ପାଣି ପାଇଁ ହରିଣ ଗାଁମୁହାଁ

ମହାକାଳପଡ଼ା,୭ା୩ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଓ ଜଙ୍ଗଲୀ ପ୍ରାଣୀ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁନ୍ଦେ ପାଣି ପାଇଁ ସୋମବାର ମହାକାଳପଡ଼ା ବନାଞ୍ଚଳ ଅଧୀନ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲର ପାରେଶ୍ୱରପୁର (ବାଲିଗଣ୍ଡ) ଜେନାସାହି ନିକଟରେ ଏକ ହରିଣକୁ କେନାଲ ଦଳ ମଧ୍ୟରୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଖବରପାଇ ଜମ୍ବୁ ବନ ବିଭାଗ କର୍ମଚାରୀ ଫରେଷ୍ଟର ମହନ୍ତ କୁମାର ମଲିକ, ପ୍ରଶାନ୍ତ କୁମାର ମହାନ୍ତି, ରଞ୍ଜିତ ସ୍ବାଇଁ ଓ ସାଧନ ମଣ୍ଡଳ ପ୍ରମୁଖ ପହଞ୍ଚତ୍ ହରିଣକୁ ହେପାଜତକୁ ନେଇଥିଲେ। ଏହି ମା’ ହରିଣଟି ୩୦ କିଲୋରୁ ଅଧିକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପରେ ଜମ୍ବୁ ଘାଟରୁ କର୍ମଚାରୀମାନେ ଏକ ସ୍ବତନ୍ତ୍ର ବନ ବିଭାଗ ବୋଟ ଯୋଗେ ନିକଟ ଭିତର ଖରିନାସୀ ସଂରକ୍ଷିତ ଜଙ୍ଗଲରେ ହରିଣକୁ ଛଡ଼ି ଦେଇଛନ୍ତି।
ଚଳିତବର୍ଷ ଫେବୃୟାରୀ ଓ ମାର୍ଚ୍ଚ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଫଳରେ ଜଙ୍ଗଲୀ ପ୍ରାଣୀମାନେ ଖାଦ୍ୟ ଓ ପାଣି ପାଇଁ ଜନବସତି ଅଭିମୁଖେ ପଳାଇ ଆସୁଛନ୍ତି। ଏଥିଯୋଗୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପରିବେଶବିତ୍‌ ସୁବାସ ସ୍ବାଇଁ କୁହନ୍ତି, ସଂରକ୍ଷିତ ଜଙ୍ଗଲରେ ପୋଖରୀ ଖନନ ପାଇଁ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନି। ଯଦି ଜଙ୍ଗଲଗୁଡ଼ିକରେ ପୋଖରୀ ଖନନ କରାଯାନ୍ତା ତେବେ ବନ୍ୟପ୍ରାଣୀ ମଧୁର ପାଣି ପିଇ ଜୀବନ ବଞ୍ଚାଇ ପାରନ୍ତେ। ପରିବେଶବିତ୍‌ ସମରେନ୍ଦ୍ର ମାହାଳୀ କୁହନ୍ତି, ବନ ବିଭାଗ ପକ୍ଷରୁ କଂସାରଡିଆ ସଂରକ୍ଷିତ ଜଙ୍ଗଲ, ହେଟା ମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ, କଣ୍ଟିଲୋ ସଂରକ୍ଷିତ ଜଙ୍ଗଲ, ଜମ୍ବୁ ଝାଉଁ ଜଙ୍ଗଲରେ ପୋଖରୀ ଖନନ କରାଗଲେ ଜଙ୍ଗଲୀ ପ୍ରାଣୀ ଗଁାକୁ ଆଉ ଆସନ୍ତେ ନାହିଁ। ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପୋଖରୀ ଖୋଳିବାକୁ ସେ ଦାବି କରିଛନ୍ତି। ଏ ନେଇ ମହାକାଳପଡ଼ା ରେଞ୍ଜ ଅଧିକାରୀ ଚିତ୍ତରଞ୍ଜନ ବେଉରାଙ୍କୁ ପଚାରିବାରେ ଉଦ୍ଧାର ହୋଇଥିବା ହରିଣକୁ ନିକଟ ସଂରକ୍ଷିତ ଜଙ୍ଗଲରେ ମୁକ୍ତ କରଯାଇଛି। ଜଙ୍ଗଲରେ ପୋଖରୀ ଖନନ ନେଇ ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଚଳିତବର୍ଷ ଅଧିକ ଉତ୍ତାପ ହେଉଛି। ଚଳିତ ଖରାଦିନରେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବନ୍ୟପ୍ରାଣୀ ତୃଷା ମେଣ୍ଟାଇବାକୁ ଅସ୍ଥାୟୀ ଭାବେ ଚୁଆ ଖୋଳିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri