ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା: ୨ ଜଣଙ୍କୁ ୨୦ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୨ା୧-ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ପୋକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ତଥା ଅତିରିକ୍ତ ଜିଲା ଦୌରାଜଜ୍‌ ସମର ବିଳାସ ବେହେରା ମଙ୍ଗଳବାର ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଉଭୟଙ୍କୁ ୫୭ ହଜାର ଲେଖାଏ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ ଭୋଗିବାକୁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ଜରିମାନା ଆଦାୟ ହେଲେ ପୀଡ଼ିତାଙ୍କୁ ଦିଆଯିବ ବୋଲି ଅଦାଲତ କହିଛନ୍ତି। ଅଭିଯୁକ୍ତଦ୍ୱୟ ହେଲେ ବାଲିଗୁଡା ଥାନା ସିନ୍ଧିରିଗାଁ ପଞ୍ଚାୟତ ପାସେରିପଡ଼ାର ଅରୁଣ ସାହୁ ଓ ଖଜୁରିନାଳ ପାଖ ଡୁମୁଡ଼ିସାହିର ରଞ୍ଜିତ ସାହୁ ା
୨୦୧୬ ଡିସେମ୍ବର ୨୨ ତାରିଖ ସନ୍ଧ୍ୟାରେ ଛାତ୍ରୀ ଜଣକ ତାଙ୍କ ଘର ପାଖରେ ବୁଲୁଥିଲେ। ଏହି ସମୟରେ ଅରୁଣ ଏବଂ ରଞ୍ଜିତ ଏକ ବାଇକରେ ଆସି ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ ା ଛାତ୍ରୀ ଜଣକ ପାଟି କରିବାରୁ ମୁହଁରେ କପଡ଼ା ବାନ୍ଧି ଦେଇଥିଲେ। ବାଟରେ ସେମାନେ ତାଙ୍କର ଜଣାଶୁଣା ଅରୁଣ ନାୟକଙ୍କୁ ପଛରେ ଆସିବାକୁ କହିଥିଲେ। କିଛି ବାଟ ଯିବା ପରେ ଅରୁଣ ଏବଂ ରଞ୍ଜିତ ଛାତ୍ରୀଙ୍କୁ ବାଇକ୍‌ରୁ ଓହ୍ଳାଇ ଏକ କାର୍‌ରେ ଅଳ୍ପ ଦୂର ନେଇଯାଇ ଏକ ଜଙ୍ଗଲରେ ବଳାତ୍କାର କରିଥିଲେ। ଏହାପରେ ସେମାନେ ପଥରରେ ଛାତ୍ରୀଙ୍କ ମୁହଁକୁ ଛେଚି ହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ଅରୁଣ ସେଠାରେ ପହଞ୍ଚି ଯାଇ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଛାତ୍ରୀ ଜଣକ ମରି ଯାଇଥିବା ଭାବି ଦୋଷୀ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ା ପରେ ସେହି ବାଟ ଦେଇ ଆସୁଥିବା କେତେଜଣ ଲୋକ ପୀଡ଼ିତା ଓ ଅରୁଣଙ୍କ ପାଟି ଶୁଣି ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ। ପୀଡ଼ିତାଙ୍କ ପରିବାର ଲୋକେ ଘଟଣା ପରଦିନ ଅର୍ଥାତ ୨୩ ତାରିଖରେ ଏହି ଖବରପାଇ ମେଡିକାଲରେ ପହଞ୍ଚିଥିଲେ ା ଅବସ୍ଥା ସଙ୍କଟାପନ୍ନ ଥିବାରୁ ପୀଡ଼ିତାଙ୍କୁ ଫୁଲବାଣୀ ମେଡିକାଲକୁ ପଠାଯାଇଥିଲା ା ସେଠାରେ ତାଙ୍କର ଚେତା ଫେରିବା ପରେ ଘଟଣା ବିଷୟରେ ପରିବାର ଲୋକଙ୍କୁ କହିଥିଲେ ା ଏ ନେଇ ପୀଡ଼ିତାଙ୍କ ମା’ ୨୪ ତାରିଖରେ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୮୭/୧୬ରେ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିଲା ା ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ଡାକ୍ତରୀ ରିପୋର୍ଟ, ଛାତ୍ରୀଙ୍କ ବୟାନକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri