ଜାନୁୟାରୀ ୩ରେ ଖୋଲିବ ବଳଦେବଜିଉ ମନ୍ଦିର
କେନ୍ଦ୍ରାପଡା ଅଫିସ୍,୧୬।୧୨: କରୋନା ସ୍ଥିତିରେ ସୁଧାର ଆସିବା ପରେ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଖୋଲିବାନେଇ ଅନୁମତି ମିଳିଛି। ଏବେ ଅନ୍ୟ ମନ୍ଦିରମାନ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ଏହାରି ମଧ୍ୟରେ ଜାନୁୟାରୀ ୩ରୁ ଖୋଲିବାକୁ ଯାଉଛି କେନ୍ଦ୍ରାପଡାର ବଳଦେବଜିଉ ମନ୍ଦିର।…
ଏନ୍ଆର୍ଟିଏସ୍ ପରୀକ୍ଷା, ସାହିତ୍ୟ ପ୍ରଶ୍ନପତ୍ରରେ ତ୍ରୁଟି
ଆଳି,୧୬।୧୨(ଡି.ଏନ.ଏ.): ଚଳିତବର୍ଷର ଏନ୍ଆର୍ଟିଏସ୍ ପରୀକ୍ଷା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାର ମାତୃଭାଷା (ସାହିତ୍ୟ) ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଉକ୍ତ ପରୀକ୍ଷା ସାଧାରଣତଃ ୧୦୦ ମାର୍କ ପୂର୍ଣ୍ଣସଂଖ୍ୟା। ୨୫ ମାର୍କ ବିଶିଷ୍ଟ ୪ଟି ବିଷୟ ଭାଷା (ସାହିତ୍ୟ), ଗଣିତ,…
ଖରିଫ ଧାନର ଅଭାବୀ ବିକ୍ରି
କେନ୍ଦ୍ରାପଡା ଅଫିସ, ୧୨।୧୨ – କେନ୍ଦ୍ରାପଡା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ ମଣ୍ଡି ଅଭାବରୁ ବିକ୍ରି କରି ପାରି ନାହାନ୍ତି। ଏହି ଅଭାବୀ ବିକ୍ରିର…
ଟିକେଟ୍ ବିକ୍ରି କରି ଯୁବକ ଗିରଫ
ପଟ୍ଟାମୁଣ୍ଡାଇ,,୧୧।୧୨(ସ୍ବ.ପ୍ର.): ରେଲୱେ ଓ୍ବେବ୍ସାଇଟ ହାଇଜାକ୍ କରି ଟିକେଟ୍ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ଗୁରୁବାର ପାରାଦୀପ ଆର୍ପିଏଫ ପୋଲିସ ପଟ୍ଟାମୁଣ୍ଡାଇରେ ଗିରଫ କରିଛି। ସମ୍ପୃକ୍ତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ବେଲତଳ ଗଁାର ସୀତାରାମ ପଣ୍ଡା ବୋଲି ଜଣାପଡିଛି।…
ପାଚିଲା ଧାନ ଖାଉଛି ପୋକ
ମହାକାଳପଡା,୧୧।୧୨(ଡି.ଏନ.ଏ.): କୃଷି କୃଷକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏହି ଯୋଜନା ତୃଣମୂଳ ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଜଳବାୟୁ, ବୃଷ୍ଟିପାତ ଅତ୍ୟଧିକ ତାପମାତ୍ରା, ଅନିୟମିତତା ଯୋଗୁ ଧାନ କ୍ଷେତରେ ଅଜଣା ରୋଗ ପୋକ ଦାଉ ସାଧୁଛି। ଅପରପକ୍ଷେ କରୋନା ଯୋଗୁ…
କେନ୍ଦ୍ରାପଡ଼ାରେ ବିପଜ୍ଜନକ ନୌପରିବହନ
କେନ୍ଦ୍ରାପଡା ଅଫିସ, ୧୦।୧୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଜାତୀୟଉଦ୍ୟାନ ଭିତରକନିକା ନଳିତାପାଟିଆଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବୁଧବାର ପ୍ରଥମଥର ପାଇଁ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି। ଫେବୃୟାରୀ ୨୮ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଭିତରକନିକାର ପ୍ରାକୃତିକ ବିଭବ ସହ…
ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ
ରାଜନଗର,୧୦ା୧୨(ଡି.ଏନ.ଏ.) :ସ୍ବାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ନେତା, ସାମ୍ବାଦିକ, ସାମାଜିକ କର୍ମୀ ଜୟସିଂହ ମହାପାତ୍ରଙ୍କ ବୁଧବାର ଅପରାହ୍ନରେ ୯୫ ବର୍ଷରେ ପରଲୋକ ହୋଇଯାଇଛି। ସପ୍ତାହେ ଧରି ସେ ଅସୁସ୍ଥ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ପରଲୋକ ହୋଇଯାଇଛି।…
କଲ୍ୟାଣ ମଣ୍ଡପ ନିର୍ମାଣ ବନ୍ଦକୁ ନେଇ ଅସନ୍ତୋଷ
ଡେରାବିଶ,୮।୧୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣକୁ ନେଇ ଜିଲା ଚାଷୀ ଶ୍ରମିକ ସଂଘର କର୍ମକର୍ତ୍ତା ସୋମବାର ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଦର୍ଶାଯାଇଛି, ବ୍ଲକ ଅଧୀନ ଚାଟରାଚକଡ଼ା ପଞ୍ଚାୟତ ୫୩…
ବିଜେଡିରେ ଯୋଗଦେଲେ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ
ରାଜନଗର,୮।୧୨: କେନ୍ଦ୍ରପଡା ଜିଲା ରାଜନଗର ବ୍ଲକ କେରେଡାଗଡ ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସକର୍ମୀ ବିଜେଡିରେ ଯୋଗଦେଇଛନ୍ତି। ରବିବାର ସନ୍ଧ୍ୟାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ରାଜନଗର ବିଧାୟକ ଧ୍ରୁବସାହୁଙ୍କ ଉପସ୍ଥିତିରେ କଂଗ୍ରେସର କେରେଡାଗଡ ପଞ୍ଚାୟତର ୨ ନଂ. ୱାର୍ଡସଭ୍ୟ ଅନିରୁଦ୍ଧ…
ଖରସ୍ରୋତାରୁ ଭଦ୍ରକକୁ ପାଣିଦେବା ବିବାଦ: ପାଣି ନ ଛାଡ଼ିବାକୁ ଜଳ ସତ୍ୟାଗ୍ରହ
କେନ୍ଦ୍ରାପଡ଼ା ଅଫିସ/ରାଜକନିକା,୭ା୧୨ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣିଦେବା ବିବାଦ ତୀବ୍ର ହେବାରେ ଲାଗିଛି। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଶତାଧିକ ମହିଳା ରବିବାର ପୂର୍ବାହ୍ନରେ ହାତରେ ଗରା ଧରି ବରୁଣାଡିହାଠାରେ ନଦୀରେ ପଶି ଜଳ…
କେନାଲ ବନ୍ଧ ରାସ୍ତା ଖାଲଖମା
ଡେରାବିଶ, ୫।୧୨(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଧୀନ କେନ୍ଦ୍ରାପଡ଼ା କେନାଲର ଗିରିଗୋଲାଠାରୁ ଦାନପୁର ୨ କି.ମି. କେନାଲ ବନ୍ଧ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ବ୍ଲକ ଅଞ୍ଚଳର ଏହି କେନାଲ ବନ୍ଧ ରାସ୍ତାଟି ମୁଖ୍ୟରାସ୍ତା। ରାସ୍ତାଟି କେନ୍ଦ୍ରାପଡ଼ା ଓ କଟକ ସହରକୁ ସଂଯୋଗ…
ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ: ପରିବେଶ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ ହେବ
କେନ୍ଦ୍ରାପଡା ଅଫିସ/ରାଜକନିକା/ଆଳି,୪ା୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ବରୁଣାଡିହାଠାରେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପରୁ ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ନେଇ ବିବାଦ ଏକ ଭିନ୍ନ ସ୍ଥିତିରେ ପହଞ୍ଚତ୍ଛି। ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏହି ପ୍ରକଳ୍ପରୁ ଭଦ୍ରକକୁ…
Archives


