କନ୍ଧମାଳ

ପିଠିରେ ବଢୁଛି ମାଂସ ପିଣ୍ଡୁଳା, ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ

ଦାରିଙ୍ଗବାଡ଼ି,୧୦ା୬(ଡି.ଏନ୍‌.ଏ.)-ପିଠିରେ ଅସ୍ବାଭାବିକ ଭାବେ ବଢୁଛି ମାଂସ ପିଣ୍ଡୁଳା। ଅସ୍ତ୍ରୋପଚାର ପାଇଁ ଅର୍ଥ ନାହିଁ। ଚାଷ କରି ଚଳୁଥିବାବେଳେ ଅସହ୍ୟ ଯନ୍ତ୍ରଣା ହେଉଥିବାରୁ କାମଧନ୍ଦାକୁ ଯାଇପାରୁ ନାହାନ୍ତି। ଅସ୍ତ୍ରୋପଚାର ପାଇଁ ପାଖରେ ଅର୍ଥ ନଥିବା କହିଛନ୍ତି ଦାରିଙ୍ଗବାଡ଼ି ବ୍ଲକ ଦାସିଂବାଡି ପଞ୍ଚାୟତ ଗଡ଼ାପକାଲି…

ଚକା ପମ୍ପଚର ଅଛି କହି ଅଧା ରାସ୍ତାରେ ଶ୍ରମିକଙ୍କୁ ଛାଡି ଚାଲିଗଲା ବସ୍‌

ଜି.ଉଦୟଗିରି,୧୦।୬(ଡି.ଏନ.ଏ.)-ପଞ୍ଜାବ ଲୁଧିୟନାରୁ ରାୟଗଡା କାଶୀପୁରକୁ ୨୦ଜଣ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ବସ୍‌ ବୁଧବାର କାଳିଙ୍ଗା ଜି. ଉଦୟଗିରି ମଝି ରାସ୍ତାରେ ଛାଡି ପଳାଇଛି। ଚକା ପମ୍ପଚର ଅଛି। ମରାମତି କରି ଆଣୁଛି କହି ଡ୍ରାଇଭର ଜଣକ ଛାଡି ଚାଲିଯାଇଥିବା ଶ୍ରମିକମାନେ…

ଜି ଉଦୟଗିରିରେ ନୂତନ ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣକଲେ ନରେଶ କୁମାର ସାହୁ

ଜି ଉଦୟଗିରି, ୧୦।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି ଉଦୟଗିରି ଥାନାରେ ନୂତନ ଆଇଆଇସି ଭାବେ ନରେଶ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଫୁଲବାଣୀ ଟାଉନ ଥାନା ଆଇଆଇସି ଭାବେ ଅବସ୍ଥାପିତ ଥିଲେ। ଦାୟିତ୍ୱ ଗ୍ରହଣପରେ ସେ ଜି…

ମହାସିଙ୍ଗିବାସୀଙ୍କ ଭରସା ଚୁଆପାଣି

ବାଲିଗୁଡା,୧୦। ୬(ଡି.ଏନ୍‌.ଏ.)- ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ କନ୍ଧମାଳ ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ପାଣି ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ସମସ୍ୟା ଦେଖିବାକୁ ମିଳିଛି ବାଲିଗୁଡା…

୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ସହ ଟ୍ରାକ୍ଟର ଜବତ: ଡ୍ରାଇଭର ଗିରଫ

ବାଲିଗୁଡ଼ା,୮।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ଚଢ଼ାଉକରି ପୋଲିସ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଭର୍ତ୍ତି ଟ୍ରାକ୍ଟରକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଡ୍ରାଇଭରକୁ ଗିରଫ କରି…

ପ୍ରଶାସନ ଶୁଣିଲାନି: ପୋଲ ନିର୍ମାଣ କଲେ ଗ୍ରାମବାସୀ

ବାଲିଗୁଡା,୭ା୬.(ଡି.ଏନ.ଏ.)- ନାଳର ଆରପଟେ ରହିଛି ସ୍କୁଲ, ଅଙ୍ଗନଓ୍ବାଡି, ପଞ୍ଚାୟତ ଗୃହ। ନାଳ ଏପଟେ ରହିଯାଇଛନ୍ତି ଲୋକେ। ଯାତାୟାତ ପାଇଁ ନାଳ ଉପରେ ପୋଲଟିଏ ନାହିଁ। ଖରାଦିନେ ଅଳ୍ପ ପାଣି ଥିବାରୁ ନାଳରେ ପଶି ପାରି ହୋଇଯାଆନ୍ତି ଲୋକେ। ମାତ୍ର ବର୍ଷାଦିନ ଆସିଲେ…

ସାମାଜିକ ଦୂରତ୍ୱ ରହୁନି: ଅର୍ନିଦ୍ଦିଷ୍ଟ କାଳ ପାଇଁ ରାଇକିଆ ହାଟ ବନ୍ଦ

ରାଇକିଆ,୭।୬(ଡି.ଏନ.ଏ.)-କନ୍ଧମାଳ ଜିଲା ରାଇକିଆ ସାପ୍ତାହିକ ହାଟ ସୋମବାର ବନ୍ଦ ରହିବ। ଏ ନେଇ ରବିବାର ପଞ୍ଚାୟତ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି। ପ୍ରକାଶ ଯେ, ଉକ୍ତ ହାଟରେ ବ୍ୟାପକ ଜନସମାଗମ ହେଉଥିବାବେଳେ ସାମାଜିକ ଦୂରତ୍ୱ ରହୁନାହିଁ। ଗତ ୧…

୨ଦିନ ଜଙ୍ଗଲରେ ରହିଲେ ପ୍ରବାସୀ: ସଙ୍ଗରୋଧ କେନ୍ଦ୍ର ଯିବା ରାସ୍ତାରୁ ଖସି ପଳାଇଥିଲେ 

ଭଞ୍ଜନଗର,୬।୬(ଡି.ଏନ.ଏ)- ସଙ୍ଗରୋଧ କେନ୍ଦ୍ର ଯିବା ରାସ୍ତାରୁ ଖସି ଗଁାକୁ ଚାଲିଗଲେ। ଗ୍ରାମବାସୀ ବିରୋଧ କରିବାରୁ ୨ଦିନ ଗଁା ପାଖ ଜଙ୍ଗଲରେ ରହିଲେ। ଶନିବାର ସକାଳେ ଘଟଣାଟି ଲୋକଲୋଚନକୁ ଆସିବା ପରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି…

କନ୍ଧମାଳରେ ଆକ୍ରାନ୍ତ ସଂଖ୍ୟା ୨୫ ଛୁଇଁଲା

ଫୁଲବାଣୀ ଅଫିସ, ୬|୬ – କନ୍ଧମାଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଗୁରୁବାର ସୁଦ୍ଧା ଜିଲାରେ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଆଉ ୩ ଜଣଙ୍କ ସ୍ବାବ୍‌ ନମୁନା ପଜିଟିଭ୍‌ ଆସିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।…

ଅଙ୍ଗନୱାଡି କେନ୍ଦ୍ରରୁ ଚୋରି

ଶଙ୍କରାଖୋଲ,୫ା୬(ଡି.ଏନ୍‌.ଏ.)- ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ଅଡାବାଡି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଙ୍ଗନୱାଡି କର୍ମୀ ପ୍ରେମୀ ନାଏକ ଟିକାବାଲି ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଶୁକ୍ରବାର ସକାଳେ ସେ କେନ୍ଦ୍ର…

ବିନା ଭକ୍ତରେ ପାଳନ ହେଲା ସ୍ନାନଯାତ୍ରା

ଜି.ଉଦୟଗିରି,୫ା୬(ଡି.ଏନ.ଏ.)- ଜି.ଉଦୟଗିରି ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ସ୍ନାନପୂର୍ଣ୍ଣିମା ପାଳିତ ହୋଇଛି। ମନ୍ଦିର ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଓ ପୂଜକ ଅଚ୍ୟୁତ ପଣ୍ଡାଙ୍କ ସହଯୋଗରେ ଯାତ୍ରା ସମ୍ପନ୍ନ ହୋଇଥିଲା। ସ୍ନାନଯାତ୍ରା ପରେ ଠାକୁରଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଥିଲା।…

ସଙ୍ଗରୋଧ କେନ୍ଦ୍ରରୁ ଫେରିଲେ ୧୭୮ ପ୍ରବାସୀ

ଦାରିଙ୍ଗବାଡ଼ି,୫ା୬(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସଙ୍ଗରୋଧ କେନ୍ଦ୍ରରୁ ଅଦ୍ୟାବଧି ୧୭୮ ପ୍ରବାସୀ ଘରକୁ ଫେରିଛନ୍ତି। ଏବେ ଆହୁରୀ ୫୬୫ ଜଣ ୯ଟି ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି। ସରକାରୀ ତାଲିକା ପ୍ରକାରେ ସେମାନଙ୍କୁ ଖାଦ୍ୟ ଦିଆଯାଉଛି। ନିୟମିତ ସ୍ବାସ୍ଥ୍ୟପରୀକ୍ଷା କରାଯାଉଥିବା ଭ୍ରାମ୍ୟମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?