ଏନ୍‌ଆର୍‌ଟିଏସ୍‌ ପରୀକ୍ଷା, ସାହିତ୍ୟ ପ୍ରଶ୍ନପତ୍ରରେ ତ୍ରୁଟି

ଆଳି,୧୬।୧୨(ଡି.ଏନ.ଏ.): ଚଳିତବର୍ଷର ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାର ମାତୃଭାଷା (ସାହିତ୍ୟ) ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଉକ୍ତ ପରୀକ୍ଷା ସାଧାରଣତଃ ୧୦୦ ମାର୍କ ପୂର୍ଣ୍ଣସଂଖ୍ୟା। ୨୫ ମାର୍କ ବିଶିଷ୍ଟ ୪ଟି ବିଷୟ ଭାଷା (ସାହିତ୍ୟ), ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନକୁ ନେଇ ହୋଇଥାଏ। ମଙ୍ଗଳବାର ପରୀକ୍ଷାରେ ସାହିତ୍ୟ ୨୫ ନଂ.ରେ ଯେଉଁ ପ୍ରଶ୍ନ ଆସିଛି, ସେଥିରୁ ୫ଟି ପ୍ରଶ୍ନ ଅଷ୍ଟମ ଶ୍ରେଣୀ ଭାଷା ପାଠ୍ୟ ପୁସ୍ତକରେ ନାହିଁ ବୋଲି ଅଭିଯୋଗ ହେଉଛି। ଯେପରିକି ବି ସେଟ୍‌ ପ୍ରଶ୍ନପତ୍ରର ୨ ନଂ. ପ୍ରଶ୍ନରେ ତାର କଥା ନ ମାନିଲେ ନଈରେ ନେଇ ଫୋପାଡି ଦେବ ବୋଲି ଅଜୁ କାହାକୁ କହିଛି। ଏହା ପାଠ୍ୟ ପୁସ୍ତକରେ ନାହିଁ। ପ୍ରଶ୍ନ ନଂ. ୧୮ରେ ଭାରତର ଟେକ ରଖିବାକୁ ଆମେ କ’ଣ କରିବୁ। ଏହା ଭାରତ ମା’ ପଦ୍ୟରୁ ଆସିଛି, ଯାହା ପାଠ୍ୟ ପୁସ୍ତକ ଅନ୍ତର୍ଭୁକ୍ତ ନୁହେଁ। ପ୍ରଶ୍ନ ନଂ. ୧୯ରେ ଆସାମବାସୀଙ୍କ ପ୍ରସିଦ୍ଧ ତୀର୍ଥ ସ୍ଥାନର ନାମ କ’ଣ। ଏହି ପ୍ରଶ୍ନଟି ଆସାମ ଭ୍ରମଣ ଗଦ୍ୟରୁ ଆସିଛି। ଏହା ପ୍ରଚଳିତ ପାଠ୍ୟ ପୁସ୍ତକ ଅନ୍ତର୍ଗତ ନୁହେଁ। ପ୍ରଶ୍ନ ନଂ. ୨୨ରେ ଜଳ କେଉଁଥିରୁ ଜାତ ହୁଏ ବୋଲି ପଠିତ କବିତାରେ କୁହାଯାଇଛି। ଏହି ପ୍ରଶ୍ନଟି ଜଳ ପଦ୍ୟରୁ ଆସିଛି। ଏହା ମଧ୍ୟ ପାଠ୍ୟ ପୁସ୍ତକରେ ନାହିଁ। ସେହିଭଳି ପ୍ରଶ୍ନ ନଂ. ୨୪ରେ ଜଡ଼ ମଧ୍ୟରେ ଶକ୍ତି ନିହିତ ଥିବା କବି କାହାଠାରୁ ଜାଣିଲେ। ଏହା ଶିବରାତ୍ରି ପଦ୍ୟରୁ ଆସିଛି। ଏହା ମଧ୍ୟ ପାଠ୍ୟ ପୁସ୍ତକ ବାହାରୁ ଆସିଛି। ଏହା ଜାଣିବା ପରେ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଥିପାଇଁ ଗ୍ରେସ୍‌ ମାର୍କ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ୨୦ ଭରି ସୁନା ଅଳଙ୍କାର ସହ ସ୍କୁଟି

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ଓ୍ବାର୍ଡ ପୁଞ୍ଜିକୟଁା ଛକ ବିଷଧର ନଗରରେ ରହୁଥିବା ପ୍ରଧାନଶିକ୍ଷକ ପଦ୍ମନ ଶବରଙ୍କ ଘର ଗ୍ରୀଲ୍‌…

ପ୍ରାକୃତିକ ବିପର୍ଯ୍ୟୟରେ ମହିଳାଙ୍କ ସୁରକ୍ଷା ଓ ଅନ୍ତର୍ଭୁକ୍ତୀକରଣ ଉପରେ କର୍ମଶାଳା

ଭଞ୍ଜନଗର, ୨୫ା୧୦ (ବାବୁଲା ପ୍ରଧାନ): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ…

ଉତ୍ସବ ମୁଖର ରିଷିଡ଼ା: ଭକ୍ତିମୟ ପରିବେଶରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ ପାଇଁ ମହିଳାଙ୍କ…

ରିଷିଡ଼ା,୨୫ା୧୦(ସୁଶାନ୍ତ ମଲ୍ଲିକ): ଚତୁର୍ଦ୍ଦିଗରେ ଘଣ୍ଟ, ଘଣ୍ଟା, ହୁଳହୁଳି ଏବଂ ସଙ୍କୀର୍ତ୍ତନର ପ୍ରତିଧ୍ୱନି; ସାରା ପରିବେଶ ହୋଇପଡ଼ିଛି ଆଧ୍ୟାତ୍ମିକ ଏବଂ ଉତ୍ସବମୁଖର। ମା’ ଜଗଜ୍ଜନନୀ ମା’ ଗଜଲକ୍ଷ୍ମୀଙ୍କ ଆଗମନରେ…

୧୧ ସପ୍ତାହରେ ୨ ବହି ପ୍ରକାଶ କରି ବିଶ୍ୱ ରେକର୍ଡ ହାସଲ କଲେ ଶୁଭସ୍ମିତା

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିଜର ପ୍ରତିଭା, ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସାହିତ୍ୟ ଓ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଗଞ୍ଜାମ ଜିଲା…

ଜୁଆଆଡ୍ଡାରେ ଚଢ଼ାଉ: ପୋଲିସକୁ ଦେଖି ଦୌଡ଼ି ପଳାଉଥିଲେ, ୪ ଜୁଆଡ଼ିଙ୍କୁ ମାଡ଼ି ବସି…

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଆଶ୍ୱିନ କୁମାର ପୂର୍ଣ୍ଣମୀ ଅବ୍ୟବହିତ ପୂର୍ବରୁ ୪ ଦିନ ମଧ୍ୟରେ ୩ଟି ଜୁଆଖେଳର ଅତର୍କିତ ଚଢ଼ାଉ କରି…

ଲଗାତାର ୨ ପରାଜୟ ପରେ ନ୍ୟୁଜିଲାଣ୍ଡ ଦଳରେ ବଡ଼ ପରିବର୍ତ୍ତନ: ପୂରା ସିରିଜରୁ ବାଦ୍‌ ପଡିଲେ…

ନୂଆଦିଲ୍ଲୀ, ୨୫।୧୦: ଭାରତ ବନାମ ନ୍ୟୁଜିଲାଣ୍ଡ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦୁଇଟି ମ୍ୟାଚ ଶେଷ ହୋଇଛି। ତୃତୀୟ ମ୍ୟାଚ ମଙ୍ଗଳବାର ୱେଲିଂଟନରେ ଖେଳାଯିବ। ଟିମ…

ସ୍କୁଲ ବସ୍‌ରେ ଲାଗିଲା ନିଆଁ, ଜାଣିଶୁଣି କେହି…

ନବରଙ୍ଗପୁର,୨୫ା୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ସ୍କୁଲ ପରିସରରେ ଥିବା ଏକ ଅବ୍ୟବହୃତ ବସ୍‌ରେ ନିଆଁ ଲାଗି ଜଳିଯାଇଛି। ବସ୍‌ଟି ହୁତୁହୁତୁ ହୋଇ…

୬ ନଭେମ୍ୱର ଯାଏଁ ଚମକିବ ଭାଗ୍ୟ, ତ୍ରିଗ୍ରହୀ ଯୋଗରୁ ଏହି ୩ ରାଶିଙ୍କ ପ୍ରବଳ ଧନଲାଭ!

ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବା ତିନୋଟି ରାଶି ପାଇଁ ବେଶ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ନଭେମ୍ୱର ୬ ତାରିଖରେ ଶୁକ୍ର ଗ୍ରହ ତୁଳା ରାଶିରୁ କନ୍ୟା ରାଶିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?