ହାତୀ ଆସିଲେ ମେସେଜ ଆସୁଛି

କେନ୍ଦୁଝର, ୧୮।୯(ସ୍ବ.ପ୍ର.): ଧନଜୀବନ ସୁରକ୍ଷା ଲାଗି ଆଖପାଖ ଅଞ୍ଚଳରେ ହାତୀ ଚଳପ୍ରଚଳ କରୁଥିଲେ ବନବିଭାଗ ଦେଉଛି ଆଗୁଆ ମେସେଜ। ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଲା ମାତ୍ରେ ମୋବାଇଲକୁ ଆସିଯିବ ଆଗୁଆ ଭଏସ ଓ ଟେକ୍ସଟ ମେସେଜ। ଅନେକ ଅଞ୍ଚଳରେ ମୋବାଇଲ ନେଟଓ୍ବର୍କ ସମସ୍ୟା ଥିଲେ କିମ୍ବା ବିଦ୍ୟୁତ ସମସ୍ୟା ଯୋଗୁ ମୋବାଇଲ ଚାର୍ଜ ହୋଇ ନ ଥିଲେ ହାତୀ ଚଳପ୍ରଚଳ ଅଞ୍ଚଳରେ ମାଇକ ଯୋଗେ ସଚେତନତା ମଧ୍ୟ କରାଯାଉଛି। କେନ୍ଦୁଝର ଜିଲାରେ ଏଭଳି ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଜିଲାରେ ଶନିବାର ୧୪ଟି ପଲରେ ପାଖାପାଖି ୧୩୭ ହାତୀ ଚଳପ୍ରଚଳ କରୁଛନ୍ତି। ଏହି ପଲ ଉପରେ ହାତୀ ସ୍କ୍ବାଡ ନଜର ରଖିଥିବା ବେଳେ ମାଇକ ଯୋଗେ ସୂଚନା ଦେବାକୁ ସ୍ବତନ୍ତ୍ର ଦଳ ପ୍ରସ୍ତୁତ କରାଯାଇଛି। କେନ୍ଦୁଝର ଡିଭିଜନରେ ହାତୀ ଚଳପ୍ରଚଳ ଯୋଗୁ ଗ୍ରାମର ଲୋକଙ୍କ ଫୋନ ନମ୍ବର ନେଇ ଡାଟାବେସ ପ୍ରସ୍ତୁତ ହୋଇଛି। ହାତୀ ଯେଉଁ ଅଞ୍ଚଳମୁହଁା ହୋଇଥାଏ ସେହି ଅଞ୍ଚଳର ଲୋକଙ୍କୁ ମୋବାଇଲ ମେସେଜ ବା ଭଏସ୍‌ ମେସେଜ ଦ୍ୱାରା ଆଗୁଆ ସୂଚନା ଦିଆଯାଉଛି। ଫଳରେ ଲୋକମାନେ ଯାତାୟାତ କରନ୍ତି ନାହିଁ କିମ୍ବା ଜଙ୍ଗଲକୁ ଯାଇ ନ ଥାନ୍ତି। ସେହିପରି ଏହି ମେସେଜ ସ୍ଥାନୀୟ ସରପଞ୍ଚ, ଜିଲାପରିଷଦ ସଭ୍ୟା/ସଭ୍ୟ, ବିଧାୟକ, ବିଡିଓ, ତହସିଲଦାରଙ୍କୁ ମଧ୍ୟ ଦିଆଯାଉଛି। ଫଳରେ ସମସ୍ତେ ହାତୀର ଗତିବିଧି ଓ ଚଳପ୍ରଚଳ ବିଷୟରେ ଅବଗତ ହୋଇପାରିବେ। ସମସ୍ତଙ୍କ ସହଯୋଗ ରହିଲେ ଏହାର ସମାଧାନ ହୋଇପାରିବ। ଏ ନେଇ ସମସ୍ତଙ୍କୁ ସୂଚନା ଦେବା ଲାଗି ବ୍ୟବସ୍ଥା କରାଯାଇଛି। ସମସ୍ତେ ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି କେନ୍ଦୁଝର ଡିଏଫଓ ଏଚ୍‌.ଡି. ଧନରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?