ଖରସ୍ରୋତାରୁ ଭଦ୍ରକକୁ ପାଣିଦେବା ବିବାଦ: ପାଣି ନ ଛାଡ଼ିବାକୁ ଜଳ ସତ୍ୟାଗ୍ରହ

କେନ୍ଦ୍ରାପଡ଼ା ଅଫିସ/ରାଜକନିକା,୭ା୧୨ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣିଦେବା ବିବାଦ ତୀବ୍ର ହେବାରେ ଲାଗିଛି। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଶତାଧିକ ମହିଳା ରବିବାର ପୂର୍ବାହ୍ନରେ ହାତରେ ଗରା ଧରି ବରୁଣାଡିହାଠାରେ ନଦୀରେ ପଶି ଜଳ ସତ୍ୟାଗ୍ରହ କରିଛନ୍ତି। ଏଥିସହ କୌଣସି ପରିସ୍ଥିତିରେ ଖରସ୍ରୋତା ନଦୀକୁ ମୃତ ହେବାକୁ ଦିଆଯିବ ନାହିଁ ବୋଲି ଶପଥ ନେଇଛନ୍ତି।
ଭଦ୍ରକ ଜିଲାର ବାସୁଦେବପୁର, ତିହିଡି, ଧାମନଗର ଓ ଚାନ୍ଦବାଲି ବ୍ଲକର ୯୧ ପଞ୍ଚାୟତକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବରୁଣାଡିହାଠାରେ ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପ ଜାନୁୟାରୀରୁ ନିର୍ମାଣାଧୀନ ଅଛି। ୮୯୨ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ପାଇଁ ଚାନ୍ଦବାଲି ବ୍ଲକ ନୂଆହାଟଠାରେ ଜଳ ବିଶୋଧନାଗାର ନିର୍ମାଣ ଚାଲିଛି। ସ୍ଥାନୀୟ ଅଞ୍ଚଳରେ ପାଇପ୍‌ ବିଛା ଯାଉଛି। ନଦୀରୁ ପାଣି ଉଠାଗଲେ ଲୁଣା ମାଡିଯିବା, ସ୍ଥାନୀୟ ଅଞ୍ଚଳର କୃଷି ଓ ଜାତୀୟ ଉଦ୍ୟାନ ଭିତରକନିକା ପ୍ରଭାବିତ କରିବ ବୋଲି ଆଶଙ୍କା କରି ସମିତି ପକ୍ଷରୁ ପ୍ରକଳ୍ପ ନିର୍ମାଣ ଆରମ୍ଭରୁ ବିରୋଧ କରାଯାଉଛି। ଇତିମଧ୍ୟରେ ଶାସକ ଓ ପ୍ରଶାସକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଚଳାଇଛନ୍ତି। ଏପରି କି ବିରୋଧୀ ଓ ପ୍ରଶାସକଙ୍କ ପକ୍ଷରୁ ଦୁଇଥର ସଭା ଓ ଆଲୋଚନା ହୋଇଥିଲେ ମଧ୍ୟ ତାହା ନିଷ୍ଫଳ ହୋଇଯାଇଛି। ଜଳ ସତ୍ୟାଗ୍ରହ ସମ୍ପର୍କରେ ଆନ୍ଦୋଳନକାରୀ କବିତା ବେହେରା କହିଛନ୍ତି, ଖରସ୍ରୋତା ନଦୀରେ ଆଗ ପରି ସ୍ରୋତ ରହୁନାହିଁ। ନଦୀ ଜଳ ସଂରକ୍ଷଣ ପାଇଁ ଯୋଜନା ଅଭାବରୁ ସ୍ଥାନୀୟ କୃଷି ପାଇଁ ପାଣି ନିଅଣ୍ଟ ହେଉଛି। ସେହିପରି ହେନ୍ତାଳବଣ ପାଇଁ ସମୁଦ୍ରର ଲୁଣି ପାଣି ସହ ମଧୁର ଜଳର ସମ୍ମିଶ୍ରଣ ଆବଶ୍ୟକ। ନଦୀର ତଳମୁଣ୍ଡରେ ସମୁଦ୍ରକୁ କେତେ ପରିମାଣରେ ମଧୁର ପାଣି ନିଷ୍କାସିତ ହେଉଛି, ତାହାର ତର୍ଜମା ହୋଇନାହିଁ। ଏପରିସ୍ଥଳେ ମେଗା ପାନୀୟ ଜଳ ପ୍ରକଳ୍ପରେ ଦୈନିକ ୧୪୮ ମିଲିଅନ ଲିଟର ପାଣି ଉଠାଗଲେ ସମୁଦ୍ରର ଲୁଣାଜଳ ଭିତରକୁ ମାଡିଆସିବ। ପାଣିଉଠା ସ୍ଥାନ ଓ ବିଶୋଧନାଗାର ମଧ୍ୟରେ ବହି ଯାଇଥିବା ବୈତରଣୀରେ ଲୁଣି ପାଣି ଆସିବା ପରି ଖରସ୍ରୋତା ଅଗାମୀଦିନରେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୃତା ନଦୀ ହୋଇଯିବ। କୃଷି ଓ ଭିତରକନିକାର ଜୈବ ବିବିଧତା ନଷ୍ଟ ସହ ସୁନାମି ଆସି କେନ୍ଦ୍ରାପଡାର ପ୍ରଭୂତ କ୍ଷତି ଘଟାଇବ। ତୁରନ୍ତ ଏହି ପ୍ରକଳ୍ପ ବନ୍ଦ କରିବାକୁ ଆନ୍ଦୋଳନକାରୀ ବେହେରା ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ସଂଗ୍ରାମ ସମିତିର ମୋନାଲିସା ବେହେରା, ଅପର୍ଣ୍ଣା ମହାନ୍ତି, ସରସ୍ବତୀ ରାଉତ, ସଂଯୁକ୍ତା ବେହେରା ଓ ଉର୍ମିଳା ବେହେରା ପ୍ରମୁଖ ଜଳ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri