ବାଟ ହୁଡୁଛି ଆଇଟିଡିଏ ଉନ୍ନୟନ କାର୍ଯ୍ୟ

ଦାରିଙ୍ଗବାଡ଼ି,୨୫।୧(ଡି.ଏନ୍‌.ଏ.) – ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ତିଆରିଗାଁ ଛାତ୍ରାବାସ ଏବଂ ସରାମୁଳି ପଞ୍ଚାୟତର ପାକଲମାହା ଛାତ୍ରାବାସରେ ବହୁ ଅବ୍ୟବସ୍ଥା ଦେଖାଯାଇଛି । ହଷ୍ଟେଲରେ ରହୁଥିବା ଛାତ୍ରଙ୍କ ପାଇଁ ଲକ୍ଷାଧିକ ଟଙ୍କା ବିନିମୟରେ ପାଇଖାନା ନିର୍ମାଣ କରାଯାଇଥିଲେ ସୁଦ୍ଧା ନିମ୍ନ ମାନର କାର୍ଯ୍ୟ ଯୋଗୁ ଛାତ୍ରମାନେ ଶୌଚ ପାଇଁ ନିକଟସ୍ଥ ଜଙ୍ଗଲରେ ବହିଯାଉଥିବା ନାଳକୁ ଯାଉଛନ୍ତି । ଅପରାହ୍ନରେ ବିଦ୍ୟାଳୟ ଛୁଟି ପରେ ଖେଳକୁଦ କରି ସନ୍ଧ୍ୟା ସମୟରେ ଶୌଚପାଇଁ ଯିବାକୁ ପଡ଼ୁଛି ଏଭଳି ଦିନେ କି ଦୁଇଦିନ ନୁହେଁ ପ୍ରତିଦିନ ବିପଦପୂଣ୍ଣ ଭାବେ ଶୌଚ ପାଇଁ ଯାଉଛନ୍ତି। ଛାତ୍ରଙ୍କ ସୁରକ୍ଷା ନେଇ ଅଭିଭାବକ ଏବଂ ବିଦ୍ୟାଳୟ କର୍ତ୍ତୁପକ୍ଷ ଚିନ୍ତାରେ। ଏନେଇ ତିଆରିଗାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ରାଉତ କହିଛନ୍ତି ଯେ, ଲକ୍ଷାଧିକ ଟଙ୍କାରେ ଛାତ୍ରଙ୍କ ପାଇଁ କରାଯାଇଥିବା ପାଇଖାନାର କବାଟ ପଡୁ ନ ଥିବାବେଳେ ପାଇପରେ ମଇଳା ନ ଯାଇ ଚୋକ୍‌ ହେଉଛି। ନିକଟରେ ରୋଷେଇ ଘର ରହିଥିବାବେଳେ ଛାତ୍ରମାନେ ରହୁଥିବା ହଷ୍ଟେଲ ନିକଟରେ ଏହି ପାଇଖାନା ନିର୍ମାଣ କରାଯାଇଛି ତେଣୁ ଦୁର୍ଗନ୍ଧ ହେଉଛି। ଏନେଇ ସେ ବାରମ୍ବାର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସମେତ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଦୁର୍ଭାଗ୍ୟଜନକ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ।
ଅଞ୍ଚଳର ଜଣେ ପ୍ରଭାବଶାଳୀ ଶିକ୍ଷକ ଉକ୍ତ ଠିକା କାର୍ଯ୍ୟ କରି ଏଭଳି ନିମ୍ନମାନର କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସେହିପରି ପାକଲମାହାରେ ମଧ୍ୟ ପ୍ରାୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ବିନିଯୋଗରେ ହଷ୍ଟେଲ ମରାମତି ସହ ପାଇଖାନା ନିର୍ମାଣ କାର୍ଯ୍ୟ କରାଯାଇଥିଲେ ସୁଦ୍ଧା ପାଇଖାନା ପାଇପରୁ ପାଣି ଲିକେଜ ହୋଇ ଦୁର୍ଗନ୍ଧ ହେଉଛି। ହଷ୍ଟେଲ ମରାମତି କାର୍ଯ୍ୟ ଅଧାରୁ ବନ୍ଦ କରିଦିଆଯାଇଛି। ଫଳରେ ହଷ୍ଟେଲର ଛାତ୍ରମାନେ ଏକ ଶ୍ରେଣୀ ଗୃହରେ ରାତ୍ରୀଯାପନ କରୁଛନ୍ତି । ସୂଚନା ଯୋଗ୍ୟଯେ, ଉକ୍ତ ଅଞ୍ଚଳ ଦୁର୍ଗମ ଏବଂ ମାଓବାଦୀ ପ୍ରବଣ ହୋଇଥିବାରୁ କୌଣସି ଉଚ୍ଚ ପଦାଧିକାରୀଙ୍କ ପାଦ ପଡୁନାହିଁ। ଫଳରେ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥ ବାଟମାରଣ ହେଉଥିବା ଆଶଙ୍କା କରାଯାଇଛି । ଏନେଇ ବିଭାଗୀୟ ଯନ୍ତ୍ରୀ ବୁଦ୍ଧିରାମ ମୁର୍ମୁଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏନେଇ ଠିକାଦାର କୌଣସି ନିମ୍ନମାନର କାର୍ଯ୍ୟ କରିନାହାନ୍ତି ବରଂ କାମରେ ଏପଟ ସେପଟ ହୋଇ ଭୁଲ ହୋଇଛି। ତେଣୁ ତାହା ପୁଣି ମରାମତି କରାଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲାରେ ବାଲିଗୁଡ଼ା ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା (ଆଇଟିଡିଏ)ପକ୍ଷରୁ ସମସ୍ତ ଛାତ୍ରାବାସରେ ସ୍ବଚ୍ଛ ପିଇବା ପାଣି ସମେତ ପାଇଖାନା, ଏବଂ ହଷ୍ଟେଲ ଗୃହ ନିର୍ମାଣ ସହ ମରାମତି କାର୍ଯ୍ୟ କରାଯାଉଛି। ହେଲେ କିଛି ଅଧିକାରୀଙ୍କ ତଦାରଖ ଅଭାବ ଯୋଗୁ ଏହା ଦିଗହରା ହୋଇପଡୁଥିବା ନେଇ ଜନଅସନ୍ତୋଷ ଦେଖାଯାଇଛି ା କେଉଁଠି କାର୍ଯ୍ୟ ନିମ୍ନ ମାନର କରାଯାଉଛି ତ ଆଉ କେଉଁଠି କାର୍ଯ୍ୟକୁ ଅଧାରୁ ଛାଡ଼ି ଦିଆଯାଉଛି ଯାହାକି ଦୁର୍ଗମ ଅଞ୍ଚଳରେ ଜନଜାତି ସମ୍ପ୍ରଦାୟ ପାଇଁ କରାଯାଉଥିବା ଜନହିତକର ଯୋଜନା ବାଟ ହୁଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri