ଲକ୍ଷ୍ମୀବଜାର, ବରାଳିନୀ ସାହିରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌

ଜି.ଉଦୟଗିରି,୨୧ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଲକ୍ଷ୍ମୀବଜାର ଯାହାକି ମୁଖ୍ୟ ବଜାର ଭାବେ ପରିଚିତ ସେଠାରୁ ଗୁରୁବାର କଣ୍ଟେନମେଣ୍ଟ ଜୋନ୍‌କୁ ଉଠାଇ ଦିଆଯାଇଛି। ଏଥିସହିତ ବରାଳିନୀ ସାହିରୁ ମଧ୍ୟ ଆଜି କଣ୍ଟେନ୍‌ମେଣ୍ଟ୍‌ ହଟିଛି। ଲକ୍ଷ୍ମୀବଜାରକୁ ଜୁଲାଇ ୨୯ ଓ ବରାଳିନୀ ସାହିକୁ ଜୁଲାଇ ୨୭ରେ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ଉପରୋକ୍ତ ଦୁଇ ସାହିରୁ ଅନେକ ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନ୍‌ମେଣ୍ଟ୍‌ କରାଯାଇ ସାହିଗୁଡିକୁ ସାନିଟାଇଜ୍‌ ସହିତ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ଏହାପରେ ଘର ଘର ବୁଲି ସ୍ବାସ୍ଥ୍ୟ କର୍ମୀମାନେ ସ୍କ୍ରିନିଂ କରିଥିଲେ। ଦୀର୍ଘଦିନ ପରେ ଲକ୍ଷ୍ମୀବଜାରରୁ କଣ୍ଟେନ୍‌ମେଣ୍ଟ୍‌ ହଟିଥିବାରୁ ଆଜି ବଜାର ଗହଳି ଜଣାପଡୁଛି। ବର୍ତ୍ତମାନ ସୁଦ୍ଧା ଚମ୍ପାସାହି ଓ ବ୍ୟାଙ୍କ କଲୋନୀରେ କଣ୍ଟେନ୍‌ମେଣ୍ଟ୍‌ ରହିଛି। ସେ ସବୁ ସାହିରେ ମଧ୍ୟ ଟେଷ୍ଟିଂ ସରିବା ପରେ କଣ୍ଟେନ୍‌ମେଣ୍ଟ୍‌ ଉଠାଇବା ପାଇଁ ଜିଲା ପ୍ରଶାସନଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜି.ଉଦୟଗିରି ବିଡିଓ ତଥା ଏନ୍‌ଏସିର ପ୍ରଶାସକ ଶାନ୍ତନୁ କୁମାର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୪: ସୁସ୍ଥ ହେଲେଣି ୩୧୮

ବ୍ରହ୍ମପୁର ଅଫିସ,୩୦ା୫- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଡ଼ି ଚାଲିଛି। ଶୁକ୍ରବାର ଜିଲାରେ ୬ ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୪...

ଘରୋଇ ଜମିରେ ଆମ ଗାଁ ଆମ ବିକାଶ ଗୃହ ନିର୍ମାଣକୁ ନେଇ ବିବାଦ: ଅଭିଯୋଗ ସତ୍ତ୍ୱେ ନିଆଯାଉନି କାର୍ଯ୍ୟାନୁଷ୍ଠାନ

ରସୁଲପୁର,୧୦ା୧(ଡି.ଏନ୍‌.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଂଚାୟତର ଇଚ୍ଛାପୁର ଗ୍ରାମରେ ଆମ ଗାଁ ଆମ ବିକାଶ ଅର୍ଥ ବିନିଯୋଗ କରି ଏକ ଗୋଷ୍ଠୀ...

ବିଧାୟକଙ୍କ କରୋନା ସମୀକ୍ଷା

ଢେଙ୍କାନାଳ ଅଫିସ, ୧୭।୪ – ଢେଙ୍କାନାଳ ଜିଲାରେ କୋଭିଡ୍‌-୧୯ ସଂକ୍ରମଣ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ଗୁରୁବାର ବିଧାୟକ...

ମଦ୍ୟପ ବାପାଙ୍କୁ ହତ୍ୟା କଲା ପୁଅ

ବୌଦ୍ଧ, ୮ା୬(ସ୍ବ.ପ୍ର): ବୌଦ୍ଧ ଥାନା ଅନ୍ତର୍ଗତ ସରଣ୍ଡା ଗ୍ରାମରେ ଗୁରୁବାର ଏକ ହତ୍ୟା ଘଟଣା ଘଟିଛି । ମଦ୍ୟପ ବାପାଙ୍କ ନିର୍ଯାତନା ଅସହ୍ୟ ହେବାରୁ ପୁଅ...

ଚାକିରି ଦେବା ନାଁରେ ଲୁଟୁଥିଲେ ୩ଭଉଣୀ,ଭାଇ

ଝାରସୁଗୁଡ଼ା ଅଫିସ,୨୫ା୧୦: ସହଜ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର ପାଇଁ ୩ ଭଉଣୀଭାଇ ରଚିଥିଲେ ଯୋଜନା। ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ...

ଅଜଣା ଜନ୍ତୁ ଆତଙ୍କ: ଏକାଥରକେ ୪୦ଟି କୁକୁଡ଼ାକୁ ମାରିଲା

ରାଜନଗର,୨୮।୧(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ରାଜଗଡ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ। ସୋମବାର ରାତିରେ ଗ୍ରାମର ପ୍ରତିମା ବିଶ୍ୱାଳଙ୍କ କୁକୁଡ଼ା ଫାର୍ମରେ ଅଜଣା କଳାରଙ୍ଗର...

ଭାଜପା ପକ୍ଷରୁ ବିଦ୍ୟୁତ୍‌ ଅଫିସ ଆଗରେ ବିକ୍ଷୋଭ

ବୁଗୁଡା,୧୯।୭(ଡି.ଏନ୍‌.ଏ.): ମହାମାରୀ କରୋନା ସଙ୍କଟ ସମୟରେ ରାଜ୍ୟ ସରକାରଙ୍କ ଅଘୋଷିତ ବିଦ୍ୟୁତ୍‌ କାଟ ଓ ଆହେତୁକ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଗଞ୍ଜାମ ଜିଲା ବୁଗୁଡ଼ା ବିଦ୍ୟୁତ୍‌...

ଖଲିପତ୍ର ଦେଲା ନୂଆ ଆଶାଭରସା

କେନ୍ଦୁଝର, ୧୭ା୩(ଡି.ଏନ.ଏ.)-ପ୍ଲାଷ୍ଟିକର ବ୍ୟବହାର ବନ୍ଦ ଲାଗି ସରକାରୀ କଟକଣା ପରେ ଶାଳପତ୍ରରୁ ପ୍ରସ୍ତୁତ ହେଉଥିବା ଖଲି ଚଉତିର ବ୍ୟବହାର ବଢ଼ିଛି। ବିଭିନ୍ନ ସରକାରୀ ବୈଠକ ଓ...

Advertisement
Archives

Model This Week