ଜଳାଶୟ ଶୁଖୁଛି, ବଢ଼ୁଛି ଜଳ ସଙ୍କଟ

ପଟ୍ଟାମୁଣ୍ଡାଇ, ୧୪ା୩(ସ୍ବ.ପ୍ର.):ମାର୍ଚ୍ଚ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ଏହାର ପ୍ରତିକାର ପାଇଁ ଚିନ୍ତା କରାଯାଉନାହିଁ। ବ୍ୟାପକ ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଆଦି କରାଗଲେ ତାପମାତ୍ରା କମ୍‌ ଅନୁଭୂତ ହେବ ବୋଲି ପ୍ରତିବର୍ଷ ଦାବି ହୋଇଆସୁଛି। ବିଶେଷକରି ଜଳାଶୟଗୁଡ଼ିକର ପୁନରୁଦ୍ଧାର କରାଯାଉ ନ ଥିବାରୁ ସମସ୍ୟା ବଢ଼ିଯାଉଛି। ପଟ୍ଟାମୁଣ୍ଡାଇ ସହରରେ ଥିବା ଜଳାଶୟଗୁଡ଼ିକ ମଧ୍ୟରୁ ଏକାଧିକ ଶୁଖି ପୋତି ହୋଇଗଲାଣି। ଯେଉଁ କାରଣରୁ ଗୋ ସମ୍ପଦ ପ୍ରବଳ ଖରାରେ ଗାଧୋଇବା ସମ୍ଭବ ହେଉନି। ଲୋକେ ନିଜର ନିତ୍ୟବ୍ୟବହାର କାର୍ଯ୍ୟ କରି ପାରୁନାହାନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ସହର ମଧ୍ୟରେ କଚେରି ପୋଖରୀ ରହିଛି। ହେଲେ ଉପଯୁକ୍ତ ବ୍ୟବହାର ହୋଇପାରୁନାହିଁ। ପୋଖରିଆପଡ଼ା ଗ୍ରାମ ଶେଷରେ ଥିବା ଜଳାଶୟ ଆପାତତଃ ପୋତି ହୋଇଗଲାଣି। ୱାର୍ଡ ନଂ.୧୬ ଅନ୍ତର୍ଗତ ଚାହାପଡ଼ା ଗଁା ମୁଣ୍ଡରେ ଏକ ଜଳାଶୟ ରହିଛି। ସେହିପରି ମାଟିଆରେ ଏକ ଠାକୁରାଣୀ ପୋଖରୀ ରହିଛି। ତାହା ମଧ୍ୟ ପୋତି ହୋଇଗଲାଣି। ସେହିପରି ୱାର୍ଡ ନଂ.୧୮ ତାତନା ପୋଖରୀ ଓ ଦକ୍ଷିଣଦିଆ ଶ୍ମଶାନ ପୋଖରୀ, ଜେନାସାହି ପୋଖରୀ ଏବଂ ବେଲତଳର ଭବାନୀ ପୋଖରୀ ମଧ୍ୟ ପୋତି ହୋଇପଡ଼ିଲାଣି। କେବଳ ପୋଖରିଆପଡ଼ା ରାସ୍ତାର ହରପାର୍ବତୀଙ୍କ ନିଜସ୍ବ ଜମିରେ ଥିବା ଜଳାଶୟଟି ଭଲ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ପୋଖରିଆପଡ଼ା ଗଁା ମୁଣ୍ଡରେ ଥିବା ପୋଖରୀରେ ଅଳ୍ପ ପାଣି ଥିବାବେଳେ ଏହାର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏହା ପୋତି ହୋଇଚାଲିଛି। ଏହାର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି। ସେହିପରି ରାଧାରମଣ ଜୀଉ ଚାପଖେଳ ପୋଖରୀ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ଅଛି। ଯାହାର ଏ ପର୍ଯ୍ୟନ୍ତ ପୁନରୁଦ୍ଧାର ହୋଇପାରିନାହିଁ। ବାଲିପଡ଼ା ପୋଖରୀରେ ପାଣି ନାହିଁ। ୧୪ ନଂ. ୱାର୍ଡ ପ୍ରହରାଜପୁର ବାରିକସାହି ପାଖ ପୋଖରୀ ଲୋକମାନଙ୍କ ବହୁ କାମରେ ଲାଗେ। ଏହାର ଅଳ୍ପ ଦୂରରେ ଶ୍ମଶାନ ଅଛି। କୌଣସି ଲୋକଙ୍କ ମୃତ୍ୟୁ ହେଲେ ଶୁଦ୍ଧିକ୍ରିୟା ଆଦି ସେଠାରେ ହୁଏ। ଏଥିରୁ ପାଣି ଶୁଖିବା ଦ୍ୱାରା ଲୋକେ, ଗୃହପାଳିତ ପ୍ରାଣୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତଗୁଡ଼ିକରେ ଲୋକମାନଙ୍କ ସୁବିଧା ପାଇଁ ମୋ ପୋଖରୀ ମାଧ୍ୟମରେ ଟଙ୍କା ଆସୁଛି। ଯେଉଁ କେତେଗୋଟି ହାତଗଣତି ପୋଖରୀ ଲୋକମାନଙ୍କ ବାଡ଼ିରେ ଅଛି ତାହା ଶୁଖିଲା ପଡ଼ିଛି। ଏହାର ମୁଖ୍ୟ କାରଣ ନୟନଯୋରି ଜବରଦଖଲ କରାଯାଇ ପୋତି ଘର କରିବା ଫଳରେ ପାଣି ପ୍ରବେଶ ଓ ନିଷ୍କାସନ ହୋଇପାରୁନି। ପଞ୍ଚାୟତଗୁଡ଼ିକରେ ହୋଇଥିବା ଆଦର୍ଶ ପୋଖରୀ ପାଣି ବିନା ଶୁଖିଲା ପଡ଼ିଛି। ଏହାବାଦ୍‌ କେତେଗୋଟି ବେସରକାରୀ ଜଳାଶୟରେ ଅଟ୍ଟାଳିକା ତିଆରି ହୋଇଗଲାଣି। ଯେଉଁ କେତେଗୋଟି ପୋଖରୀ ଅଛି ତା’ର ପୁନରୁଦ୍ଧାର ନ ହେଲେ ଆଗକୁ ସହରରେ ଜଳସଙ୍କଟ ସମସ୍ୟା ଜଟିଳ ହେବା ସମ୍ଭାବନା ରହିଛି।
ଅତୀତରେ ସହରର କେତେଗୋଟି ଜଳାଶୟ ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେଥିମଧ୍ୟରୁ କଚେରି ପୋଖରୀ ଅନ୍ୟତମ। ଏହାର ଦୈର୍ଘ୍ୟ ୬୫ ମିଟର, ପ୍ରସ୍ଥ ୬୦ ମିଟର ଏବଂ ଗଭୀର ପାଖାପାଖି ୧୦ ଫୁଟ୍‌। ଏବେ ଏଥିରେ ପାଣି ଅଛି। ୨୦୨୨ରେ ଜଳାଶୟ ୨ ପାଶର୍‌ବରେ ପଥର ପ୍ୟାକିଂ ଏବଂ ଗୋଟିଏ ପାଶର୍‌ବ ପାଚେରି କରାଯାଇଥିଲା। ରାସ୍ତା ପଟକୁ ୨ ପାଶର୍‌ବରେ ପାହାଚ ହେବାର ଥିଲା, ଏହି କାମ ପାଇଁ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଥିଲା। ଏଥିରେ ଅବଶିଷ୍ଟ ୨ ପାଶର୍‌ବ ପଥର ପ୍ୟାକିଂ ସହ ପାଚେରି କରାଯିବା କଥା। ଏଥିସହ ଲୋକଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଜଳାଶୟରେ ବୋଟିଂ ସୁବିଧା କରାଯିବାକୁ ଚିନ୍ତା କରାଯାଇଥିଲା। କେବଳ ଏତିକି ନୁହେଁ ଏହା ଚାରିପଟେ ପାର୍କ, ଆଲୋକୀକରଣ ଆଦି ବ୍ୟବସ୍ଥା ହେବ ବୋଲି କୁହାଯାଇଥିଲା। କିନ୍ତୁ ଅନେକ କାମ ବାକି ରହି ଯାଇଥିବା ବେଳେ ଠିକାଦାର କାମ ବନ୍ଦ କରି ଛାଡି ଚାଲି ଯାଇଛନ୍ତି ବୋଲି ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି। ସେହିପରି ଗୋବରୀ ନଦୀ ପୋତି ହୋଇଯିବାରୁ ଲୋକେ ପାଣି ପାଇ ପାରୁନାହାନ୍ତି। ଏହାର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ। ଯେଉଁ ୧୩ କୋଟି ବ୍ୟୟ କରାଯାଇ ଉଦ୍ଧାର କାର୍ଯ୍ୟ ହେଉଛି ସେ ମଧ୍ୟ ଅଧାରୁ ବନ୍ଦ ରହିଛି। ଏଥିମଧ୍ୟରେ କୌଣସି ଗୋଟିଏ ହେଲେ ବି ପ୍ରକଳ୍ପ ଶେଷ ହୋଇ ପାରି ନାହିଁ। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରୁ ପୌରାଞ୍ଚଳରେ ଥିବା ସରକାରୀ ପୋଖରୀ ପୁନରୁଦ୍ଧାର ପାଇଁ ଚିନ୍ତା କରାଯାଉଛି। ଏସବୁ ଉପରେ ବ୍ୟାପକ ସମୀକ୍ଷା ପରେ ପଦକ୍ଷେପ ନିଆଯିବ। କଚେରି ପୋଖରୀ କାମ ଚାଲିଛି ଖୁବ୍‌ଶୀଘ୍ର ଶେଷ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri