କନ୍ଧମାଳ

ଭୁଶୁଡ଼ିଲା ଶ୍ରେଣୀଗୃହ

ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର କିଲୁପଡ଼ାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଭୁଶୁଡ଼ି ପଡ଼ିଛି। ମାତ୍ର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ୨୮ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର। ବୁଧବାର ପୂର୍ବାହ୍ନରେ…

ଟ୍ୟୁବ୍‌ ସାହାଯ୍ୟରେ ରୋଗୀଙ୍କୁ ନଦୀ ପାର୍‌

ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଭରା ନଈରେ ରୋଗୀଙ୍କୁ ଟ୍ୟୁବ୍‌ରେ ବସେଇ ଖଡ଼ଗ ନଦୀରେ ପାର୍‌ କରି ଆଣିଲେ ରୋଗୀଙ୍କ ପରିବାର ଲୋକେ। ବାଲିଗୁଡାଠାରୁ ସାଇନପଡ଼ା ଦେଇ ଖଡ଼ଗ ନଦୀରେ ଏକ ସେତୁ ହେବାକୁ ଥିବା ବେଳେ…

ରାୟଗଡ଼ାରୁ ଚୋରି ବୋଲେରୋ ବାଲିଗୁଡ଼ାରେ ଠାବ: ଜଣେ ଅଟକ, ଦୁଇ ଚମ୍ପଟ

ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ରାୟଗଡ଼ା ଜିଲା ତେଲେଙ୍ଗାପଦରରୁ ଚୋରି ବୋଲେରୋ ବାଲିଗୁଡ଼ା ବାଇପାସ ରାସ୍ତାରୁ ଠାବ ହୋଇଛି। ମଙ୍ଗଳବାର ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ତେଲାଙ୍ଗାପଦର ଗାଁର ଲକ୍ଷ୍ମୀନାରାୟଣ ପାତ୍ରଙ୍କ ବୋଲେରୋକୁ ତିନିଜଣ ଦୁର୍ବୃତ୍ତ ଚୋରି କରି ନେଇଥିଲେ। ବାଲିଗୁଡ଼ା ଥାନା…

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା

ଦାରିଙ୍ଗବାଡ଼ି,୧୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇ ଧାରଣା ଦିଆଯାଇଥିଲା। ଏଥିସହ ସେମାନଙ୍କ ଦାବିକୁ…

ନିମ୍ନ ମାନର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ

ଦାରିଙ୍ଗବାଡି, ୧୨ା୯ (ଅରୁଣ ସାହୁ):ଲଘୁଚାପଜନିତ ଲଗାଣ ବର୍ଷାରେ ମଙ୍ଗଳବାର ଦାରିଙ୍ଗବାଡିରେ ନିର୍ମାଣାଧୀନ ରାସ୍ତା ଧୋଇହୋଇଯାଇଛି। ନିମ୍ନ ମାନର କାର୍ଯ୍ୟ ଯୋଗୁ ରାସ୍ତା ଧୋଇ ହୋଇଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦାରିଙ୍ଗବାଡିଠାରୁ ପାଣିଗଣ୍ଡା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଚାରି…

ଛୁଟିରେ ଗଲେ ଶିକ୍ଷକ

ରାଇକିଆ,୧୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ପୂର୍ବରୁ ବିଭିନ୍ନ ପଞ୍ଚାୟତର ଶତାଧିକ ବିଭିନ୍ନ ବର୍ଗର ଶିକ୍ଷକ ବିଭିନ୍ନ ଦାବି ନେଇ ଦୀର୍ଘଦିନ…

ବର୍ଷାରେ ଧୋଇଗଲା ରାସ୍ତା

ଦାରିଙ୍ଗବାଡି,୧୨।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରୁ ପାଣିଗଣ୍ଡା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ହେଲେ ମଙ୍ଗଳବାର ଲଘୁଚାପଜନିତ ବର୍ଷାରେ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଧୋଇ ହୋଇଯିବା ସହ ବଡ଼ ଖାଲଖମା ସୃଷ୍ଟି ହୋଇ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ମାତ୍ର…

ବିନା ଫାର୍ମାସିଷ୍ଟରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡି,୧୨ା୯(ଅରୁଣ ସାହୁ): ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧୀନରେ ଥିବା ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ର ବିନା ଫାର୍ମାସିଷ୍ଟରେ ଚାଲିଛି। ଫଳରେ ରୋଗୀଙ୍କୁ ଔଷଧ ବଣ୍ଟନ, ଜରୁରୀକାଳୀନ ସେବା ପ୍ରଦାନରେ ଏବେ ବ୍ୟତିକ୍ରମ ଦେଖାଯାଇଛି। ସିମନବାଡି ଫାର୍ମାସିଷ୍ଟ ସୁଶାନ୍ତ କୁମାର ସାହୁଙ୍କ ନାମରେ ଏକ ଅଭିଯୋଗ…

ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ବାପା, ସ୍ବାମୀ ଅଟକ

ଜି.ଉଦୟଗିରି,୧୧ା୯(ଶିଶିର ପଟ୍ଟନାୟକ)-ଜି.ଉଦୟଗିରି ଥାନା ଅଧୀନ କଳିଙ୍ଗା ପଞ୍ଚାୟତର ନନ୍ଦଗିରି ଗ୍ରାମରୁ ପୋଲିସ ସୋମବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ଶୁଭଶ୍ରୀ ପ୍ରଧାନ (୨୨)। ଝିଅକୁ ହତ୍ୟା କରାଯାଇଥିବା ଶୁଭଶ୍ରୀଙ୍କ ବାପା ଜଳନ୍ଧର ପ୍ରଧାନ ଅଭିଯୋଗ କରିଛନ୍ତି।…

ବନବାସୀ ସେବା ସମିତି ମହିଳା ହକି ଟିମ୍‌ ରାଜ୍ୟସ୍ତରକୁ ମନୋନୀତ

ବାଲିଗୁଡ଼ା,୧୦।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜଲା ବାଲିଗୁଡ଼ା ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ମହିଳା ହକି ଟିମ୍‌ ରାଜ୍ୟସ୍ତରକୁ ମନୋନୀତ ହୋଇଛି। ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ହେମନ୍ତ କୁମାର ପାତ୍ର ଓ ମହିଳା କ୍ରୀଡ଼ା ପ୍ରଶିକ୍ଷକ ସାରାଣୀ…

ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ୫ ଗୁରୁତର

ଜି.ଉଦୟଗିରି,୧୦ା୯(ଶିଶିର ପଟ୍ଟନାୟକ)-ଜି.ଉଦୟଗିରି ନିକଟସ୍ଥ ଗୁଡ୍ରିପଡ଼ିଠାରେ ରବିବାର ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଛୋଟ ଛୁଆକୁ ମିଶାଇ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ବୁଲେଟ ଚାଳକ ସୁବ୍ରତ ପ୍ରଧାନ, ରଜନୀକାନ୍ତ ପ୍ରଧାନ, ବାଇକ ଚାଳକ ଲାଲୁ ନାୟକ, ରୁଚିମା ପ୍ରଧାନ,…

ଟ୍ରକ୍‌ ଦୁର୍ଘଟଣାରେ ଆଖିବୁଜିଲେ ବୃଦ୍ଧ, ସ୍‌ଏଚ୍‌ ୫ ମୁଖ୍ୟ ରାସ୍ତାରୋକ

କୋଟଗଡ଼,୧୦।୯(ସରୋଜ ବଳିୟାରସିଂ ): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ବଣ୍ଡା ପିପିଲି ଏସ୍‌ଏଚ୍‌ ୫ ରାସ୍ତାରେ ରବିବାର ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକ୍‌ ବୃଦ୍ଧଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?