣୁଆ ଝାଡ଼ଖଣ୍ଡୀ ହାତୀଙ୍କ ଉତ୍ପାତ ଜାରି ରହିଛି। ଶୁକ୍ରବାର ରାତିରେ ହାତୀପଲ ଡେଣୁଆ ଗାଁରେ ପଶି ଦୁଶା ମୁଣ୍ଡାଙ୍କ ଘର କାନ୍ଥ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏପରିକି…

ଆଦର ଅଛି, ମିଳୁନି ପ୍ରୋତ୍ସାହନ

କେନ୍ଦୁଝର,୯ା୧୨:ସାନ୍ତାଳମାନଙ୍କର ଲୋକନୃତ୍ୟ ଲୋକଙ୍କ ମନକୁ ଛୁଉଁଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ନୃତ୍ୟ ଦେଖିବାକୁ ମିଳେ। ଆଧୁନିକତାର ଚାକଚକ୍ୟରେ ଏହି ଲୋକନୃତ୍ୟ ଏବେ ସଂଘର୍ଷ କରୁଛି। ସରକାରୀସ୍ତରରେ ପ୍ରୋତ୍ସାହନର ଅଭାବ ଯୋଗୁ ଆକର୍ଷଣ ହରାଇବାରେ ଲାଗିଛି। ପୂର୍ବରୁ ସାନ୍ତାଳୀ ବେଶଭୂଷାରେ ଏହି ନୃତ୍ୟ…

ବାଦାମପାହାଡରୁ କେନ୍ଦୁଝରକୁ ହେବ ରେଳ ସଂଯୋଗ

କେନ୍ଦୁଝର,୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରୁ ମୟୂରଭଞ୍ଜ ଜିଲା ବାଦାମପାହାଡକୁ ରେଳଲାଇନ୍‌ ସଂଯୋଗ ହେବ। ଦୀର୍ଘ ୮୦ କିମି ନୂଆ ରେଳଲାଇନ୍‌ କାମର ଫାଇନାଲ ଲୋକେଶନ ସର୍ଭେ ପାଇଁ ରେଳବାଇ ବିଭାଗ କୋଲକାତା ଦକ୍ଷିଣ ପଶ୍ଚିମତଟ ରେଳବାଇର ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି। ଏହି…

ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ଆନନ୍ଦପୁର,୮।୧୨(ସ୍ବ.ପ୍ର.): ଆନନ୍ଦପୁର ପୋଲିସ ଏକ ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅପହରଣର ମାସେ ପରେ ଅଭିଯୁକ୍ତଙ୍କୁୁ ଗିରଫ କରିବାରେ ଆନନ୍ଦପୁର ପୋଲିସ ସଫଳ ହୋଇଛି। ଅଭିଯୁକ୍ତ ଆନନ୍ଦପୁର ପୌରପରିଷଦ ଫକୀରପୁର ୧୦ନଂ ଓାର୍ଡ଼ର ପଦ୍ମନାଭ ଜେନାଙ୍କ ପୁଅ ଜିତୁ…

ଠକେଇ ଅଭିଯୋଗରେ ପୂର୍ବତନ ସରପଞ୍ଚ ଗିରଫ

କେନ୍ଦୁଝର,୮।୧୨ (ସ୍ବ.ପ୍ର.) : କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଡିମ୍ବୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଖିଳ ଚନ୍ଦ୍ର ନାୟକଙ୍କୁ ଟାଉନ୍‌ ପୋଲିସ ଗୁରୁବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଡିମ୍ବୋ ପଞ୍ଚାୟତ ବାଇଗଣପଶି ଗ୍ରାମର ଜଣେ…

ତୃତୀୟ ଦିନରେ ଆଶାକର୍ମୀଙ୍କ ଧାରଣା

ପାଟଣା,୮ା୧୨(ସ୍ବ.): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗୁରୁବାର ପାଟଣା ବ୍ଲକରେ କାର୍ଯ୍ୟରତ ଆଶାକର୍ମୀମାନେ ବିଭିନ୍ନ ଦାବି ନେଇ ଧାରଣାରେ ବସି ଆନ୍ଦୋଳନ ଜାରି ରଖିଛନ୍ତି। ଗୁରୁବାର ରାଜନଗର ସେକ୍ଟରର ୩୨ରୁ ଊର୍ଦ୍ଧ୍ୱ ଆଶାକର୍ମୀ ୭ ଦଫା ସମ୍ବଳିତ ଦାବି…

ମଶାଧୂପରୁ ନିଆଁ ଲାଗି ମହିଳା ଗୁରୁତର

ପାଟଣା,୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା କ୍ରମରେ ବୁଧବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ମଶାଧୂପରୁ ନିଆଁ ଲାଗି କିରୋସିନି ବୋତଲରେ ଲାଗିବା ପରେ ତଳେ ଶୋଇଥିବା ମହିଳାଙ୍କ ବିଛଣାରେ…

ଏସ୍‌ଟିଏଫ୍‌ ଉପରକୁ ଗୋଚାଲାଣକାରୀଙ୍କ ଗୁଳିମାଡ଼

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ ନଂ. ଜାତୀୟ ରାଜପଥ ଦେଇ ପ୍ରତିଦିନ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଗୋଚାଲାଣ କରାଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଟିମ୍‌ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉବେଳେ ଗୋରୁ ଚାଲାଣକାରୀମାନେ ଗୁଳିମାଡ଼ କରିଛନ୍ତି। ୭ ରାଉଣ୍ଡ ଗୁଳିଚାଳନା…

ଡାକ୍ତରଖାନା ପରିସରରେ ଶିଶୁପୁତ୍ରକୁ ଫିଙ୍ଗି ପଳାଇଲେ

କେନ୍ଦୁଝର,୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବୁଧବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାପଡ଼ିଛି। କିଏ କେବେ ଫୋପାଡ଼ିଛି ଜଣା ପଡ଼ି ନ ଥିଲେ ହେଁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ସୂଚନାନୁସାରେ, ଜିଲା ମୁଖ୍ୟ…

ଫୁଲ ତୋଳୁଥିଲେ ମହିଳା, ସୁନା ଚେନ୍‌ ଝାମ୍ପିନେଲେ ଲୁଟେରା

କେନ୍ଦୁଝର,୭ା୧୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କଲେଜରୋଡ୍‌ ସାତସିଙ୍ଗା ନିକଟରେ ଜଣେ ମହିଳାଙ୍କଠାରୁ ସ୍ପଷ୍ଟ ଦିବାଲୋକରେ ସୁନା ଚେନ୍‌ ଲୁଟ୍‌ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ବୁଧବାର ଅପରାହ୍ନରେ ଦୀପ୍ତିମୟୀ ରାଉତ ଫୁଲ ତୋଳୁଥିବାବେଳେ ଘର ନିକଟରେ ଜଣେ ଯୁବକ…

ହଷ୍ଟେଲ ସମସ୍ୟାକୁ ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରିଲେ ଛାତ୍ର

କେନ୍ଦୁଝର,୭।୧୨(ସ୍ବ.ପ୍ର.): କେନ୍ଦୁଝର ସ୍ଥିତ ଧରଣୀଧର ସୟଂଶାସିତ ବିଦ୍ୟାଳୟର ଫକୀର ମୋହନ ଛାତ୍ରବାସର ଛାତ୍ରମାନେ ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଏଥିସହ କାର୍ଯ୍ୟାଳୟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରବାସରେ ଝରକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri