୩ ବର୍ଷରେ ଉନ୍ନୟନ କାମରେ ବ୍ୟାପକ ହେରଫେର

ପଟ୍ଟାମୁଣ୍ଡାଇ, ୧୦ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପୌର ପରିଷଦର କେତେଜଣ ଅଫିସର ଏହି ଟଙ୍କାକୁ ବାଟମାରଣା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ୩ ବର୍ଷ ପୂର୍ବେ ପଟ୍ଟାମୁଣ୍ଡାଇ ପୌର ପରିଷଦର ସ୍ବାୟତ୍ତ ଶାସନ ଅବସରରେ କୋଟି କୋଟି ଟଙ୍କାର ଶିଳାନ୍ୟାସ ବିଭିନ୍ନ ୱାର୍ଡରେ କରାଯାଇଥିଲା। ବାସ୍ତବରେ ଏ ଟଙ୍କା ଠିକ୍‌ କାମରେ ଲାଗୁନି। ୨୦୧୮ରୁ ୨୦୨୨ ଯାଏ ୩ ବର୍ଷ ପର୍ଯ୍ୟନ୍ତ ପୌର ନିର୍ବାଚନ ବନ୍ଦ ଥିଲା। ଜନପ୍ରତିନିଧି, ୱାର୍ଡ କାଉନ୍‌ସିଲର ନ ଥିବା ଯୋଗୁ କର୍ମଚାରୀମାନେ ମନମାନି କରିବାରେ ବ୍ୟସ୍ତ ଥିଲେ। କାମ ସବୁ କାଗଜପତ୍ରରେ ସୀମିତ ରଖାଯାଇଛି।
ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ସାହି, ଗଳିକନ୍ଦିର ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ଫଳରେ ବହୁ ସମୟରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ହେଉଛି। ପାଣି ନିଷ୍କାସନ ହେଉ ନ ଥିବାରୁ ନାଳ ପାଣି ରାସ୍ତାରେ ଭାସୁଛି। ପୌର ପରିଷଦର ଲଗାଯାଇଥିବା ଲାଇଟ୍‌ ମଧ୍ୟ ଅଧିକାଂଶ ସମୟରେ ଜଳେନାହଁ। ଏହି ଅଫିସ୍‌ର କାର୍ଯ୍ୟରତ କର୍ମଚାରୀ ଠିକ୍‌ ସମୟରେ ଅଫିସ୍‌ ଆସୁନାହାନ୍ତି। ସବୁଠୁ ବଡ଼କଥା ହେଲା, ପ୍ରାୟ ୩ ବର୍ଷ ହେଲା ପୌର ନିର୍ବାଚନ ହୋଇ ନ ଥିଲା। ଫଳରେ କାଉନ୍‌ସିଲର ଓ ଜନପ୍ରତିନିଧି ନ ଥିବା ହେତୁ ୨୦୧୮ ସେପ୍ଟେମ୍ବରରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସହରାଞ୍ଚଳ ୱାର୍ଡବାସୀଙ୍କ ପାଇଁ ମହଙ୍ଗା ପଡ଼ିଛି। କାଉନ୍‌ସିଲର ନ ଥିବା ଯୋଗୁ ଲୋକଙ୍କ ଦାବି କେହି ଉପସ୍ଥାପନ କରୁ ନ ଥିଲେ। ଫଳରେ ପୌରସଂସ୍ଥାର ଅଧିକାରୀମାନେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉ ନ ଥିଲେ। ଚଳିତବର୍ଷ ମାର୍ଚ୍ଚରେ ନିର୍ବାଚିତ କାଉନ୍‌ସିଲର ଆସିବା ପରେ କାର୍ଯ୍ୟରେ କିଛିଟା ସୁଧାର ଆସିଛି। ବହୁ ରାସ୍ତା ସମ୍ପୂର୍ଣ୍ଣ ଖାଲଢ଼ିପରେ ପରିପୂର୍ଣ୍ଣ ଥିବାବେଳେ ଏହା ସହରାଞ୍ଚଳ ସୌନ୍ଦର୍ଯ୍ୟକୁ ବାଟବଣା କରୁଛି। ସହର ରାସ୍ତାରେ ଗୋରୁ ଓ କୁକୁର ମାଳ ମାଳ ହୋଇ ବୁଲିବା କାରଣରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇ ଦୁର୍ଘଟଣା ବଢ଼ୁଛି। କେନ୍ଦ୍ରାପଡ଼ା ଜିଲା ଭାଜପା ଉପସଭାପତି ସଞ୍ଜୟ ସାହୁ କହିଛନ୍ତି, ୩ ବର୍ଷ ହେବ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅବସ୍ଥା ଶୋଚନୀୟ ହୋଇ ପଡ଼ିରହିଛି। ରାସ୍ତାଘାଟ, ଡ୍ରେନେଜ୍‌, ଜବରଦଖଲ, ଆଲୋକୀକରଣ ଇତ୍ୟାଦି କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଅବସ୍ଥାରେ ସୁଧାର ଆସି ନ ଥିବା ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନ ବୁଲିବା ପାଇଁ ଆସିଥାନ୍ତି। ବହୁ ପର୍ଯ୍ୟଟକ ଖାଲଖମାରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନଜିର ରହିଛି। ଡ୍ରେନ୍‌ ଉପରେ ସ୍ଲାପ୍‌ ନ ଥିବାରୁ ବହୁ ସମୟରେ ଛୋଟପିଲା, ବାଇକ୍‌ ଚାଳକ ଓ ପଶୁ ନଳା ଭିତରେ ଗଳି ପଡୁଛନ୍ତି। ରାଜ୍ୟ ରାଜକୋଷର ଯେତିକି ଅର୍ଥ ଖର୍ଚ୍ଚ ହେଉଛି ଯଦି ସ୍ଥାନୀୟ ଅଞ୍ଚଳରେ ବିନିଯୋଗ ହୁଅନ୍ତା ତେବେ ଅନେକ ସୁଧାର ଆସିପାରନ୍ତା। ଗତ ୩ ବର୍ଷରେ ହୋଇଥିବା ହେର୍‌ଫେରର ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରେ ରାସ୍ତାଘାଟ ଅଳ୍ପବହୁତ ଖରାପ ଅଛି। ୭ ଦିନ ଭିତରେ ଆଲୋକୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘଡଘଡି ସହ ବର୍ଷା ସମ୍ଭାବନା, ୧୧ ଜିଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨।୯(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ସୋମବାର ଘଡିଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲା ପାଇଁ...

ଅନିଶ୍ଚିତତାରେ ଆଶାୟୀ

ଭୁବନେଶ୍ୱର,୨୫ା୯(ବ୍ୟୁରୋ):କରୋନା ସଂକ୍ରମଣ କେବଳ ସ୍ବାସ୍ଥ୍ୟ ନୁହେଁ, ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଛି। ସରକାରୀ ଓ ବେସରକାରୀ କ୍ଷେତ୍ରର ନିଯୁକ୍ତି ସୁଯୋଗ ଛଡ଼ାଇ ନେଇଛି। କରୋନା...

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଅସହାୟ ବୃଦ୍ଧା

ଯାଜପୁର ଅଫିସ,୧୪ା୧୦: ଗରିବ ଲୋକଙ୍କୁ ଆବାସ ଘର ଠାରୁ ଆରମ୍ଭ କରି ଭତ୍ତା, ଟଙ୍କିକିଆ ଚାଉଳ ସରକାର ଯୋଗାଇ ଦେଉଛନ୍ତି। ହେଲେ ସରକାରଙ୍କ ଏହି ସୁବିଧା...

ସୁସ୍ଥ ହେଲେ ୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୩ : ରାଜ୍ୟରେ ୮୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୪୦୮ରେ ପହଞ୍ଚିଛି। କଟକରୁ...

୩ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ

ଆର.ଉଦୟଗିରି,୫ା୪(ଡି.ଏନ.ଏ.)-ସାରା ରାଜ୍ୟରେ କରୋନା ଭଳି ମହାମାରୀକୁ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୧ ଦିନର ଲକ୍‌ଡାଉନ ଘୋଷଣା କରାଯାଇଛି। ରବିବାର...

୫ଦିନ ବନ୍ଦ ରହିବ ରାଜଧାନୀର ଏସବୁ ମାର୍କେଟ

ଭୁବନେଶ୍ୱର, ୨୬।୬ (ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁନିଟ-୪ ଆମିଷ ମାର୍କେଟ ଓ ବାପୁଜୀ ନଗର ମାର୍କେଟକୁ ଆସନ୍ତା ଜୁଲାଇ ୧ ତାରିଖ...

ଆସୁଛି ୨ଟି ଲଘୁଚାପ:୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହିତ ଆସନ୍ତା ୨ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି...

ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨୨।୩: ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣସଂଗଠିତ କର୍ମଚାରୀଙ୍କୁ ଚିହ୍ନଟ କରିବା ନେଇ ଆଗତ ମାମଲାର ଶୁଣାଣି କରି ଏକ ଉଚ୍ଚସ୍ତରୀୟ କମିଟି...

Advertisement
Archives

Model This Week