କନ୍ଧମାଳ ଜିଲା: ପ୍ରଥମ ପର୍ଯ୍ୟାୟରେ ୬୦୦ ଆଦର୍ଶ ଅଙ୍ଗନୱାଡ଼ି ଲକ୍ଷ୍ୟ

ଫୁଲବାଣୀ ଅଫିସ, ୨୨ା୧-ଆଜିକାଲିର ପ୍ରତିଯୋଗୀଭାବ ସମ୍ପନ୍ନ ସମାଜରେ ପିଲାକୁ ପଢ଼ାଇବା ପାଇଁ ଅଭିଭାବକମାନେ ପ୍ରଥମେ ପ୍ଲେ ସ୍କୁଲ ପରଖୁଛନ୍ତି। ଯେଉଁଠି ପିଲା ପ୍ରିନର୍ସରୀ ସାରି ନର୍ସରୀ ପଢ଼ିବା ପାଇଁ ପ୍ରସ୍ତୁତ ହୋଇପାରିବ। ସାଧାରଣତଃ ସହରାଞ୍ଚଳରେ ଏହି ସୁବିଧା ଥାଏ। ଗ୍ରାମାଞ୍ଚଳର ଶିଶୁମାନଙ୍କୁ କିଭଳି ପ୍ଲେ ସ୍କୁଲ ପିଲାଙ୍କ ଭଳି ଶିକ୍ଷା ଦିଆଯାଇ ପାରିବ ସେଥିନେଇ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି. ପ୍ରୟାସ ଆରମ୍ଭ କରିଛନ୍ତି। ଅଙ୍ଗନୱାଡି କେନ୍ଦ୍ରର ଉନ୍ନତୀକରଣ କରି ଆଦର୍ଶ ଅଙ୍ଗନୱାଡି କେନ୍ଦ୍ରରେ ପରିଣତ କରାଯାଇଛି। ଯେଉଁଠି ଗ୍ରାମାଞ୍ଚଳର ଶିଶୁମାନେ ପ୍ଲେ ସ୍କୁଲ ଭଳି ସମସ୍ତ ସୁବିଧା ପାଇପାରିବେ। ସେମାନେ ସହରର ପିଲାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଆଦର୍ଶ ଅଙ୍ଗନୱାଡି ହେବା ପରେ ପୂର୍ବରୁ ଅଙ୍ଗନୱାଡିରୁ ମୁହଁ ଫେରାଉଥିବା ଅଭିଭାବକ ଏବେ ଏଥିପ୍ରତି ଆକୃଷ୍ଟ ହେଲେଣି। ଫୁଲବାଣୀ ବ୍ଲକ କାଣିବାଲିରେ ଜିଲାର ପ୍ରଥମ ରୋଲ ମଡେଲ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏବେ ଏହି ଢାଞ୍ଚାରେ ପ୍ରଥମ ପର୍ଯ୍ୟାୟରେ ଜିଲାର ୧୨ ବ୍ଲକରେ ୫୦ଟି ଲେଖାଏ ଏପରି ମୋଟ ୬୦୦ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏପରିକି ଫୁଲବାଣୀରେ ୮, ରାଇକିଆରେ ୧୦, ଫିରିଙ୍ଗିଆରେ ୬, ତୁମୁଡିବନ୍ଧରେ ୨ କେନ୍ଦ୍ରରେ ନୂଆ ଢାଞ୍ଚାରେ ପଢ଼ା ଆରମ୍ଭ ହେଲାଣି।
ଅଙ୍ଗନୱାଡିରେ ଥିବା ପାଠ୍ୟ ପୁସ୍ତିକା ଅନୁସାରେ କାନ୍ଥ, ଚଟାଣ, ଛାତରେ ଚିତ୍ର ଅଙ୍କନ କରାଯାଇ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ନାଚଗୀତ ମଧ୍ୟ ଶିଖାଯାଉଛି। ଖେଳିବା ପାଇଁ ଉପକରଣ ରଖାଯାଇଛି। ଏସବୁ ପ୍ରତି ଆକୃଷ୍ଟ ହୋଇ ପିଲାମାନେ କେନ୍ଦ୍ରକୁ ଆସୁଛନ୍ତି। ଅନ୍ୟପକ୍ଷରେ ପିଲାମାନଙ୍କୁ ପ୍ରତିଯୋଗୀଭାବ ସମ୍ପନ୍ନ କରିବା ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ଅଙ୍ଗନୱାଡି କର୍ମୀ ଅଲାଦିନ କହଁର ପ୍ରକାଶ କରିଛନ୍ତି। ସେହିପରି ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନା କହିଛନ୍ତି, ପୂର୍ବରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଢ଼ା ପ୍ରତି ସେଭଳି ଗୁରୁତ୍ୱ ଦିଆଯାଉ ନ ଥିଲା। ଶିଶୁମାନଙ୍କୁ ଖାଇବାକୁ ଦିଆଯାଇ ସେମାନଙ୍କ ମା’ ମାନଙ୍କୁ ସରକାରଙ୍କ ପକ୍ଷରୁ ଯାହା ମିଳିବା କଥା ଯୋଗାଇ ଦିଆଯାଉଥିଲା। ଏବେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରରେ ପରିବର୍ତ୍ତନ ଅଣାଯାଇଛି। ପ୍ଲେ ସ୍କୁଲ ଭଳି ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ହୋଇଛି। ସେଠାରେ ପିଲାମାନଙ୍କ ଶାରୀରିକ, ମାନସିକ ପ୍ରଗତି ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଅରୁଣିମା ପୁସ୍ତିକାରେ ଯାହା ପାଠ୍ୟକ୍ରମ ରହିଛି, ସେଥିରୁ କିଛି ପ୍ରସଙ୍ଗ କେନ୍ଦ୍ରର ଚଟାଣ, ଛାତ, କାନ୍ଥରେ ଚିତ୍ର ଆକାରରେ ଅଙ୍କାଯାଇଛି। ପିଲାଙ୍କ ଶାରୀରିକ ବିକାଶ ପାଇଁ ବିଭିନ୍ନ ଖେଳ ଉପକରଣ ଦିଆଯାଇଛି। ବସିବା ଲାଗି ଚେୟାର ଟେବୁଲ ବ୍ୟବସ୍ଥା ହୋଇଛି। ପିଲାଙ୍କୁ ଶିଖାଯାଉଥିବା ନାଚଗୀତର ଶୁଟିଂ କରାଯାଇ କେନ୍ଦ୍ରକୁ ଯୋଗାଇ ଦିଆଯାଇଥିବା ଟିଭିରେ ତାହା ସେମାନଙ୍କୁ ଦେଖାଯାଉଛି। ଏହାଦ୍ୱାରା ପିଲାମାନେ ଆହୁରି ଭଲ କରିବେ ବୋଲି ବିଡିଓ ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?