ଏନ୍‌ଆର୍‌ଟିଏସ୍‌ ପରୀକ୍ଷା, ସାହିତ୍ୟ ପ୍ରଶ୍ନପତ୍ରରେ ତ୍ରୁଟି

ଆଳି,୧୬।୧୨(ଡି.ଏନ.ଏ.): ଚଳିତବର୍ଷର ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାର ମାତୃଭାଷା (ସାହିତ୍ୟ) ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଉକ୍ତ ପରୀକ୍ଷା ସାଧାରଣତଃ ୧୦୦ ମାର୍କ ପୂର୍ଣ୍ଣସଂଖ୍ୟା। ୨୫ ମାର୍କ ବିଶିଷ୍ଟ ୪ଟି ବିଷୟ ଭାଷା (ସାହିତ୍ୟ), ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନକୁ ନେଇ ହୋଇଥାଏ। ମଙ୍ଗଳବାର ପରୀକ୍ଷାରେ ସାହିତ୍ୟ ୨୫ ନଂ.ରେ ଯେଉଁ ପ୍ରଶ୍ନ ଆସିଛି, ସେଥିରୁ ୫ଟି ପ୍ରଶ୍ନ ଅଷ୍ଟମ ଶ୍ରେଣୀ ଭାଷା ପାଠ୍ୟ ପୁସ୍ତକରେ ନାହିଁ ବୋଲି ଅଭିଯୋଗ ହେଉଛି। ଯେପରିକି ବି ସେଟ୍‌ ପ୍ରଶ୍ନପତ୍ରର ୨ ନଂ. ପ୍ରଶ୍ନରେ ତାର କଥା ନ ମାନିଲେ ନଈରେ ନେଇ ଫୋପାଡି ଦେବ ବୋଲି ଅଜୁ କାହାକୁ କହିଛି। ଏହା ପାଠ୍ୟ ପୁସ୍ତକରେ ନାହିଁ। ପ୍ରଶ୍ନ ନଂ. ୧୮ରେ ଭାରତର ଟେକ ରଖିବାକୁ ଆମେ କ’ଣ କରିବୁ। ଏହା ଭାରତ ମା’ ପଦ୍ୟରୁ ଆସିଛି, ଯାହା ପାଠ୍ୟ ପୁସ୍ତକ ଅନ୍ତର୍ଭୁକ୍ତ ନୁହେଁ। ପ୍ରଶ୍ନ ନଂ. ୧୯ରେ ଆସାମବାସୀଙ୍କ ପ୍ରସିଦ୍ଧ ତୀର୍ଥ ସ୍ଥାନର ନାମ କ’ଣ। ଏହି ପ୍ରଶ୍ନଟି ଆସାମ ଭ୍ରମଣ ଗଦ୍ୟରୁ ଆସିଛି। ଏହା ପ୍ରଚଳିତ ପାଠ୍ୟ ପୁସ୍ତକ ଅନ୍ତର୍ଗତ ନୁହେଁ। ପ୍ରଶ୍ନ ନଂ. ୨୨ରେ ଜଳ କେଉଁଥିରୁ ଜାତ ହୁଏ ବୋଲି ପଠିତ କବିତାରେ କୁହାଯାଇଛି। ଏହି ପ୍ରଶ୍ନଟି ଜଳ ପଦ୍ୟରୁ ଆସିଛି। ଏହା ମଧ୍ୟ ପାଠ୍ୟ ପୁସ୍ତକରେ ନାହିଁ। ସେହିଭଳି ପ୍ରଶ୍ନ ନଂ. ୨୪ରେ ଜଡ଼ ମଧ୍ୟରେ ଶକ୍ତି ନିହିତ ଥିବା କବି କାହାଠାରୁ ଜାଣିଲେ। ଏହା ଶିବରାତ୍ରି ପଦ୍ୟରୁ ଆସିଛି। ଏହା ମଧ୍ୟ ପାଠ୍ୟ ପୁସ୍ତକ ବାହାରୁ ଆସିଛି। ଏହା ଜାଣିବା ପରେ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଥିପାଇଁ ଗ୍ରେସ୍‌ ମାର୍କ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବରଗଡ଼ ଜିଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ ଏବଂ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି।…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri