କେନ୍ଦ୍ରାପଡ଼ାରେ ବିପଜ୍ଜନକ ନୌପରିବହନ

କେନ୍ଦ୍ରାପଡା ଅଫିସ, ୧୦।୧୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଜାତୀୟଉଦ୍ୟାନ ଭିତରକନିକା ନଳିତାପାଟିଆଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବୁଧବାର ପ୍ରଥମଥର ପାଇଁ ଇକୋ ରିଟ୍ରିଟ୍‌ ଆରମ୍ଭ ହୋଇଛି। ଫେବୃୟାରୀ ୨୮ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଭିତରକନିକାର ପ୍ରାକୃତିକ ବିଭବ ସହ ହୁକିଟୋଲା, ହାବେଳିଖଟି, ବତିଘର ଆଦି ପର୍ଯ୍ୟଟକଙ୍କ ଆକର୍ଷଣ ହେବ। ଏହି ପର୍ଯ୍ୟଟନ କ୍ଷେତ୍ରକୁ ଯିବାକୁ ପର୍ଯ୍ୟଟକଙ୍କୁ ଦେଶୀ ଡଙ୍ଗା ଓ ବୋଟର ସାହାରା ନେବାକୁ ପଡ଼ିବ। ଦେଶୀ ଡଙ୍ଗାରେ ପର୍ଯ୍ୟଟକ ଯିବା ବହୁ ସମୟରେ ଭାରି ପଡୁଛି। କ୍ଷମତାରୁ ଅଧିକ ଯାତ୍ରୀ ଡଙ୍ଗାରେ ରହୁଥିବାରୁ ବାରମ୍ବାର ଓଲଟି ପଡୁଛି। ବିଭିନ୍ନ ସମୟରେ ହେଉଥିବା ଦୁର୍ଘଟଣା ସତ୍ତ୍ୱେ ପ୍ରଶାସନର ଏଥିପ୍ରତି ନିଘା ରହୁନାହିଁ। ୨୦୦୪ର ବୋଟ୍‌ ରୁଲ ଜିଲାରେ କାର୍ଯ୍ୟକାରୀ ହେଉନାହିଁ। ଜିଲାର ୨୪୯ରୁ ୧୭ ପଞ୍ଚାୟତକୁ ସେତୁ ନ ଥିବାରୁ ବିପଜ୍ଜନକ ନୌପରିବହନ ପାଇଁ ଡଙ୍ଗା ଭରସା ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ମହାକାଳପଡ଼ାର ସୁଶୀଲ କୁମାର ରାଉତ କୁହନ୍ତି, ୩ ମାସ ପୂର୍ବେ ପିତାପାଟଠାରେ ଡଙ୍ଗା ଓଲଟି ୫ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଏଠାରେ ୨୦୧୩ ମାର୍ଚ୍ଚ ୧ରେ ଡଙ୍ଗା ବୁଡି ଜଗତ୍‌ସିଂହପୁର ଜିଲାର ୧୩ କିଶୋର କ୍ରିକେଟ ଖେଳାଳିଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୯ ଜାନୁୟାରୀ ୨ରେ ନିପାଣିଆଠାରେ ଡଙ୍ଗା ବୁଡି ଘଟଣାରେ ୧୦ ମହିଳା ଓ ଶିଶୁଙ୍କ ପ୍ରାଣହାନି ହୋଇଥିଲା। ବର୍ଷକୁ ୧୦ ଡଙ୍ଗା ବୁଡି ଘଟଣା ଘଟୁଛି। ଅଧିକ ଯାତ୍ରୀ ପରିବହନ ଓ ଅନଭିଜ୍ଞ ନୌଚାଳନା ଏହାର ପ୍ରମୁଖ କାରଣ ସାଜିଛି। ଏ ସଂକ୍ରାନ୍ତରେ ମହାକାଳପଡ଼ା ୟୁଥ୍‌ କ୍ଲବର ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ପଦନୀପାଳ, ଏକମାଣିଆ, ସିଂହଗଁା, ବତିଘର ସମେତ ୧୭ଟି ପଞ୍ଚାୟତକୁ ଗମନାଗମନ ପାଇଁ ସେତୁ ନାହିଁ। ଏଥିପାଇଁ ପଞ୍ଚାୟତବାସୀ ଦେଶୀ ଡଙ୍ଗା ଓ ନୌକାର ସାହାରା ନେଉଛନ୍ତି। ଜିଲାରେ ଥିବା ଅଧିକାଂଶ ବୋଟ୍‌ ଓ ଡଙ୍ଗା ବୀମା ପରିସରକୁ ଆସିନାହିଁ। ଏପରିକି ବୋଟ୍‌ ଚାଳନା ପାଇଁ ଆବଶ୍ୟକ ଲାଇସେନ୍ସ ନାହିଁ। ବୋଟ୍‌ ଓ ଡଙ୍ଗାର ଫିଟନେସ ନ ଥିଲେ ମଧ୍ୟ ପର୍ଯ୍ୟଟକ ଓ ଯାତ୍ରୀ ବିପଜ୍ଜନକ ଭାବେ ନଦୀପଥରେ ଯାତାୟାତ କରୁଛନ୍ତି। କୌଣସି କାରଣରୁ ଦୁର୍ଘଟଣା ହେଲେ ମୃତାହତଙ୍କୁ କ୍ଷତିପୂରଣ ମିଳିବା କଷ୍ଟକର ହୋଇପଡ଼ିବ। ଏ ନେଇ ରାଜନଗର ବ୍ଲକ, ଗୁପ୍ତିର ସୁରେନ୍ଦ୍ର ସାହୁ, ଜାତୀୟ ଉଦ୍ୟାନ ଭିତରକନିକାରେ ୪୦ରୁ ଊର୍ଦ୍ଧ୍ୱ ବୋଟ୍‌ ବିନା ଫିଟନେସରେ ଚାଲୁଛି। ହେଲେ ବନବିଭାଗ ଦୃଷ୍ଟି ଦେଉନାହିଁି। ଜାତୀୟଉଦ୍ୟାନ ମଧ୍ୟରେ ୧୭୦୦ରୁ ଊର୍ଦ୍ଧ୍ୱ କୁମ୍ଭୀର ଅଛନ୍ତି। ଏହି କୁମ୍ଭୀରପ୍ରବଣ ଅଞ୍ଚଳ ମଧ୍ୟ ଦେଇ ଗୁପ୍ତି, ଚାନ୍ଦବାଲି, ଖୋଳା, ଜୟନଗର, ଖରିନାସୀ, ବାହାକୁଦ, ଜମ୍ବୁ ଆଦି ଅଞ୍ଚଳରୁ ଡଙ୍ଗା ଓ ବୋଟ ଚଳାଚଳ କରୁଛି। ବୋଟ୍‌ ଓ ଡଙ୍ଗା ଚାଳକଙ୍କ ମଧ୍ୟରୁ କେତେଜଣ ନାବାଳକ ଓ ଅନଭିଜ୍ଞଙ୍କୁ ଦେଖିବାକୁ ମିଳୁଛି। ଏ ନେଇ ସତର୍କତା ଅବଲମ୍ବନ ନ କଲେ ଇକୋ ରିଟ୍ରିଟ୍‌ ଜିଲା ପ୍ରଶାସନ ପାଇଁ ମହଙ୍ଗା ହେବ। ରାଜନଗର, ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କୁ ଏ ସମ୍ପର୍କରେ ପଚାରିବାରେ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବୋଟ୍‌ ଓ ଡଙ୍ଗାର ବୀମା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। କେନ୍ଦ୍ରାପଡ଼ା, ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ଏ ନେଇ ପଚାରିବାରେ ଦେଶୀ ଡଙ୍ଗା ଓ ବୋଟ ଚାଳକଙ୍କୁ ଏ ନେଇ ସଚେତନ କରାଯାଉଛି। ନିୟମ ବହିର୍ଭୂତ କୌଣସି ଡଙ୍ଗା ଅଥବା ବୋଟ୍‌ ନଦୀରେ ଯାତାୟାତ କଲେ ଜିଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଆରପି, ଏମ୍‌ବିକେ ଚୟନରେ ଅନିୟମିତତା ନେଇ ଅଭିଯୋଗ

ଡେରାବିଶ, ୨୮ା ୩ (ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ରତାଦିଆଖଣ୍ଡସାହି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର...

ଜଳବନ୍ଦୀରେ ଢିଅବସୁପୁର ଗାଁ

ଡେରାବିଶ, ୧୯ା୮(ସ୍ବ.ପ୍ର.): ଲୁଣା ଓ କରାଣ୍ଡିଆ ନଦୀରେ ଜଳସ୍ତର କମିଥିଲେ ମଧ୍ୟ ବସୁପୁର ପଞ୍ଚାୟତର ଢିଅବସୁପୁର ଗାଁର ଲୋକମାନେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଗତ ଦୁଇଦିନ...

ଜୀବନ ଜୀବିକା ଦୋଛକିରେ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ, ୨୪।୪: ଶନିବାର ଓ ରବିବାର ଦୁଇଦିନ ଧରି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବାକୁ ସପ୍ତାହାନ୍ତ କଟକଣା ଶୁକ୍ରବାର ରାତ୍ରି...

ସରକାରୀ ଯୋଜନାକୁ ପ୍ରାର୍ଥୀଙ୍କ ଭରସା

ଡେରାବିଶ, ୬।୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଫେବୃୟାରୀ ୧୬ରେ ଡେରାବିଶ ବ୍ଲକରେ ଅନୁଷ୍ଠିତ ହେବ । ଏଥିପାଇଁ ଆଉମାତ୍ର ଅଳ୍ପ...

ନିଶ୍ଚିନ୍ତକୋଇଲି ବ୍ଲକରେ ବଜ୍ରପାତ: ୨ମୃତ, ୩ ଆହତ

ନିଶ୍ଚିନ୍ତକୋଇଲି, ୬।୮(ସ୍ବ.ପ୍ର): କେନ୍ଦ୍ରାପଡ଼ା ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ହେଲେ...

ନାନୋ ୟୁରିଆ ନେବାକୁ ଚାଷୀ ଅରାଜି

ଡେରାବିଶ,୫ା୯(ସ୍ବ.ପ୍ର.):ରାଜ୍ୟ ସରକାର ଚଳିତ ଖରିଫ ଚାଷ ପାଇଁ ବିଭିନ୍ନ ସମବାୟ ସମିତି ଜରିଆରେ ଚାଷୀଙ୍କୁ ସାର ଯୋଗାଇବାକୁ ଘୋଷଣା କରିଥିଲେ। ମାତ୍ର ଏହାର ବ୍ୟତିକ୍ରମ ଡେରାବିଶ...

ଖେଳୁଥିବା ବେଳେ ବାଲି ଧସି ଦୁଇ ନାବାଳକଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା ଅଫିସ,୯ା୬: କେନ୍ଦ୍ରାପଡ଼ା ବ୍ଲକ ଚକ୍ରୋଡ଼ା ପଞ୍ଚାୟତର ମାଗୁର ଗଣ୍ଡପାଟଣା ଗ୍ରାମରେ ବାଲି ଧସି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଜିଲା...

ଆଧାର ନ ଥିବାରୁ ଭତ୍ତାରୁ ବଞ୍ଚିତ୍ତ ବେଲ

ଡେରାବିଶ,୭।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଇନ୍ଦାଳୋ ପଞ୍ଚାୟତ ଅନ୍ତର୍ଗତ ନାନକାର ଗ୍ରାମର ୭୨ ବର୍ଷିୟା ବିଧବା ମହିଳା ଭତ୍ତାରୁ ବଞ୍ଚିତ୍ତ ହୋଇଥିବା ବିଡିଓଙ୍କ ନିକଟରେ...

Advertisement
Archives

Model This Week