ଟ୍ରେକରରେ ଯାତ୍ରୀ ପରିବହନ, କାର୍ଯ୍ୟାନୁଷ୍ଠାନ ଶୂନ

ପଟ୍ଟାମୁଣ୍ଡାଇ,୧୪ା୩(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଟ୍ରେକରରେ ଯାତ୍ରୀ ପରିବହନ ହେଉଛି। ରାସ୍ତାରେ ଗଡୁଥିବା ଟ୍ରେକରଗୁଡ଼ିକ ବିନା କାଗଜପତ୍ରରେ ଚାଲୁଥିବା ଅଭିଯୋଗ ହେଉଛି। ଟ୍ରେକରରେ ଯାତାୟତ କରୁଥିବା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ। ଗାଡ଼ିଗୁଡିକ ବେଆଇନ ଭାବେ ଯାତାୟତ କରୁଥିବାରୁ ସରକାରୀ ତହବିଲକୁ କର ଆକାରରେ ଟଙ୍କାଟିଏ ମଧ୍ୟ ଆସିପାରୁନାହିଁ। ଏ ସବୁ ଘଟଣା ସ୍ପଷ୍ଟ ଦିବାଲୋକରେ ଚାଲୁଥିଲେ ସୁଦ୍ଧା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ରାଜ୍ୟ ସଡ଼କ ପରିବହନ ବିଭାଗର ଅଧିକାରୀମାନେ ସବୁଜାଣି ଚୁପ୍‌ ରହୁଥିବା ଦେଖାଯାଉଛି। ଅଧିକାରୀମାନଙ୍କ ନୀରବତା ଯୋଗୁ ଟ୍ରେକର ମାଲିକ ଓ ଚାଳକମାନେ ବେଧଡ଼କ ଭାବେ ଟ୍ରେକରରେ ବିପଦପୂର୍ଣ୍ଣ ଭାବେ ଆବଶ୍ୟକଠାରୁ ଅଧିକ ଯାତ୍ରୀ ପରିବହନ କରୁଥିବା ଲକ୍ଷ୍ୟ କରାଯାଉଛି।
ପଟ୍ଟାମୁଣ୍ଡାଇ ସହରର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳି ପୁରୁଣା ବାଇପାସ ଛକରେ ଏକ ଷ୍ଟାଣ୍ଡ ରହିଛି। ବିଗତ ବର୍ଷଗୁଡ଼ିକରେ ଅଣ୍ଢରା, କାଇପଡ଼ା, ଆଳି, ରାଜନଗର ଆଦି ସ୍ଥାନକୁ ଯାତାୟତ କରିବାକୁ ଯାତ୍ରୀମାନେ ଛୋଟଛୋଟ ଗାଡ଼ିଗୁଡ଼ିକ ଉପରେ ନିର୍ଭର କରୁଥିଲେ। ବିଶେଷକରି ଟ୍ରେକର ଗୁଡ଼ିକ ଯାତ୍ରୀ ପରିବହନ କରିବାରେ ବ୍ୟବହାର ହେଉଥିଲା। ସମୟ ବଦଳିବା ସହ ଏହି ଗାଡ଼ିଗୁଡ଼ିକର ଆବଶ୍ୟକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ରେକରଗୁଡ଼ିକର ନିର୍ମାଣକାରୀ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଏହାର ଯନ୍ତ୍ରାଂଶ ବଜାରରେ ଉପଲବ୍ଧ ହେଉନାହିଁ। ଫଳରେ ମାଲିକମାନେ କବାଡ଼ିଆ ଦୋକାନରୁ ପୁରୁଣା ଓ ଅନ୍ୟ କମ୍ପାନୀର ଯନ୍ତ୍ରାଂଶ ଲଗାଇ ଗାଡ଼ି ମରାମତି କରି କାମ ଚଳାଉଛନ୍ତି। ଏସବୁ ମରାମତି କାର୍ଯ୍ୟକୁ ମୋଟର ଭେଇକିଲ ଇନପେକ୍ଟରଙ୍କ ଅନୁମତି ମିଳୁନାହିଁ। ଫଳରେ ପରିବହନ ବିଭାଗ ପକ୍ଷର ରାସ୍ତାରେ ଗାଡ଼ି ଚଳାଇବା ପାଇଁ ଅନୁମତି ମଧ୍ୟ ଦିଆଯାଉନାହିଁ। ଏହାଛଡ଼ା ଗାଡିର ଦୁଇପାର୍ଶ୍ୱ ଖୋଲା ରହୁଛି। ଯାହାକି ଯାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଗାଡ଼ିଗୁଡିକୁ ରାସ୍ତାରେ ଚାଲିବା ଅନୁମତି ମିଳୁ ନ ଥିବାରୁ ମାଲିକମାନେ ଦୀର୍ଘଦିନ ହେବ ରାସ୍ତାକର, ଇସ୍ନୁରାନ୍ସ, ଜିଏସ୍‌ଟି ଆଦି ସରକାରଙ୍କୁ ପ୍ରଦାନ କରୁନାହାନ୍ତି। ୨୦୧୫-୧୬ରେ ସରକାର ଟ୍ରେକରଗୁଡ଼ିକୁ ଅନୁମତି ନ ଦେବା ପାଇଁ ପରିବହନ ବିଭାଗକୁ ଜଣାଇ ଥିଲେ। ବାରଣ ସତ୍ତ୍ୱେ ବି ଟ୍ରେକରଗୁଡିକ ରାସ୍ତାରେ ଗଡୁଛି। ଅଧିକାଂଶ ଟ୍ରେକର ପଟ୍ଟାମୁଣ୍ଡାଇରୁ କେନ୍ଦ୍ରାପଡ଼ା, ରାଜନଗର, ଆଳି ଆଦି ଅଞ୍ଚଳକୁ ଗମନାଗମନ କରୁଛି। ଯାତ୍ରୀମାନେ ଟ୍ରେକର ପଛରେ ଓହଳି ଅସୁରକ୍ଷିତ ଭାବେ ଯାତାୟତ କରୁଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ପରିବହନ ଅଧିକାରୀଙ୍କୁ ପଚାରିବାରୁ ଏଭଳି ଘଟଣା ତାଙ୍କ ନଜରକୁ ଆସିନାହିଁ, ସେ ଘଟଣାସ୍ଥଳ ପରିଦର୍ଶନ ଯିବେ। ବାସ୍ତବ ସ୍ଥିତି ପରଖିବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?