କନ୍ଧମାଳ

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଫୁଲବାଣୀ ଅଫିସ, ୩୧ା୮-ଫୁଲବାଣୀ ସହର ଡାମିଗାଁ ପାଖ ସାଲୁଙ୍କି ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି…

ମୃତକଙ୍କ ନଁ।ରେ ଭତ୍ତା ଟଙ୍କା ହଡ଼ପ ଘଟଣା :ବ୍ଲକ ପ୍ରଶାସନ, ଜିଲା ସାକପମାଜିକ ସୁରକ୍ଷା ଅଧିକାରୀଙ୍କ ତଦନ୍ତ

ଦାରିଙ୍ଗବାଡ଼ି,୩୧।୮(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତରେ ମୃତକଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ ଘଟଣାର ବିଡିଓ ତ୍ରିଲୋଚନ ପାତ୍ର ଏବଂ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ମିଳିତ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଶୁକ୍ରବାର ଶ୍ରାନିକେତା ପଞ୍ଚାୟତ କାର୍ଯ୍ୟାଳୟରେ…

ଦାରିଙ୍ଗବାଡ଼ି ଥାନା ନୂତନ ଆଇଆଇସି ଭାବେ କାର୍ଯ୍ୟରେ ଯୋଗଦେଲେ କୌଶିକ ମାଝି

ଦାରିଙ୍ଗବାଡ଼ି,୩୦।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାରେ ନୂତନ ଆଇଆଇସି ଭାବେ କୌଶିକ ମାଝି ଗୁରୁବାର କାର୍ଯ୍ୟରେ ଯୋଗଦେଇଛନ୍ତି । ସେ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ଥାନାରେ ଦୀର୍ଘ ୬ ବର୍ଷ ଧରି ସବ୍‌ଇନ୍ସପେକ୍ଟର ଏବଂ ଆଇଆଇସି ଭାବେ କାର୍ଯ୍ୟ କରିଛନ୍ତି। ସାଇବର…

ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ: ୨ଗୁରୁତର

ଦାରିଙ୍ଗବାଡ଼ି,୩୦।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ କଲେଙ୍ଗବାଡି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକ ଦ୍ୱୟ ହେଲେ ଲିକୁ ପ୍ରଧାନ ଏବଂ ରଞ୍ଜନ ପ୍ରଧାନ।…

ଧୋଇଗଲା କଲଭର୍ଟ ପାର୍ଶ୍ୱ ରାସ୍ତା

ଫୁଲବାଣୀ ଅଫିସ,୩୦ା୮- ତୁମୁଡ଼ିବନ୍ଧ ବ୍ଲକର ଉପାନ୍ତ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ଲଙ୍କାଗଡ଼ ପଞ୍ଚାୟତ କାରୁକୁଡି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ କିଛିଦିନ ଧରି ଲଗାଣବର୍ଷାରେ ଗ୍ରାମକୁ ସଂଯୋଗ କରୁଥିବା ଏକ ନାଳ ଉପରେ ନିର୍ମିତ କଲଭର୍ଟ…

ମଦ ବିରୋଧରେ ତାତିଲେ ମହିଳା

ଫୁଲବାଣୀ ଅଫିସ, ୨୯ା୮-ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମରେ ବ୍ୟାପକ ଦେଶୀ ଏବଂ ବିଦେଶୀ ମଦ କାରବାର ଚାଲିଛି ା ଥାନା ପାଖରୁ ମାତ୍ର ଅଳ୍ପ ଦୂରରେ ଦେଶୀ ମଦ ରନ୍ଧା ଯାଉଛି। ପୋଲିସ କି ଅବକାରୀ ବିଭାଗ କେହି ଏଥିପ୍ରତି ଦୃଷ୍ଟି…

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ କରିବ କୁଇ ସମାଜ

ଫୁଲବାଣୀ ଅଫିସ,୨୯ା୮-କନ୍ଧମାଳ ଜିଲା କ.ନୁଆଗାଁ ବ୍ଲକ କୁଡୁତୁଲି ସରକାରୀ ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟ ଆଦିବାସୀ ମହିଳା ଶିକ୍ଷୟିତ୍ରୀଙ୍କୁ ସେହି ସ୍କୁଲର ପ୍ରଧାନଶିକ୍ଷକ, ଅନ୍ୟ ୩ ଜଣ ସହକାରୀ ଶିକ୍ଷକ ନିର୍ଯାତନା ଦେବା ଘଟଣାକୁ ନେଇ ଏବେ ଜିଲାରେ ଚର୍ଚ୍ଚା ଜୋର…

ଗୋରୁପଲଙ୍କ ଉପରେ ଡମ୍ପର ମାଡ଼ିଗଲା: ୫ ମୃତ, ଚାଳକ ଗିରଫ

ଶଙ୍କରାଖୋଲ,୨୯ା୮ (ଡି.ଏନ୍‌.ଏ)-ଚକାପାଦ ଥାନା ପସରା ନିକଟରେ କଡ଼ିକାଡୁ ଘାଟିର ପାଣିପକା ବୁଲାଣିଆ ରାସ୍ତାରେ ବୁଧବାର ଦିନ ଗୋରୁ ପଲଙ୍କ ଉପରେ ବାଲି ବୋଝେଇ ଡମ୍ପର ମାଡିଯିବାରୁ ୫ ଗାଈ ବଳଦ ମୃତ ହୋଇଥିବା ବେଳେ ୧୫ରୁ ଅଧିକ ଗୋରୁ ଗାଈ ଆହତ…

ବାଲନ୍ଦାପଡ଼ାରେ ମାଓବାଦୀ କ୍ୟାମ୍ପ ଠାବ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୯ା୮- କନ୍ଧମାଳ ଜିଲା ଗୋଛାପଡା ଥାନା ବାଲନ୍ଦାପଡା ଅଞ୍ଚଳରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ବୁଧବାର ଗୁଳି ବିନିମୟ ହୋଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ଗୁଳିବିନିମୟ ପରେ ଯବାନମାନେ ସେଠାକୁ କୋମ୍ବିଂ ଅପରେଶନ କରି…

ହଷ୍ଟେଲରୁ ନିଖୋଜ ଛାତ୍ର ଜଙ୍ଗଲରୁ ଉଦ୍ଧାର

ଦାରିଙ୍ଗବାଡ଼ି,୨୮।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଦଡ଼ିବାଡ଼ି ପ୍ରାଥମିକ ବିଦ୍ୟାଳୟର ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ର ବୁଧବାର ଭୋରରୁ ନିଖୋଜ ହୋଇଯାଇଥିଲେ। ସକାଳୁ ସେ ହଷ୍ଟେଲରେ ନଥିବା ପ୍ରଧାନ ଶିକ୍ଷକ ଜାଣି ଛାତ୍ରଙ୍କ ଗ୍ରାମ ଶ୍ରାନିକେତା ପଞ୍ଚାୟତର ତେରାବାଡ଼ିରେ ପହଞ୍ଚତ୍ ପରିବାର ଲୋକଙ୍କୁ ଜଣାଇବା ସହ…

ତିଲକପଙ୍ଗା ସ୍କୁଲରେ ଛତା ଧରି ପିଲା ପଢ଼ିବା ଘଟଣା: ପ୍ରଶାସନ ଚେତିଲା,ଶ୍ରେଣୀଗୃହ ପାଇଁ ହେବ ନୂଆ ଟେଣ୍ଡର

ଫୁଲବାଣୀ ଅଫିସ, ୨୮ା୮- କ. ନୂଆଗାଁ ବ୍ଲକ ସାଇନପଡ଼ା ପଞ୍ଚାୟତର ତିଲକପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଥିଲା। ଶ୍ରେଣୀ ଗୃହରେ ସାମାନ୍ୟ ବର୍ଷା ହେଲେ ପାଣି ଗଳୁଥିବାରୁ ପିଲାମାନେ ଛତା ଧରି ପାଠ ପଢ଼ୁଥିବା ଦେଖାଯାଇଥିଲା। ଏ…

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା ତଦନ୍ତ ଭାର ନେଲେ ଡିଏସ୍‌ପି

ଫୁଲବାଣୀ ଅଫିସ, ୨୮ା୮- ମକ.ନୂଆଗାଁ ବ୍ଲକ ସ୍ଥିତ କୁଡ଼ୁତୁଲି ସରକାରୀ ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାକୁ ନେଇ ଜିଲାରେ ଅସନ୍ତୋଷ ସୃଷ୍ଟି ହୋଇଛି ା ପୋଲିସ ଏହି ଘଟଣାରେ ପ୍ରାଥମିକ ତଦନ୍ତ ପରେ ଏସ୍‌ସି/ଏସଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?