ପାଣି ଭିତରେ ଅଲିଭ୍‌ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଅଗରନାଶୀ

କେନ୍ଦ୍ରାପଡ଼ା ଅଫିସ, ୧୪ା୯: ପ୍ରକୃତିର ବିସ୍ମୟ ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲା ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ପ୍ରତି ବିପଦ ବଢ଼ୁଛି। ଗତ ୫ ଦଶନ୍ଧି ପୂର୍ବେ ଅଗରନାଶୀ ଦ୍ୱୀପର ଲମ୍ବ ୭ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ତଟକ୍ଷୟ ଯୋଗୁ ଇତିମଧ୍ୟରେ ସମୁଦ୍ରରେ ନିଶ୍ଚିହ୍ନ ହୋଇଯାଇଛି। ଏପରି ତଟକ୍ଷୟକୁ ଦେଖିଲେ ଆଗାମୀ ୫ ବର୍ଷ ମଧ୍ୟରେ ଆଇସିୟୁଏନ୍‌ ରେଡ୍‌ ଡାଟା ଲିଷ୍ଟରେ ଥିବା ଅଲିଭରିଡ୍‌ଲେଙ୍କ ପ୍ରଜନନ ସ୍ଥଳ (ଅନ୍ତୁଡ଼ିଶାଳ), ୧୦ହଜାରରୁ ଊର୍ଦ୍ଧ୍ୱ ରହୁଥିବା ପକ୍ଷୀଙ୍କ ବାସସ୍ଥଳ ଚଟକା ସମେତ ମହାକାଳପଡ଼ା ବ୍ଲକର ସୁନୀତି, ବାବର ଓ ଲାଞ୍ଜୁରା ପଞ୍ଚାୟତରେ ସମୁଦ୍ର ପାଣି ଦେଖିବାକୁ ମିଳିବ ବୋଲି ପରିବେଶବିତ୍‌ମାନେ ଆକଳନ କରିଛନ୍ତି।
ଏ ସମ୍ପର୍କରେ ଗହୀରମଥା ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମାନଗ୍ରୁଭ କନ୍‌ଜରଭେସନ ସୋସାଇଟି ସଭାପତି ସତ୍ୟପ୍ରକାଶ ମହାନ୍ତି କହିଛନ୍ତି, କନିକା ଉପସାଗର (ବଙ୍ଗୋପସାଗର)ର ଏହି ଅଞ୍ଚଳର ଲମ୍ବ ୭ କିଲୋମିଟର ଥିଲା। ଏଥିରେ ପ୍ରଚୁର ଝାଉଁ ଗଛ ଥିବାବେଳେ ବାଘ, ହେଟା, ବିଲୁଆ, ହରିଣଠାରୁ ଆରମ୍ଭ କରି ବିଭିନ୍ନ ବନ୍ୟଜନ୍ତୁ ବାସ କରୁଥିଲେ। ମତ୍ସଜୀବୀ ଏଠାରେ ରହି ମାଛକୁ ଶୁଖୁଆ କରୁଥିଲେ। ୧୯୨୦ ମସିହାରେ ଏହି ଅଞ୍ଚଳର ମାଲିକାନାକୁ ନେଇ କନିକା ଇଷ୍ଟେଟ ଓ କୁଜଙ୍ଗ ଇଷ୍ଟେଟ ମଧ୍ୟରେ ବିବାଦ ହୋଇଥିଲା। ତେବେ ଅଲିଭରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଭାବେ ଚିହ୍ନଟ ପରେ ୧୯୯୭ରେ ଗହୀରମଥା ଅଭୟାରଣ୍ୟ ଅଞ୍ଚଳ ଭାବେ ରାଜ୍ୟ ସରକାର ମାନ୍ୟତା ଦେଇଛନ୍ତି। ୨୦୨୧ ଜାନୁୟାରୀ ୨୯ରେ ସୋସାଇଟି ପକ୍ଷରୁ ଅଗରନାଶୀ ଅଞ୍ଚଳ ସଫା କରାଯାଇଥିଲା। ଏହି ସମୟରେ ପ୍ରାୟ ୭୦୦ ମିଟର ଲମ୍ବ ଓ ୨୦୦ ମିଟର ପ୍ରସ୍ଥ ଦେଖିବାକୁ ମିଳିଥିଲା। ତଟକ୍ଷୟ ସମ୍ପର୍କରେ ସମ୍ପାଦକ ତଥା ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ପାରାଦୀପ ବନ୍ଦର ନିର୍ମାଣ ପରେ ସମୁଦ୍ର ଜୁଆର ଏଠି ତୀବ୍ର ହୋଇଛି। ନିକଟସ୍ଥ ପେଣ୍ଠ ଗ୍ରାମକୁ ନିଶ୍ଚିହ୍ନ କରୁଥିବାରୁ ଜିଓ ସିନ୍ଥେଟିକ ଟ୍ୟୁବ ୱାଲ ନିର୍ମାଣ ହୋଇଛି। ତେବେ ଗଭୀର ସମୁଦ୍ର ମଝିରେ ଥିବା ଅଗରନାଶୀର ସଂରକ୍ଷଣ ବ୍ୟବସ୍ଥା ହୋଇପାରିଲା ନାହିଁ। ଫଳରେ ତଟକ୍ଷୟ ଯୋଗୁ ଏହି ଅଞ୍ଚଳ ନିଶ୍ଚିହ୍ନ ହୋଇଥିବା ଏବେ ସୂଚନା ମିଳିଛି। ଅଲିଭରିଡ୍‌ଲେଙ୍କ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ଭିତରକନିକାର ଗହୀରମଥା ବିଶ୍ୱ ପ୍ରସିଦ୍ଧ। ଲକ୍ଷାଧିକ କଇଁଛ ଅଗରନାଶୀ ସହ ନାଶୀ-୧ ଓ ୨, ମାଦଳି ଆଦି ସ୍ଥାନରେ ପ୍ରଜନନ ସମୟରେ ଏକାଠି ହୁଅନ୍ତି। ତେବେ ଏହି ଅଞ୍ଚଳରେ ତୀବ୍ର ତଟକ୍ଷୟ ହେଉଛି। ନିକଟରେ ସାତଭାୟାର ପ୍ରସିଦ୍ଧ ଦେବୀ ପଞ୍ଚୁବରାହୀଙ୍କ ମୂଳ ମନ୍ଦିର ସମୁଦ୍ର ଗର୍ଭକୁ ଚାଲିଯାଇଛି। ଅଗରନାଶୀ ଦ୍ୱୀପ ନିଶ୍ଚିହ୍ନ ହୋଇଥିବାରୁ ସମୁଦ୍ର ଜୁଆର ପେଣ୍ଠ ପରି ସିଧାସଳଖ ସୁନୀତି ପଞ୍ଚାୟତର ଶେଷ ମୁଣ୍ଡରେ ଥିବା ତଣ୍ଡାରେ ବାଡେଇ ହେବ। ଫଳରେ ଆସନ୍ତା ୫ ବର୍ଷ ମଧ୍ୟରେ ସୁନୀତି ସମେତ ଲାଞ୍ଜୁରା, ହାବେଳିଖଟି, ବରୁଣେଇ, ଜମ୍ବୁ, ହୁକିଟୋଲା ଓ ବାବର ପ୍ରତି ସାମୁଦ୍ରିକ ବିପଦ ବଢ଼ିଛି। ଅଧ୍ୟାପକ କ୍ଷୀତିଶ କୁମାର ସିଂହ କହିଛନ୍ତି, ଗତ ୧୦ ତାରିଖରେ ଭୁବନେଶ୍ୱରରେ ପ୍ରୟାସ ପକ୍ଷରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଷ୍ଟ୍ରମନ୍ତ୍ରୀ ଅବନୀ କୁମାର ଚୌବେ, ରାଜ୍ୟ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ। ଏଥିରେ ମନ୍ତ୍ରୀମାନେ ଗହୀରମଥାର କଇଁଛ ପ୍ରଜନନ ସମ୍ପର୍କରେ ବନ ବିଭାଗ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା ଅଜାଡି ଦେଇଥିଲେ। ତେବେ ଏହି ସମ୍ମିଳନୀରେ ଗବେଷକଙ୍କ ରିସର୍ଚ୍ଚ ରିପୋର୍ଟ ଗହୀରମଥା ଅଞ୍ଚଳର ତଟକ୍ଷୟ ଆଗାମୀଦିନରେ ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି। ରେଞ୍ଜର ମାନସ ଦାସଙ୍କୁ ପଚାରିବାରେ ଅଗରନାଶୀର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଲଗାତର ପ୍ରୟାସ ହୋଇଆସିଛି। ଏଠାରେ ଝାଉଁବଣ ସୃଷ୍ଟି ପାଇଁ ବିଭିନ୍ନ ସମୟରେ ଚାରା ରୋପଣ ହୋଇଛି। ସେହିପରି ଏଠାରେ ଏକ କ୍ୟାମ୍ପ କରାଯାଇ ବହୁ ସମସ୍ୟାର ସମାଧାନ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri