ପଥଚାରୀଙ୍କ ପାଇଁ ଭାଟେଣୀ ଭଗ୍ନ ସ୍ଲୁଇସ୍‌ କ୍ରିକ୍‌ ବିପଦପୂର୍ଣ୍ଣ

ମହାକାଳପଡ଼ା,୧୩ା୯(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଚାଷଜମିରୁ ବନ୍ୟା, ଲୁଣିପାଣି, ଉଦ୍‌ବୃତ୍ତ ବର୍ଷାଜଳ ନିୟନ୍ତ୍ରଣ ଓ ନିଷ୍କାସନ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ୨ଟି ସ୍ଲୁଇସ୍‌ କ୍ରିକ୍‌ ଗେଟ୍‌ କରାଯାଇଛି। ଗୋବରୀ ନଦୀ ମାଉଥ ୧- ଭାଟେଣୀ ଓ ମହାନଦୀ ସଂଲଗ୍ନ ଗୁପ୍ତଗିରି ନଦୀକୁ ସଂଯୋଗ କରୁଥିବା ଆଖଡାସାହିଠାରେ ଉଦ୍‌ଘାଟିତ ହୋଇଥିଲା। କିନ୍ତୁ ଭାଟେଣୀ ସ୍ଲୁଇସ୍‌ କ୍ରିକ୍‌ ଗେଟ୍‌ଟି ଭାଙ୍ଗିଯିବାରୁ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ଏହା ଉପରେ ଦେଇ କେବୀ ଦାଣ୍ଡୁଆ ପଞ୍ଚାୟତର ବଗଗହନ, ପଙ୍କପାଳ ଗଁା ଲୋକେ, ଛାତ୍ରୀଛାତ୍ର ଭାଟେଣୀସ୍ଥିତ ନରେନ୍ଦ୍ରନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବେଣାକନ୍ଧା ହାଇସ୍କୁଲକୁ ବିପଦସଙ୍କୁଳ ଭାବେ ପ୍ରତିଦିନ ଯାତାୟାତ କରୁଛନ୍ତି।
ସୂଚନଯୋଗ୍ୟ, ବ୍ଲକର ଜମ୍ବୁ ପଞ୍ଚାୟତର ସ୍ଥାନୀୟ ଗୋବରୀ ନଦୀ ମାଉଥ ୧-ଭାଟେଣୀଠାରେ ୨୦୦୩ ଜୁଲାଇରେ ନୂତନ ସ୍ଲୁଇସ୍‌ କ୍ରିକ୍‌ ଗେଟ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା। ଏହାର ପ୍ରାଥମିକ ବ୍ୟୟ ଅଟକଳ ୯୭ ଲକ୍ଷ ଟଙ୍କା ଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପରେ ୬ କୋଟି ଟଙ୍କା ବ୍ୟୟ ହୋଇଥିଲା। ଭାଟେଣୀ ସ୍ଲୁଇସ୍‌ ଗେଟ୍‌ ନିର୍ମାଣରେ ବୈଷୟିକ ଜ୍ଞାନକୌଶଳ ତ୍ରୁଟି ଓ ନିମ୍ନମାନର କାମ ଯୋଗୁ ୨୦୦୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉଦ୍‌ଘାଟନ ହେବାକୁ ଥିବାବେଳେ ଭୁଶୁଡ଼ି ପଡ଼ିଥିଲା। ଫଳରେ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଅର୍ଥ ପାଣିରେ ପଡ଼ିଥିଲା। ମହାନଦୀ ସଂଲଗ୍ନ ଶାଖା ଗୁପ୍ତଗିରି ନଦୀକୁ ସଂଯୋଗ କରୁଥିବା ଆଖଡ଼ାସାହିଠାରେ ୨୦୧୩ ମେ’ରେ ନୂଆ ସ୍ଲୁଇସ୍‌ କ୍ରିକ୍‌ ଗେଟ୍‌ ନିର୍ମାଣ କାର୍ଯ୍ୟ ପାଇଁ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଫଳରେ ବରକନ୍ଧା ଓ ପେଟଛେଲା ପଞ୍ଚାୟତର ଆଖଡ଼ାସାହିଠାରେ ୨୦୧୩ରେ ନୂଆ ସ୍କୁଇସ୍‌ ଗେଟ୍‌ ନିର୍ମାଣ ଆରମ୍ଭ ହୋଇ ୨୦୧୮ରେ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା। ଅଦ୍ୟାବଧି ଦୁଇପାର୍ଶ୍ୱରେ (ଆପ୍ରୋଚ୍‌ ରୋଡ୍‌) ରାସ୍ତା ପାଇଁ ଘରୋଇ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ସଂଯୋଗ ହୋଇ ନ ପାରି ଅଧାପନ୍ତରିଆ ଭାବେ ୪ ବର୍ଷ ହେଲା ପଡ଼ିଛି। ଫଳରେ ରାମନଗର, ବଉଳକଣି, ପେଟଛେଲା, ବରକନ୍ଧା, ମଙ୍ଗଳପୁର, ବାରଡାଙ୍ଗ ପଞ୍ଚାୟତର ଶତାଧିକ ହେକ୍ଟର ଚାଷ ଜମିରେ ଖରାଦିନେ ସମୁଦ୍ର ଲୁଣି ପାଣି ପ୍ରବେଶ କରୁଛି। ଏଥିସହ ପ୍ରତିବର୍ଷ ମହାନଦୀର ବନ୍ୟାଜଳ ପ୍ରବେଶ ଯୋଗୁ ଖରିଫ୍‌ ଫସଲ ବାଧାପ୍ରାପ୍ତ ହେଉଛି। ଏହି ୨ଟି ସ୍ଲୁଇସ୍‌ କ୍ରିକ୍‌ କାର୍ଯ୍ୟକ୍ଷମ ହେବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି।
ସେହିପରି ମହାନଦୀ ଓ ଶାଖା ଗୁପ୍ତଗିରି ନଦୀକୁ ସଂଯୋଗ କରୁଥିବା ଆଖଡ଼ାସାହିଠାରେ ସ୍ଲୁଇସ୍‌ କ୍ରିକ ଗେଟ୍‌ ଦେଇ ୬ଟି ପଞ୍ଚାୟତର ଶତାଧିକ ହେକ୍ଟର ଚାଷଜମିରେ ଚଳିତବର୍ଷ ବନ୍ୟାଜଳ ପ୍ରବେଶକରି ଖରିଫ୍‌ ଫସଲ ନଷ୍ଟ କରିଛି ବୋଲି ପ୍ରାକ୍ତନ ସରପଞ୍ଚ ନାଥ କୁମାର ଭୋଳ କହିଛନ୍ତି। ସେହିପରି ଗୋବରୀ ମାଉଥ୍‌ ୧ ଭାଟେଣୀଠାରେ ଭଗ୍ନ ସ୍ଲୁଇସ୍‌ କ୍ରିକ୍‌ ଦେଇ ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକର ହଜାର ହଜାର ହେକ୍ଟର ଚାଷଜମିର ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ପଥ ଦେଇ ସମୁଦ୍ରକୁ ଯାଇଥାଏ। ଖରାଦିନେ ଏହି ଭାଟେଣୀ କ୍ରିକ୍‌ ଏହି ଦୁଇ ବ୍ଲକର ଶତାଧିକ ହେକ୍ଟର ଚାଷଜମିରେ ସମୁଦ୍ର ଲୁଣି ପାଣି ପ୍ରବେଶ କରି ଫସଲ ନଷ୍ଟ କରିଛି। ରାଜ୍ୟ ସରକାର ଏହି ୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଚାଷୀମାନେ ଦାବି କରିଛନ୍ତି। ଏହି ୨ଟି ସ୍ଲୁଇସ୍‌ କ୍ରିକ୍‌ କାର୍ଯ୍ୟକ୍ଷମ ହେଲେ ଖରାଦିନେ ସମୁଦ୍ର ଲୁଣିପାଣି ଓ ବର୍ଷାଦିନେ ବନ୍ୟାଜଳକୁ ନିୟନ୍ତ୍ରଣ କରାଯାଇ ଚାଷୀଙ୍କ ଖରିଫ, ରବି, ପରିବା ସମେତ ଅନ୍ୟାନ୍ୟ ଫସଲ ଉତ୍ପାଦନ ହେବ। ଏଥିସହ ହଜାର ହଜାର ହେକ୍ଟର ଚାଷଜମିକୁ ମଧୁର ଜଳସେଚିତ ହୋଇପାରିବ ବୋଲି ବିରଞ୍ଚତ୍ ନାରାୟଣ ଦାସ, ସୁବାସ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri