କନ୍ଧମାଳରେ ପାସ୍‌ ହାର ୬୦.୪୪%

ଫୁଲବାଣୀ ଅଫିସ, ୨୦ା୮- କନ୍ଧମାଳ ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ପାସ୍‌ହାର ରହିଛି ୬୦.୪୪ ପ୍ରତିଶତ। ଜିଲାରେ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୬ ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପ୍ରଥମ ଶ୍ରେଣୀରେ, ୩୫ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ତୃତୀୟ ଶ୍ରେଣୀରେ ୭୭ ଜଣ ପାସ୍‌ କରିଛନ୍ତି। ଫୁଲବାଣୀ ସରକାରୀ ଜୁନିୟର କଲେଜର ୬୨ ଜଣ ପରୀକ୍ଷା ଦେଇଥିବାବେଳେ ୪୭ ପାସ୍‌ କରିଛନ୍ତି। ୧୨ ଜଣ ପ୍ରଥମ ଶ୍ରେଣୀରେ, ୧୬ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୧୯ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଛାତ୍ର ଅମ୍ଲାନ ଅଭିନନ୍ଦନ ୪୭୭ ନଂ. ରଖି ଜିଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟରେ ୯୬ ଜଣ ପରୀକ୍ଷା ଦେଇଥିବାବେଳେ ୫୫ ଜଣ ପାସ୍‌ କରିଛନ୍ତି। ୬ ଜଣ ପ୍ରଥମ ଶ୍ରେଣୀରେ, ୧୦ ଜଣ ଦ୍ୱିତୀୟ ଏବଂ ୩୯ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସୁମିତ୍‌ ସେନାପତି ୪୩୫ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି। ବ୍ରାହ୍ମଣୀଗାଁ କଲେଜରେ ୫୬ ଜଣଙ୍କ ମଧ୍ୟରୁ ୩୪ ଜଣ ପାସ୍‌ କରିଛନ୍ତି। ୬ ଜଣ ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀରେ ୯ ଓ ତୃତୀୟ ଶ୍ରେଣୀରେ ୧୯ ଜଣ ପାସ୍‌ କରିଛନ୍ତି। ଛାତ୍ର ଲିପୁ ଦିଗାଲ ୪୫୭ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୪୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୨,୬୯୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଚାଳରେ କୁକୁଡ଼ା ଚଢ଼ିବାକୁ ନେଇ ଗୋଷ୍ଠୀ ସଂଘର୍ଷ: ୮ କୋର୍ଟ ଚାଲାଣ

କୁକୁଡ଼ାଖଣ୍ଡି,୫ା୭(ଡି.ଏନ.ଏ.)- କୁକୁଡ଼ାଖଣ୍ଡି ଦଳିତ ସାହିରେ ଜଣଙ୍କ ଚାଳରେ କୁକୁଡ଼ା ଚଢ଼ିବା ଘଟଣାକୁ ବୁଧବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଆକ୍ରମଣ ପ୍ରତି...

ଚନ୍ଦନକାଠ ସହ ୨ବେପାରୀଙ୍କୁ ଧରିଲା ବନବିଭାଗ

କୋରାପୁଟ,୧୨।୧୨(ସ୍ବ.ପ୍ର.): କୋରାପୁଟ ବନ ବିଭାଗ ପକ୍ଷରୁ ସଦର ବ୍ଲକର ବାରିଗୁଡା ଜଙ୍ଗଲରେ ଚଢାଉ କରାଯାଇ ୨୦ହଜାର ଟଙ୍କାର ଚନ୍ଦନକାଠ ସହ ୨ଜଣ ଚନ୍ଦନ ବେପାରୀଙ୍କୁ ଗିରଫ...

ବନ୍ୟା କ୍ଷତିଗ୍ରସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଘୋଷଣା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ବନ୍ୟା ପରିସ୍ଥିତି ସଙ୍ଗୀନ୍‌ ହୋଇଛି। ଏବେ ଅନେକ ଜିଲା ପାଣି ଘେରରେ ରହିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବନ୍ୟାଞ୍ଚଳ...

ଛାତ୍ରୀଙ୍କୁ ଯୌନ ନିର୍ଯାତନା: ଶିକ୍ଷକ ଅଟକ

ସୋର, ୨୦ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ନଦୀଗାଁ ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ...

ମାଛଧରା ହେଲା କାଳ: ପୋଖରୀରେ ବୁଡ଼ି ଜଣଙ୍କ ଜୀବନଗଲା

ସୋର,୧୩।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜଣେ ବ୍ୟକ୍ତି ଶୁକ୍ରବାର ମାଛ ଧରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ...

ମାନସ ମୃତ୍ୟୁ ମାମଲା: ହାଡଡିକ୍ସରୁ ଫିଟିବ କି ଗୁମର

କଟକ ଅଫିସ,୯।୪: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ଜେରା କରି ସେମାନଙ୍କଠାରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିବା କାର୍ଯ୍ୟ ଶେଷ...

କୋଇଲା କ୍ଷେତ୍ରରେ ଏମସିଏଲ୍‌ର ସାନିଟାଇଜେସନ୍‌ କାର୍ଯ୍ୟ

ସମ୍ବଲପୁର, ୧୬।୪ (ବ୍ୟୁରୋ): କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି କ୍ରମରେ କୋଭିଡ- ୧୯କୁ...

Advertisement
Archives

Model This Week