୩ ବର୍ଷରେ ଉନ୍ନୟନ କାମରେ ବ୍ୟାପକ ହେରଫେର

ପଟ୍ଟାମୁଣ୍ଡାଇ, ୧୦ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପୌର ପରିଷଦର କେତେଜଣ ଅଫିସର ଏହି ଟଙ୍କାକୁ ବାଟମାରଣା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ୩ ବର୍ଷ ପୂର୍ବେ ପଟ୍ଟାମୁଣ୍ଡାଇ ପୌର ପରିଷଦର ସ୍ବାୟତ୍ତ ଶାସନ ଅବସରରେ କୋଟି କୋଟି ଟଙ୍କାର ଶିଳାନ୍ୟାସ ବିଭିନ୍ନ ୱାର୍ଡରେ କରାଯାଇଥିଲା। ବାସ୍ତବରେ ଏ ଟଙ୍କା ଠିକ୍‌ କାମରେ ଲାଗୁନି। ୨୦୧୮ରୁ ୨୦୨୨ ଯାଏ ୩ ବର୍ଷ ପର୍ଯ୍ୟନ୍ତ ପୌର ନିର୍ବାଚନ ବନ୍ଦ ଥିଲା। ଜନପ୍ରତିନିଧି, ୱାର୍ଡ କାଉନ୍‌ସିଲର ନ ଥିବା ଯୋଗୁ କର୍ମଚାରୀମାନେ ମନମାନି କରିବାରେ ବ୍ୟସ୍ତ ଥିଲେ। କାମ ସବୁ କାଗଜପତ୍ରରେ ସୀମିତ ରଖାଯାଇଛି।
ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ସାହି, ଗଳିକନ୍ଦିର ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ଫଳରେ ବହୁ ସମୟରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ହେଉଛି। ପାଣି ନିଷ୍କାସନ ହେଉ ନ ଥିବାରୁ ନାଳ ପାଣି ରାସ୍ତାରେ ଭାସୁଛି। ପୌର ପରିଷଦର ଲଗାଯାଇଥିବା ଲାଇଟ୍‌ ମଧ୍ୟ ଅଧିକାଂଶ ସମୟରେ ଜଳେନାହଁ। ଏହି ଅଫିସ୍‌ର କାର୍ଯ୍ୟରତ କର୍ମଚାରୀ ଠିକ୍‌ ସମୟରେ ଅଫିସ୍‌ ଆସୁନାହାନ୍ତି। ସବୁଠୁ ବଡ଼କଥା ହେଲା, ପ୍ରାୟ ୩ ବର୍ଷ ହେଲା ପୌର ନିର୍ବାଚନ ହୋଇ ନ ଥିଲା। ଫଳରେ କାଉନ୍‌ସିଲର ଓ ଜନପ୍ରତିନିଧି ନ ଥିବା ହେତୁ ୨୦୧୮ ସେପ୍ଟେମ୍ବରରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସହରାଞ୍ଚଳ ୱାର୍ଡବାସୀଙ୍କ ପାଇଁ ମହଙ୍ଗା ପଡ଼ିଛି। କାଉନ୍‌ସିଲର ନ ଥିବା ଯୋଗୁ ଲୋକଙ୍କ ଦାବି କେହି ଉପସ୍ଥାପନ କରୁ ନ ଥିଲେ। ଫଳରେ ପୌରସଂସ୍ଥାର ଅଧିକାରୀମାନେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉ ନ ଥିଲେ। ଚଳିତବର୍ଷ ମାର୍ଚ୍ଚରେ ନିର୍ବାଚିତ କାଉନ୍‌ସିଲର ଆସିବା ପରେ କାର୍ଯ୍ୟରେ କିଛିଟା ସୁଧାର ଆସିଛି। ବହୁ ରାସ୍ତା ସମ୍ପୂର୍ଣ୍ଣ ଖାଲଢ଼ିପରେ ପରିପୂର୍ଣ୍ଣ ଥିବାବେଳେ ଏହା ସହରାଞ୍ଚଳ ସୌନ୍ଦର୍ଯ୍ୟକୁ ବାଟବଣା କରୁଛି। ସହର ରାସ୍ତାରେ ଗୋରୁ ଓ କୁକୁର ମାଳ ମାଳ ହୋଇ ବୁଲିବା କାରଣରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇ ଦୁର୍ଘଟଣା ବଢ଼ୁଛି। କେନ୍ଦ୍ରାପଡ଼ା ଜିଲା ଭାଜପା ଉପସଭାପତି ସଞ୍ଜୟ ସାହୁ କହିଛନ୍ତି, ୩ ବର୍ଷ ହେବ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅବସ୍ଥା ଶୋଚନୀୟ ହୋଇ ପଡ଼ିରହିଛି। ରାସ୍ତାଘାଟ, ଡ୍ରେନେଜ୍‌, ଜବରଦଖଲ, ଆଲୋକୀକରଣ ଇତ୍ୟାଦି କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଅବସ୍ଥାରେ ସୁଧାର ଆସି ନ ଥିବା ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନ ବୁଲିବା ପାଇଁ ଆସିଥାନ୍ତି। ବହୁ ପର୍ଯ୍ୟଟକ ଖାଲଖମାରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନଜିର ରହିଛି। ଡ୍ରେନ୍‌ ଉପରେ ସ୍ଲାପ୍‌ ନ ଥିବାରୁ ବହୁ ସମୟରେ ଛୋଟପିଲା, ବାଇକ୍‌ ଚାଳକ ଓ ପଶୁ ନଳା ଭିତରେ ଗଳି ପଡୁଛନ୍ତି। ରାଜ୍ୟ ରାଜକୋଷର ଯେତିକି ଅର୍ଥ ଖର୍ଚ୍ଚ ହେଉଛି ଯଦି ସ୍ଥାନୀୟ ଅଞ୍ଚଳରେ ବିନିଯୋଗ ହୁଅନ୍ତା ତେବେ ଅନେକ ସୁଧାର ଆସିପାରନ୍ତା। ଗତ ୩ ବର୍ଷରେ ହୋଇଥିବା ହେର୍‌ଫେରର ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରେ ରାସ୍ତାଘାଟ ଅଳ୍ପବହୁତ ଖରାପ ଅଛି। ୭ ଦିନ ଭିତରେ ଆଲୋକୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?