କେନ୍ଦ୍ର ଖୋଲିବା ପୂର୍ବରୁ ଗୃହକୁ ଦିଆଯାଇଥିଲା ଭଡ଼ା

ପଟ୍ଟାମୁଣ୍ଡାଇ,୧୪ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀଙ୍କୁ ସୁବିଧା ମୂଲ୍ୟରେ ହସ୍ତତନ୍ତ ବସ୍ତ୍ରାଳୟରେ ଧୋତି, ଶାଢ଼ି, ଶାର୍ଟ କପଡ଼ା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍‌ଷ୍ଟାଣ୍ଡ ନିକଟରେ ବୟନିକା ବିକ୍ରୟ କେନ୍ଦ୍ର ୨୦୧୯ ମାର୍ଚ୍ଚ ୬ରେ ଉଦ୍‌ଘାଟିତ ହୋଇଥିଲା। ତତ୍କାଳୀନ କେନ୍ଦ୍ରାପଡ଼ା ଜିଲାପାଳ ଦାଶରଥି ଶତପଥୀ ଓ ଉପଜିଲାପାଳ ସଞ୍ଜୟ ମିଶ୍ର, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁ, ବୟନିକା ପରିଚାଳନା ନିର୍ଦ୍ଦେଶକ ବିକାଶ କୁମାର ମହାପାତ୍ର, ପ୍ରାକ୍ତନ ପୌରାଧ୍ୟକ୍ଷା ବୈଜୟନ୍ତିବାଳା ଲେଙ୍କା, ପ୍ରାକ୍ତନ ଉପାଧ୍ୟକ୍ଷ ସୁମନ୍ତ ପାତ୍ର, କାଉନ୍‌ସିଲର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ମାତ୍ର ବୟନିକା ବିକ୍ରୟ କେନ୍ଦ୍ରଟି ଯେଉଁ ଗୃହରେ ଖୋଲିଥିଲା ତାହାକୁ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଥିଲା। ଯଦି ଭଡ଼ାସୂତ୍ରରେ ଗୃହଟି ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା ତେବେ କ’ଣ ପାଇଁ ସେଠାରେ ବୟନିକା ବିକ୍ରୟ କେନ୍ଦ୍ର ଖୋଲିବାକୁ ପୌର ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଉଦ୍‌ଘାଟନ ସଭାରେ ଯୋଗଦେଇ ଏହାକୁ ଖୋଲି ଥିଲେ। ବୟନିକା କେନ୍ଦ୍ର ଖୋଲିଲା ପରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ସମେତ ଗ୍ରାମାଞ୍ଚଳ ଗ୍ରାହକମାନେ ପ୍ରତିଦିନ ହସ୍ତତନ୍ତ ସାମଗ୍ରୀ କିଣୁଥିଲେ। ମାତ୍ର ୨୦୧୮ ସେପ୍ଟେମ୍ବରରେ ପୌର ପରିଷଦ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ କର୍ମଚାରୀମାନେ ଉକ୍ତ ଗୃହକୁ ଜଣେ ବ୍ୟକ୍ତିଙ୍କୁ ଭଡ଼ା ସୂତ୍ରରେ ଦେଇ ଦେଇଥିଲେ। ଫଳରେ ବୟନିକା ବିକ୍ରୟ କେନ୍ଦ୍ରଟି ଖୋଲିବାର କିଛିଦିନ ପରେ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା। ଏ ନେଇ ଭଡ଼ାରେ ନେଇଥିବା ବ୍ୟକ୍ତିଙ୍କଠାରୁ ଗୃହକୁ ଫେରାଇ ଆଣି ପୁଣି ବୟନିକା ବିକ୍ରୟ କେନ୍ଦ୍ର ଖୋଲିବା ପାଇଁ ବୃଦ୍ଧିଜୀବୀ, ସାମାଜିକ କର୍ମୀ ଓ ଜନସାଧାରଣଙ୍କ ମଧ୍ୟରେ ଦାବି ଜୋର୍‌ ଧରିଛି।
ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ସହ ଚୁକ୍ତି କରି ୨୦୧୯ ମାର୍ଚ୍ଚ ୬ରେ ବୟନିକା କେନ୍ଦ୍ର ଉଦ୍‌ଘାଟନ ହୋଇଥିଲା। ମାତ୍ର ୨୦୧୮ ଡିସେମ୍ବର ୨୦ରେ ବ୍ୟାକ୍‌ ଡେଟ୍‌ରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ଚୁକ୍ତିପତ୍ର ହେଲା କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ପୌର ପରିଷଦ ବୋର୍ଡ କାର୍ଯ୍ୟ ଶେଷ ହୋଇଯିବା ୩ ବର୍ଷ ପରେ ୨୦୨୨ ମାର୍ଚ୍ଚରେ ନୂତନ ବୋର୍ଡ ଗଠନ ହେଲା। ମାତ୍ର ପୌରପରିଷଦ ପକ୍ଷରୁ ଗତ ୩ ବର୍ଷ ମଧ୍ୟରେ ଏଭଳି ଅନେକ ବେଆଇନ କାର୍ଯ୍ୟ ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ, ସ୍ଥାନୀୟ ବିଧାୟକ, ନୂତନ ପୌରାଧ୍ୟକ୍ଷ, ନଗର ଉନ୍ନୟନ ମନ୍ତ୍ରୀ ଦୃଷ୍ଟି ଦେବା ସଙ୍ଗେସଙ୍ଗେ ଦୁର୍ନୀତି କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ, ଉପସଭାପତି ଅବିନାଶ ଲେଙ୍କା, ଆଲୋକ ଧଳ, କାଉନସିଲର ମଳୟ ଓଝା, ସମ୍ରାଟ ଜେନା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ ବୟନିକା କ’ଣ ପାଇଁ କେନ୍ଦ୍ର ବନ୍ଦ କଲା ଆମେ ଜାଣିନାହୁଁ। ତେଣୁ ଉକ୍ତ ଗୃହକୁ ଜଣେ ବ୍ୟକ୍ତିଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଛି। ଏହି ଗୃହଟିର ଭଡ଼ା ଦିଆଯାଇଥିବା ସମୟ ପୂରି ଯାଇଥିବାରୁ ଆଗାମୀ ଦିନରେ ପୁଣି ନିଲାମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri