ବ୍ରାହ୍ମଣୀ ଜଳ ପ୍ରବାହକୁ ନେଇ ବିଶେଷଜ୍ଞ କମିଟି ଗଢ଼

କେନ୍ଦ୍ରାପଡ଼ା ଅଫିସ, ୧୩ା୯:ବ୍ରାହ୍ମଣୀ ନଦୀର ଜଳ ପ୍ରବାହ କମିବାକୁ ନେଇ ଖରସ୍ରୋତା ନଦୀ ସୁରକ୍ଷା ମହାସଭାର ସଭାପତି ଅଲେଖ ନାୟକ ହାଇକୋର୍ଟରେ ପିଆଇଏଲ୍‌ କରିଥିଲେ। ଗତ ଗୁରୁବାର ଏ ସମ୍ପର୍କରେ ଶୁଣାଣି ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗତ ୨୨ ତାରିଖରେ ଭିତରକନିକା ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ଓଡ଼ିଶା ଆକ୍ୱା ଟ୍ରେଡର୍ସ ଆଣ୍ଡ ମେରାଇନ ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀକୁ ସ୍ଥାନ ଛାଡ଼ି ଦେବାକୁ ଲୋକାୟୁକ୍ତ ପକ୍ଷରୁ ଆବେଦନକାରୀ ସ୍ବର୍ଗତ ରଞ୍ଜନ କୁମାର ଦାସଙ୍କ ଅଭିଯୋଗର ଶୁଣାଣି ପରେ ରାୟ ଦେଇଛନ୍ତି। ଏହି ଦୁଇ ନିର୍ଦ୍ଦେଶ ଆସିବା ପରେ ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦରେ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଉଷ୍ମତା ଫେରିଛି। ଭିତରକନିକା ଜୈବ ବିବିଧତାର ସୁରକ୍ଷା, ସ୍ଥାନୀୟ ଅଞ୍ଚଳର ଜୀବନ ଜୀବିକା ସହିତ ଜଡ଼ିତ ବ୍ରାହ୍ମଣୀ, ଖରସ୍ରୋତା ନଦୀର ଜଳ ସମ୍ପର୍କରେ ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ଆଲୋଚନା ଆରମ୍ଭ କରିଦେଇଛନ୍ତି।
ଏ ସମ୍ପର୍କରେ ଶିକ୍ଷାବିତ୍‌ ଭୁବନମୋହନ ଜେନା, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାର ୪ ବ୍ଲକ ଅଞ୍ଚଳକୁ ପାଣି ଦେବା ବିବାଦ ୨୦୨୦ ଡିସେମ୍ବରରୁ ଆରମ୍ଭ ହୋଇଛି। ବ୍ରାହ୍ମଣୀ ନଦୀରୁ ଜଳ ଗ୍ରହଣ କରୁଥିବା ଖରସ୍ରୋତା ନଦୀ ଏବେ ଚିରସ୍ରୋତା ହୋଇ ରହିନାହିଁ। ଅଣମୌସୁମୀ ସମୟରେ ଜଳ ସ୍ରୋତ କମିଯାଉଛି। ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ଥିବା ଝାଡ଼ଖଣ୍ଡ ସରକାର ବହୁ ସଂଖ୍ୟାରେ ଡ୍ୟାମ୍‌ ନିର୍ମାଣ କରୁଛନ୍ତି। ଫଳରେ କେନ୍ଦ୍ରାପଡ଼ା ଜିଲା ସମେତ ୬ଟି ଜିଲାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଜଳ ପ୍ରବାହ କମୁଥିବା ପିଆଇଏଲ୍‌ର ଆବେଦନକାରୀ ନାୟକ ଦର୍ଶାଇଛନ୍ତି। ଏହାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗ ଓ ୱାଟର ରିସୋର୍ସ ବିଭାଗକୁ ନୋଟିସ ହୋଇଥିଲେ ମଧ୍ୟ କୌଣସି ପକ୍ଷ ଜବାବ ରଖିନାହାନ୍ତି। ଫଳରେ ଏ ସମ୍ପର୍କରେ ବିଶେଷଜ୍ଞ କମିଟି ଗଠନ କରାଯାଇ ହାଇକୋର୍ଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି। ସେହିପରି ଇକୋ ସେନ୍ସିଟିଭ ଜୋନ୍‌ ମଧ୍ୟରେ ରହିଥିବାରୁ ଓଡ଼ିଶା ଆକ୍ୱାର ଚିଙ୍ଗୁଡ଼ି ଉତ୍ପାଦନ ବନ୍ଦ ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ ସମସ୍ୟା ଭିତରକନିକାର ଜୈବ ବିବିଧତା ଉପରେ ଆଞ୍ଚ ଆଣୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ଉପରେ ପ୍ରଭାବ ପକାଇବ। ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍‌ଏସିକୁ ପାଣି ଯୋଗାଣ ପାଇଁ ହେଉଥିବା ଏହି ପ୍ରକଳ୍ପ ଇନ୍‌ଟେକ ୱେଲ୍‌ ଓ ସପ୍ଲାଇ ପ୍ଲେସ୍‌ ଭିତରକନିକା ଇକୋ ସେନ୍ସିଟିଭ ଜୋନ୍‌ରେ ଅଛି। ଇନ୍‌ଟେକ ୱେଲ୍‌ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ହୋଇଥିବା ବେଳେ ସପ୍ଲାଇ ପ୍ଲେସ୍‌ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ହାଟଡିହଠାରେ ଅଛି। ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ପ୍ରକଳ୍ପ ନିର୍ମାଣ ପାଇଁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଓ ସୁପ୍ରିମ କୋର୍ଟର ବାରଣ ଅଛି। ଅପରପକ୍ଷରେ ଖରସ୍ରୋତା ନଦୀରେ ଜଳ ପ୍ରବାହକୁ ନେଇ ବିଭିନ୍ନ ସର୍ଭେ ରିପୋର୍ଟରେ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏପରିକି ବିଶେଷଜ୍ଞମାନେ ମଧୁରଜଳ ପର୍ଯ୍ୟାପ୍ତ ହେଉ ନ ଥିବା ଦର୍ଶାଇ ୨୦୫୦ ସୁଦ୍ଧା ଭିତରକନିକା ହେନ୍ତାଳବଣର ଦ୍ରୁତ କ୍ଷୟ ହୋଇଥିବ ବୋଲି ଚେତାବନୀ ଦେଇଛନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ଜଳ ଉପରେ ସ୍ଥାନୀୟ ଅଞ୍ଚଳବାସୀ ନିର୍ଭରଶୀଳ। ବରୁଣାଡିହାରୁ ପାଣି ଉଠାଇ ଭଦ୍ରକକୁ ଦିଆଗଲେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ, କ୍ଷେତକୁ ଜଳ ଓ ମତ୍ସ୍ୟଜୀବୀଙ୍କ ଜୀବିକା ବିପନ୍ନ ହେବା ଆଶଙ୍କା ଅଛି। ନ୍ୟାୟାଳୟର ଏହି ନିର୍ଦ୍ଦେଶନାମା ପରେ ଇକୋ ସେନ୍ସିଟିଭ ଅଞ୍ଚଳରେ ପ୍ରକଳ୍ପ ନିର୍ମାଣ ବନ୍ଦ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିହିଡ଼ିର ୫ ପଞ୍ଚାୟତ ଜଳଘେରରେ

ପଦ୍ମପୁର,୧୯।୮(ଡି.ଏନ.ଏ.): ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାଜଳରେ ଭଦ୍ରକ ଜିଲା ତିହିଡ଼ି ବ୍ଲକର ୫ ପଞ୍ଚାୟତ ବୋଡ଼କ, ବିଲଣା, ବାରୋ, କଁାପଡ଼ା ଓ ଶ୍ୟାମସୁନ୍ଦରପୁର ଗତ...

କ୍ରିକେଟ ୱାଲର୍‌ଡ କପ୍‌: ଇଣ୍ଡିଆ-ପାକିସ୍ତାନ ଲିଗ୍‌ ମ୍ୟାଚ ବେଟିଂ ଉପରେ ପୋଲିସର ନଜର

ବ୍ରହ୍ମପୁର ଅଫିସ,୧୭ା୬-ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ରବିବାର ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ମାଞ୍ଚେଷ୍ଟରରେ ହେଉଥିବା ମ୍ୟାଚ ପାଇଁ...

ନବମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ

କୁଆଁରମୁଣ୍ଡା,୧୨।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ୬ ମାସର ଗର୍ଭବତୀ ଥିବା ଘଟଣା ସୋମବାର ଲୋକଲୋଚନକୁ ଆସିଛି।...

ଭୂତଳ ପୋଲ ନିର୍ମାଣ ଦାବି ତେଜୁଛି: ଜାତୀୟ ରାଜପଥ ୪୯ରେ ଭୂତଳ ପୋଲ ନିର୍ମାଣ ପାଇଁ ବୈଠକ

  ଦେବଗଡ଼, ୧୧।୧୨(ଡି.ଏନ.ଏ.) ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଦେବଗଡ଼ ଜିଲା ବାରକୋଟ ବ୍ଲକ କଣ୍ଢଳ ଗ୍ରାମଦେଇ ଯାଇଥିବା ମୁମ୍ବାଇ-କୋଲକାତା ସଂଯୋଗକାରୀ ୪୯ ନମ୍ବର ଜାତୀୟ...

ଗୋରୁଙ୍କ ସାହାରା ସାଜିଛନ୍ତି ରୁକେଶ

ଅନୁଗୋଳ ଅଫିସ, ୫।୪- ଅନୁଗୋଳ ସହରରେ ଥିବା ବୁଲା ଗୋରୁମାନେ ଖାଇବାକୁ ପାଉ ନ ଥିବା ବେଳେ ସେମାନଙ୍କ ସାହାରା ସାଜିଛନ୍ତି ସ୍ଥାନୀୟ ଯୁବକ ରୁକେଶ...

ସିଂହପୁର ଉତ୍ସବ ମୁଖର

ସିଂହପୁର,୫।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ଅଞ୍ଚଳରେ ସାର୍ବଜନୀନ ଦୁର୍ଗାପୂଜା ମହାସମାରୋହରେ ଆରମ୍ଭ ହୋଇଛି।ସିଂହପୁର, ଓଳେଇ ଚନ୍ଦନପୁର, ମଲିଆ, ବଂଶୀପୁରରେ ମା’ଙ୍କ ପୂଜା ଚାଲିଛି।...

ରାସ୍ତା କାଦୁଅ ପଚପଚ, ବାଟରେ ଅଟକିଲା ଆମ୍ବୁଲାନ୍ସ

ଝରିଗାଁ, ୫।୭(ସ୍ବ.ପ୍ର.) : ସାମାନ୍ୟ ବର୍ଷାରେ ରାସ୍ତା କାଦୁଅରେ ପଚପଚ। ଜରୁରିକାଳୀନ ରୋଗୀ, ଗର୍ଭବତୀଙ୍କୁ ଆଣିବା ପାଇଁ ଗାଁରେ ପହଞ୍ଚିପାରୁନି ଆମ୍ବୁଲାନ୍ସ। ଅଧା ବାଟରେ ଅଟକି ରହୁଛି।...

ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଦାବିରେ ଧାରଣା

ମୋହନା,୧୬ା୧୧(ଡି.ଏନ୍‌.ଏ.) -ଗଜପତି ମୋହନା ବ୍ଲକ ଚୁଡୁଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ପୂର୍ବାହ୍ନରେ ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀ ଧାରଣା...

Advertisement
Archives

Model This Week