ଟ୍ରେକରରେ ଯାତ୍ରୀ ପରିବହନ, କାର୍ଯ୍ୟାନୁଷ୍ଠାନ ଶୂନ
ପଟ୍ଟାମୁଣ୍ଡାଇ,୧୪ା୩(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଟ୍ରେକରରେ ଯାତ୍ରୀ ପରିବହନ ହେଉଛି। ରାସ୍ତାରେ ଗଡୁଥିବା ଟ୍ରେକରଗୁଡ଼ିକ ବିନା କାଗଜପତ୍ରରେ ଚାଲୁଥିବା ଅଭିଯୋଗ ହେଉଛି। ଟ୍ରେକରରେ ଯାତାୟତ କରୁଥିବା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ। ଗାଡ଼ିଗୁଡିକ ବେଆଇନ ଭାବେ ଯାତାୟତ କରୁଥିବାରୁ ସରକାରୀ ତହବିଲକୁ କର…
ଜଳାଶୟ ଶୁଖୁଛି, ବଢ଼ୁଛି ଜଳ ସଙ୍କଟ
ପଟ୍ଟାମୁଣ୍ଡାଇ, ୧୪ା୩(ସ୍ବ.ପ୍ର.):ମାର୍ଚ୍ଚ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ଏହାର ପ୍ରତିକାର ପାଇଁ ଚିନ୍ତା କରାଯାଉନାହିଁ। ବ୍ୟାପକ ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଆଦି କରାଗଲେ ତାପମାତ୍ରା କମ୍ ଅନୁଭୂତ ହେବ ବୋଲି ପ୍ରତିବର୍ଷ ଦାବି ହୋଇଆସୁଛି।…
ନାଳିଆ ଘାସ ବୃତ୍ତିଧାରୀଙ୍କୁ ପ୍ରୋତ୍ସାହନ ନାହିଁ
କେନ୍ଦ୍ରାପଡ଼ା ଅଫିସ, ୧୪ା୩:ନାଳିଆ ଘାସରେ ତିଆରି ଟୋକେଇ, ପାଛିଆ, ନାଳିଆ, ସେର, କୁଞ୍ଚା, ମାଣ, ଟୁକୁଲି ଆଦି ପ୍ରତ୍ୟେକଙ୍କ ଘରେ ପରିଚିତ। ପ୍ରାୟ ୫୦ବର୍ଷ ଧରି ଏହି ହସ୍ତଶିଳ୍ପ କୌଳିକ ବୃତ୍ତି ହୋଇ ରହିଆସିଛି। ଏଥିରେ ଆର୍ଥିକ ସଶକ୍ତୀକରଣ ଦିଗ ଆସିବା…
ଇଟାଭାଟି ଧୂଆଁରେ ଅଞ୍ଚଳବାସୀ ଅଣନିଃଶ୍ୱାସୀ
ପଟ୍ଟାମୁଣ୍ଡାଇ,୧୩ା୩(ସ୍ବ.ପ୍ର.):ଚଳିତ ବର୍ଷ ମାର୍ଚ୍ଚ ଆରମ୍ଭରୁ ତାତି ଅସହ୍ୟ ହେଲାଣି । ସର୍ବୋଚ୍ଚ ତାପମାତ୍ର ୩୮ ଡିଗ୍ରୀ ସେଲ୍ସିୟସକୁ ଛୁଇଁଲାଣି ା ଆଗାମୀ ଦିନରେ ତାହା ଭୟଙ୍କର ହେବ ବୋଲି ପରିବେଶବିତ୍ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ା ତାତିର ଏହି ଭୟଙ୍କର ରୂପ…
ବଢ଼ୁଛି ପରିସୀମା, ମିଳୁନାହିଁ ମୌଳିକ ସେବା
କେନ୍ଦ୍ରାପଡ଼ା ଅଫିସ, ୧୩ା୩:ଗତ ୧୦ ତାରିଖରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ୧୫୫ ବର୍ଷରେ ପାଦ ଥାପିଛି ା ହେଲେ ରାଜ୍ୟର ଅନ୍ୟ ସହର ପରି ଏହି ସହର ବିକଶିତ ହୋଇ ପାରିନାହିଁ। ମୌଳିକ ସମସ୍ୟାର ସୁଧାର ସହ କେନ୍ଦ୍ରାପଡ଼ା ରାଜ୍ୟର ୧ ନଂ.…
ଦୋଳବିମାନ ଉପରକୁ ମାଡ଼ିଗଲା ଗାଡ଼ି: ୨ ମୃତ, ୬ ଆହତ
କେନ୍ଦ୍ରାପଡ଼ା ଅଫିସ, ୧୩ା୩: ଦୋଳବିମାନ କାନ୍ଧେଇ ଯାଉଥିବା ଲୋକଙ୍କ ଉପରକୁ ଏକ ପିକ୍ଅପ୍ ଭ୍ୟାନ୍ ମାଡ଼ିଯିବା ଯୋଗୁ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ମେଡିକାଲରେ ଚିକିତ୍ସା କରାଯାଉଛି।…
ଗହୀରମଥାରେ ଅଲିଭ୍ ରିଡ୍ଲେଙ୍କ ସମୂହ ଅଣ୍ଡାଦାନ
ରାଜନଗର, ୧୨।୩(ଡି.ଏନ୍.ଏ.): ବିରଳ ଅଲିଭ୍ ରିଡ୍ଲେଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଜିଲା ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖରେ ୮୮ ହଜାର, ୧୦ ରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭ୍ ରିଡ୍ଲେ ମା’ କଇଁଛ କୂଳଠାରୁ…
ଗୁପ୍ତଚର ପାରାକୁ ନେଇ ଚିନ୍ତା
କେନ୍ଦ୍ରାପଡ଼ା ଅଫିସ, ୧୧ା୩: ଜଗତସିଂହପୁର ଜିଲା ପାରାଦୀପ ନିକଟ ସମୁଦ୍ରରେ ଗୁପ୍ତଚର ପାରା ଧରା ପଡିଛି। ପାରା, କ୍ୟାମେରାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ବୁଦ୍ଧିଜୀବୀମାନେ ଜାତୀୟ ଉଦ୍ୟାନର ସାମୁଦ୍ରିକ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା, ଜିଲାର ସମୁଦ୍ର ତଟାଞ୍ଚଳ…
ପ୍ଲାଷ୍ଟିକ୍ ଅଲିଭ ରିଡ୍ଲେଙ୍କ ପାଇଁ ବିପଦ ସାଜିଛି
କେନ୍ଦ୍ରାପଡା ଅଫିସ,୧୦ା୩:ରାଜନଗର ବ୍ଲକ ପେଣ୍ଠଠାରେ ସାଗରବେଳା ମହୋତ୍ସବ ଗତ ୩ ତାରିଖରୁ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା। ମହୋତ୍ସବ ସରିଯାଇଥିବା ବେଳେ ଏହି ପର୍ଯ୍ୟଟନ କ୍ଷେତ୍ରରେ ଆବର୍ଜନା କୁଢ଼ କୃଢ଼ ପଡ଼ି ରହିଛି; ଯାହା ପର୍ଯ୍ୟଟକଙ୍କ ପାଇଁ ବିରକ୍ତି ଆଣୁଥିବା…
୫୪ କୋଟି ଖର୍ଚ୍ଚ ପରେ ବି ପାଣି ମିଳୁନି
ପଟ୍ଟାମୁଣ୍ଡାଇ, ୧୦ା୩ (ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପିଇବା ପାଣି ଏବେବି ପ୍ରମୁଖ ସମସ୍ୟା ହୋଇ ରହିଛି। ସରକାର ଅମୃତ ଯୋଜନାରେ ବିଶୁଦ୍ଧ ପାଣି ଯୋଗାଣ ବାବଦରେ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। କେଉଁ ୱାର୍ଡରେ ପାଣି…
ହୋଲିରେ ଅଘଟଣ: ପାଣିରେ ବୁଡ଼ି ଦୁଇଭାଇଙ୍କ ଜୀବନ ଗଲା
କେନ୍ଦ୍ରାପଡ଼ା ଅଫିସ,୮ା୩: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ହୋଲିରେ ଏକ ଅଘଟଣ ଘଟିଛି। ରଙ୍ଗ ଖେଳି ସାରି ବ୍ରାହ୍ମଣୀ ନଦୀକୁ ଦୁଇ ଭାଇ ଗାଧୋଇବାକୁ ଯାଇ ବୁଡ଼ି ଯାଇଛନ୍ତି। କେଶପୁର ପଞ୍ଚାୟତ ମୂଷାଡିଆ ଗାଁର ୪୩ ବର୍ଷୀୟ ସୁଜିତ ଦାସ,…
ପାଣି ପାଇଁ ହରିଣ ଗାଁମୁହାଁ
ମହାକାଳପଡ଼ା,୭ା୩ (ଡି.ଏନ୍.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଓ ଜଙ୍ଗଲୀ ପ୍ରାଣୀ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁନ୍ଦେ ପାଣି ପାଇଁ ସୋମବାର ମହାକାଳପଡ଼ା ବନାଞ୍ଚଳ ଅଧୀନ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲର ପାରେଶ୍ୱରପୁର (ବାଲିଗଣ୍ଡ) ଜେନାସାହି ନିକଟରେ…
Archives


