ଆଖି ବୁଜିଲେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ
କେନ୍ଦ୍ରାପଡ଼ା ଅଫିସି,୧୪।୯: କେନ୍ଦ୍ରାପଡ଼ା ଉପକାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ପୀତାମ୍ବର ନାୟକଙ୍କ ବୁଧବାର ମୃତ୍ୟୁ ଘଟିଛି ।ଜେଲ କର୍ତ୍ତୃପକ୍ଷ ଏହା ହୃଦ୍ଘାତଜନିତ ବୋଲି ପ୍ରାଥମିକ ପର୍ଯ୍ୟାୟରେ ସୂଚନା ଦେଇଛନ୍ତି। ତେବେ ମୃତ ନାୟକଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟ…
ଆବାସ ସାତସପନକୁ କ୍ୟାନ୍ସର କରୁଛି କଲବଲ
ଆଳି,୧୪ା୯(ଡି.ଏନ.ଏ.): ଆବାସ ଗୃହ ସାତସପନ ପାଲଟିଥିବା ବେଳେ କ୍ୟାନସର ରୋଗ କରୁଛି କଲବଲ। ଘରଟିଏ ନ ଥିବାରୁ ଗ୍ରାମ କ୍ଲବ ଘରେ ପରିବାର ସହ ମୁଣ୍ଡ ଗୁଞ୍ଜିଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ ପତ୍ନୀଙ୍କ ଚିକିତ୍ସା ନିମନ୍ତେ ଅର୍ଥ ଏବେ ବାଧକ ସାଜିଛି।…
କେନ୍ଦ୍ର ଖୋଲିବା ପୂର୍ବରୁ ଗୃହକୁ ଦିଆଯାଇଥିଲା ଭଡ଼ା
ପଟ୍ଟାମୁଣ୍ଡାଇ,୧୪ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀଙ୍କୁ ସୁବିଧା ମୂଲ୍ୟରେ ହସ୍ତତନ୍ତ ବସ୍ତ୍ରାଳୟରେ ଧୋତି, ଶାଢ଼ି, ଶାର୍ଟ କପଡ଼ା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ଷ୍ଟାଣ୍ଡ ନିକଟରେ ବୟନିକା ବିକ୍ରୟ କେନ୍ଦ୍ର ୨୦୧୯ ମାର୍ଚ୍ଚ ୬ରେ ଉଦ୍ଘାଟିତ ହୋଇଥିଲା। ତତ୍କାଳୀନ କେନ୍ଦ୍ରାପଡ଼ା ଜିଲାପାଳ…
ଜଳୁନି ଚୁଲି, ମିଳୁନି ମଧ୍ୟାହ୍ନଭୋଜନ
ମହାକାଳପଡ଼ା,୧୪ା୯(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ କଂସାର ବଡ଼ଦାଣ୍ଡୁଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତିକୁ ନେଇ ବିବାଦ ଦେଖାଦେଇଛି। ଫଳରେ ବିଦ୍ୟାଳୟରେ ରୋଷେଇ ହେଉ ନ ଥିବାରୁ ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ମିଳୁନାହିଁ। ସ୍ଥାନୀୟ ବଡ଼ଦାଣ୍ଡୁଆସ୍ଥିତ ମା’ ତାରିଣୀ…
ପାଣି ଭିତରେ ଅଲିଭ୍ରିଡ୍ଲେଙ୍କ ଅନ୍ତୁଡ଼ିଶାଳ ଅଗରନାଶୀ
କେନ୍ଦ୍ରାପଡ଼ା ଅଫିସ, ୧୪ା୯: ପ୍ରକୃତିର ବିସ୍ମୟ ବିରଳ ଅଲିଭରିଡ୍ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲା ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ପ୍ରତି ବିପଦ ବଢ଼ୁଛି। ଗତ ୫ ଦଶନ୍ଧି ପୂର୍ବେ ଅଗରନାଶୀ ଦ୍ୱୀପର ଲମ୍ବ ୭ କିମି…
ଶିକ୍ଷକ ଅଭାବ, ଶିକ୍ଷାଦାନରେ ବାଧାପ୍ରାପ୍ତ
ପଟ୍ଟାମୁଣ୍ଡାଇ,୧୪ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକର ବଲଭଦ୍ରପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଛି। ଶିକ୍ଷକ ଅଭାବ ଯୋଗୁ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ୧୯୫୪ରେ ସ୍ଥାପନ କରାଯାଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ବ୍ରାହ୍ମଣୀ ଜଳ ପ୍ରବାହକୁ ନେଇ ବିଶେଷଜ୍ଞ କମିଟି ଗଢ଼
କେନ୍ଦ୍ରାପଡ଼ା ଅଫିସ, ୧୩ା୯:ବ୍ରାହ୍ମଣୀ ନଦୀର ଜଳ ପ୍ରବାହ କମିବାକୁ ନେଇ ଖରସ୍ରୋତା ନଦୀ ସୁରକ୍ଷା ମହାସଭାର ସଭାପତି ଅଲେଖ ନାୟକ ହାଇକୋର୍ଟରେ ପିଆଇଏଲ୍ କରିଥିଲେ। ଗତ ଗୁରୁବାର ଏ ସମ୍ପର୍କରେ ଶୁଣାଣି ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ…
ପଥଚାରୀଙ୍କ ପାଇଁ ଭାଟେଣୀ ଭଗ୍ନ ସ୍ଲୁଇସ୍ କ୍ରିକ୍ ବିପଦପୂର୍ଣ୍ଣ
ମହାକାଳପଡ଼ା,୧୩ା୯(ଡି.ଏନ୍.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଚାଷଜମିରୁ ବନ୍ୟା, ଲୁଣିପାଣି, ଉଦ୍ବୃତ୍ତ ବର୍ଷାଜଳ ନିୟନ୍ତ୍ରଣ ଓ ନିଷ୍କାସନ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ୨ଟି ସ୍ଲୁଇସ୍ କ୍ରିକ୍ ଗେଟ୍ କରାଯାଇଛି। ଗୋବରୀ ନଦୀ ମାଉଥ ୧- ଭାଟେଣୀ ଓ…
ସିଙ୍ଗିରି ସରପଞ୍ଚଙ୍କ ଘରେ କେନ୍ଦ୍ରମନ୍ତ୍ରୀ
ଆଳି,୧୩ା୯(ଡି.ଏନ.ଏ.):କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ରବିବାର କେନ୍ଦ୍ରାପଡ଼ା ଜିଲା ରାଜକନିକା ଗସ୍ତରେ ଆସିଥିବା ବେଳେ ଆଳି ବ୍ଲକ ସିଙ୍ଗିରି ସରପଞ୍ଚ ଅକ୍ଷୟ ଦାସଙ୍କ ବାସଭବନରେ ପହଞ୍ଚତ୍ ଥିଲେ। ସିଙ୍ଗିରିଠାରେ କେନ୍ଦ୍ରମନ୍ତ୍ରୀ ପହଞ୍ଚତ୍ବା ପରେ ପତ୍ରପୁର ମଣ୍ଡଳ ପକ୍ଷରୁ ସଭାପତି ତଥା ସରପଞ୍ଚ ଅକ୍ଷୟ…
ନବୀକରଣ ଅପେକ୍ଷାରେ ଡାଇମଣ୍ଡ ଜୁବିଲି ଲାଇବ୍ରେରି
କେନ୍ଦ୍ରାପଡ଼ା ଅଫିସ,୧୨ା୯: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଇଂଲଣ୍ଡର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁରେ କେନ୍ଦ୍ରାପଡ଼ା ଜିଲାରେ ରାଷ୍ଟ୍ରୀୟ ଶୋକ ଦିବସ ରବିବାର ପାଳନ ହୋଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ସହର ପୁରୁଣା ବସ୍ଷ୍ଟାଣ୍ଡ ଡାଇମଣ୍ଡ ଜୁବିଲି ଲାଇବ୍ରେରିରେ ସଭାପତି ସରୋଜ ରାଜ…
କନିକା ପ୍ରଜା ଆନ୍ଦୋଳନ ପାଠ୍ୟପୁସ୍ତକରେ ସ୍ଥାନ ପାଇବ
ରାଜକନିକା,୧୨ା୯(ଡି.ଏନ.ଏ.): ଭାରତ ବର୍ଷର ସ୍ବାଧୀନତା ଇତିହାସର ପ୍ରକୃତ ଘଟଣା ଲୋକଲୋଚନକୁ ଆଣିବାରେ ଯେଉଁ ହୀନମାନ୍ୟତା ରଖାଯାଇଛି ତା’ର ଅନ୍ତ ଘଟାଇ ସତ୍ୟ ଲୋକଲୋଚନକୁ ଆଣିବାକୁ ହେବ। ଏହିସବୁ ସଂଗ୍ରାମର ବାସ୍ତବ ଦେଶପ୍ରେମକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ଯେଉଁ ପ୍ରୟାସ ରଖାଯାଇଛି ରବିବାର…
୩ ବର୍ଷରେ ଉନ୍ନୟନ କାମରେ ବ୍ୟାପକ ହେରଫେର
ପଟ୍ଟାମୁଣ୍ଡାଇ, ୧୦ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପୌର ପରିଷଦର କେତେଜଣ ଅଫିସର ଏହି ଟଙ୍କାକୁ ବାଟମାରଣା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ୩ ବର୍ଷ ପୂର୍ବେ ପଟ୍ଟାମୁଣ୍ଡାଇ ପୌର ପରିଷଦର…
Archives


