ଖରିଫ ଧାନର ଅଭାବୀ ବିକ୍ରି

କେନ୍ଦ୍ରାପଡା ଅଫିସ, ୧୨।୧୨ – କେନ୍ଦ୍ରାପଡା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ ମଣ୍ଡି ଅଭାବରୁ ବିକ୍ରି କରି ପାରି ନାହାନ୍ତି। ଏହି ଅଭାବୀ ବିକ୍ରିର ସୁଯୋଗ ବ୍ୟବସାୟୀ ଗୋଷ୍ଠୀ ନେଉଛନ୍ତି। ସରକାରୀ ମଣ୍ଡିରୁ କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ କରାଯାଇଛି। ମାତ୍ର କୁଇଣ୍ଟାଲ ପିଛା ଧାନ ୧୨୦୦ରୁ ୧୩୦୦ ଟଙ୍କାରେ ବୁଲା ବ୍ୟବସାୟୀଙ୍କୁ ଦେବାକୁ ପଡୁଛି। ତେବେ ଆସନ୍ତା ୨୮ ତାରିଖରେ ମଣ୍ଡି ଖୋଲାଯିବ ବୋଲି ଯୋଗାଣ ବିଭାଗ ସୂଚନାରୁ ଜଣାପଡିଛି।
ଜମ୍ବୁର ଚାଷୀ ଜିତେନ୍ଦ୍ର ସାମଲ କହିଛନ୍ତି, ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଧାନ ବିକ୍ରି ପାଇଁ ଅପେକ୍ଷା ସମ୍ଭବ ନୁହେଁ। ହାତଉଧାରୀ ଋଣ ଶୁଝିବାକୁ ସ୍ଥାନୀୟ ମହାଜନଙ୍କ ଚାପ ବହୁତ ପଡୁଛି। ଏହା ବ୍ୟତୀତ ମହାକାଳପଡା ପାକ୍ସ ଏଠାରୁ ୧୫ କି.ମି. ଦୂର। ମାତ୍ର ୩ କୁଇଣ୍ଟାଲ ଧାନ ଏଥର ବିକ୍ରି ପାଇଁ ବଳକା ଥିଲା। ସରକାରୀ ଧାର୍ଯ୍ୟ ଦରରେ ମଣ୍ଡିରେ ବିକ୍ରି କରିଥିଲେ ଅଧିକ ଲାଭ ହୋଇଥାନ୍ତି। ତେବେ ମଣ୍ଡି ଖୋଲିବା ବିଳମ୍ବ ଯୋଗୁ ଧାନକୁ ୪୫୦୦ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଛି। ସେହିପରି ରାଜନଗର ବ୍ଲକ ବାରହାପୁର ଗାଁର ଅଶୋକ ରାଉତ କୁହନ୍ତି, ଚଳିତବର୍ଷ ଖରିଫ ଧାନ ଫସଲ ଭଲ ହୋଇଛି। ପ୍ରାୟ ୧୮ ଏକର ଜମିରେ ଚାଷ ହୋଇଥିଲା। ଏହି ଧାନ ରଖିବାକୁ ସ୍ଥାନ ଅଭାବରୁ ପର୍ଯ୍ୟାୟକ୍ର୍ରମେ ଅମଳ କରାଯାଇ ବ୍ୟବସାୟୀଙ୍କୁ ବିକ୍ରି କରାଯାଉଛି। ଗ୍ରାମରେ ସରକାରୀ ଖଳା ନ ଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି। ଏହାବ୍ୟତୀତ ଖୋଲା ଆକାଶ ତଳେ ଫସଲ ସୁରକ୍ଷିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ବତୀଘର ଗ୍ରାମର ହରିପଦ ମଣ୍ଡଳ କହିଛନ୍ତି, ମଣ୍ଡିରେ ଧାନ ଦେବା ଏତେ ସହଜ କଥା ନୁହେଁ। ଗମନାଗମନ ପାଇଁ ନଦୀ ଓ ନାଳ ବାଧକ ସାଜିଛି। ନଦୀ ଆରପାଖରେ ଥିବା ମଣ୍ଡିକୁ ଚାଷୀ ଧାନ ନେବା ଅପେକ୍ଷା ବ୍ୟବସାୟୀଙ୍କୁ ବିକ୍ରି କରାଯାଉଛି। ଏପରି ଅସୁବିଧା ଥିବା ସ୍ଥାନରେ ସରକାରୀ ମଣ୍ଡି ଖୋଳିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ସିଏସ୍‌ଓ ପ୍ରଶାନ୍ତ ଗୋଚ୍ଛାୟତଙ୍କୁ ପଚାରିବାରେ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ଜିଲାରୁ ୮୦ ହଜାର ଟନ ଖରିଫ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜିଲାରେ ୧୧୮ ପାକ୍ସ ଖୋଳାଯାଇଛି। ଧାନ କ୍ରୟ ଆସନ୍ତା ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ପ୍ରାୟ ଦେଢ଼ ଲକ୍ଷ ଟନ ଧାନ କ୍ରୟ ହେବ। ଧାନ କ୍ରୟ ପାଇଁ ମୋଟ ୨୭ ମିଲରଙ୍କୁ ନିଯୁକ୍ତି ଦିଆଯାଇଛି। ଅଦ୍ୟାବଧି ୪୧,୫୬୮ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି। ଧାନ ଅମଳ ଏବେ ଆରମ୍ଭ ହୋଇଛି। ଅଭାବୀ ବିକ୍ରିକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri