ଗୁପ୍ତଚର ପାରାକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୧୧ା୩: ଜଗତସିଂହପୁର ଜିଲା ପାରାଦୀପ ନିକଟ ସମୁଦ୍ରରେ ଗୁପ୍ତଚର ପାରା ଧରା ପଡିଛି। ପାରା, କ୍ୟାମେରାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ବୁଦ୍ଧିଜୀବୀମାନେ ଜାତୀୟ ଉଦ୍ୟାନର ସାମୁଦ୍ରିକ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା, ଜିଲାର ସମୁଦ୍ର ତଟାଞ୍ଚଳ ଖୋଲାମେଲା ରହିବା, ନିକଟରେ ଥିବା ହ୍ବିଲର ଦ୍ୱୀପର ତଥ୍ୟକୁ ନେଇ ଆଲୋଚନା କରୁଛନ୍ତି ା ଅତୀତରେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଆସ୍ଥାନ ଜମାଇବା, ଅନୁପ୍ରବେଶ କରିବା, ରେଡିଓ କେନ୍ଦ୍ର ସ୍ଥାପନ କରିବା ଆଦି ବେଆଇନ କାର୍ଯ୍ୟ ହୋଇଥିବାରୁ ସନ୍ଧିଗ୍ଧ ପାରା ଏହାର ଏକ ଅଂଶବିଶେଷ ବୋଲି ମତ ରଖିଛନ୍ତି। ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ, ରାଧାକାନ୍ତ ମହାନ୍ତି, ବିରେନ କୁମାର ଦାସ, ସାମାଜିକ କର୍ମୀ ସୁନିଲ କୁମାର ଗନ୍ତାୟତ, ଅଶେଷ କୁମାର ଖଟୁଆ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ୪୮ କିଲୋମିଟର ତଟ ଦେଇ ଗତ ୫୦ ବର୍ଷ ଧରି ଅନୁପ୍ରବେଶ ଚାଲିଛି ା ଉପାନ୍ତ ଅଞ୍ଚଳରେ ଜିଲାର ପ୍ରଚଳିତ ଭାଷା ଓଡିଆ ବଦଳରେ ବଙ୍ଗଳା ଭାଷା ଅଧିକ ବ୍ୟବହାର ହେଉଛି ା ଦ୍ରୁତ ଅନୁପ୍ରବେଶ ଉପଯୁକ୍ତ ପଥ ପାଇଁ ପାରା ଗୋଡରେ ବନ୍ଧା ହୋଇଥିବା କ୍ୟାମେରାକୁ ବ୍ୟବହାର କରାଯାଉଥିବ ା ଅତୀତରେ ମଧ୍ୟ ଏହି ଜିଲାକୁ ଆତଙ୍କବାଦୀ ବ୍ୟବହାର କରିଥିବା କ୍ରାଇମ ରେକର୍ଡରେ ଉଲ୍ଲେଖ ଅଛି ା ୨୦୧୬ରେ ଗିରଫ ହୋଇଥିବା ଅଲକାଇଦା ସଂଗଠନର ଆତଙ୍କବାଦୀ ଅବଦୁଲ ରହମନ ସହ ଏହି ଜିଲାର ସମ୍ପର୍କ ଅଛି ା ଏଠାରେ ସେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ୫ ବର୍ଷ ରହିଥିଲେ ା ସେହିପରି ୨୦୧୮ ଅଗଷ୍ଟ ୬ରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦ୍ୱାରା ଗିରଫ ହୋଇଥିବା ସନ୍ଧିଗ୍ଧ ଆତଙ୍କବାଦୀ ହବିବୁର ରହମାନଙ୍କ ଘର ଏହି ଜିଲାର ପାଟକୁରା ଥାନା ଅଞ୍ଚଳରେ ା ସେହିପରି ସହରର ରଣପଡାସ୍ଥ ମହମ୍ମଦ ଜାଭେଦଙ୍କୁ ୨୦୦୭ରେ ସନ୍ଧିଗ୍ଧ ଆତଙ୍କବାଦୀ ଭାବେ ଗିରଫ କରାଯାଇଛି ା ଏହାବ୍ୟତୀତ ବନାଞ୍ଚଳରେ ବେଆଇନ ରେଡିଓ ଷ୍ଟେଶନ ସମ୍ପର୍କରେ ୨୦ ବର୍ଷ ପୂର୍ବେ ଜଣା ପଡିଥିଲା ା ଜିଲା ଓ ଦେଶର ସୁରକ୍ଷାକୁ ବିପଦ ହୋଇଥିବା ଅନୁପ୍ରବେଶ ଅଦ୍ୟାବଧି ବନ୍ଦ କରାଯାଇ ପାରିନାହିଁ ା ଏହି ଜିଲାର ଜାତୀୟ ଉଦ୍ୟାନ ଭିତରକନିକାର ସାମୁଦ୍ରିକ ପ୍ରାଣୀ ଓ ବନ୍ୟଜୀବ ଏବେ ଶୀକାରୀଙ୍କ ଟାର୍ଗେଟରେ ଅଛି ା ଏହି ଜୀବଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏହାର ଚୋରା ଚାଲାଣକୁ ପ୍ରୋତ୍ସାହିତ କରିବାକୁ ହୁଏତ ପାରାକୁ ମାଧ୍ୟମ କରାଯାଇଛି ା ସେହିପରି ସନ୍ଧିଗ୍ଧ ଗୁପ୍ତଚର ପାରା ଭଦ୍ରକ ଜିଲାର ହ୍ବିଲର ଦ୍ୱୀପ ନିକଟରୁ ଧରା ପଡିଛି ା ଏହି ଦ୍ୱୀପରେ ଦେଶର ପ୍ରତିରକ୍ଷା ବିଭାଗର ବହୁ ଗୁପ୍ତ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଉଛି ା ଏହାର ତଥ୍ୟ ଚୋରି ପାଇଁ ପାରାକୁ ବ୍ୟବହାର କରା ଯାଇ ଥାଇପାରେ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି ା ଏସମ୍ପର୍କରେ ଏଏସ୍‌ପି ହରିଶ ଚନ୍ଦ୍ର ପାଣ୍ଡେ କହିଛନ୍ତି, ଗୁପ୍ତଚର ପାରା ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ପାଇଁ ଯୋଗାଯୋଗ ଚାଲିଛି। ତଥ୍ୟ ଜିଲା ପାଇଁ ହାନିକାରକ ସାବ୍ୟସ୍ତ ହେଲେ ସୁରକ୍ଷା ବ୍ୟବସ୍ଥାର ପୁର୍ନବାର ସମୀକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri