ଭୁଶୁଡ଼ିଲା ଶ୍ରେଣୀଗୃହ

ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର କିଲୁପଡ଼ାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଭୁଶୁଡ଼ି ପଡ଼ିଛି। ମାତ୍ର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ୨୮ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର। ବୁଧବାର ପୂର୍ବାହ୍ନରେ ସ୍କୁଲକୁ ଯାଇ ଫାଟକ ନିକଟରେ ସ୍କୁଲର ଶିକ୍ଷକଙ୍କୁ ଅପେକ୍ଷା କରିଥିଲେ ଛାତ୍ରୀଛାତ୍ର ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଆନ୍ଦୋଳନ ଚାଲିଥିବାରୁ ଶିକ୍ଷକମାନେ ବିଇଓ ଅଫିସରେ ଧର୍ମଘଟରେ ବସି ରହିଥିଲେ। ଏହି ସମୟରେ ସ୍କୁଲର ଶ୍ରେଣୀ ଗୃହ ହଠାତ ଭୁଶୁଡ଼ି ପଡ଼ିଥିଲା। ସ୍କୁଲର ଶ୍ରେଣୀ ଗୃହଟି ପୂର୍ବରୁ ପରିତ୍ୟକ୍ତ ତଥା ବିପଦସଙ୍କୁଳ ଅବସ୍ଥାରେ ସ୍କୁଲରେ ପାଠପଢ଼ା ଚାଲୁ ରହିଥିଲା। ଏନେଇ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ଗ୍ରାମବାସୀ ସରପଞ୍ଚ ବିଇଓ, ବିଡିଓ ଏବଂ ବାଲିଗୁଡ଼ା ବିଧାୟକଙ୍କୁ ଅବଗତ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ସୌଭାଗ୍ୟବଶତଃ ୨୮ ଶିଶୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମାଡ଼ିଆସିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ୨ ଜୀବନ

ଲକ୍ଷ୍ମୀପୁର,୧୮ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣଙ୍କ ଜୀବନ ଯାଇଛି। ଓଡ଼ିଆ ପେଣ୍ଟ ପଞ୍ଚାୟତର ତଳକାଇପଦର…

ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ? ରୁଷିଆ ତେଲ କିଣି ପାରିବନି ଭାରତ!

ନୂଆଦିଲ୍ଲୀ,୧୮।୫: ହର୍ମୁଜ ପ୍ରଣାଳୀରେ ଅବରୋଧ ଯୋଗୁ, ବିଶ୍ୱ ତୈଳ ସଙ୍କଟ ଗଭୀର ହେଉଛି, ତଥାପି ଏହାର ସମାଧାନର କୌଣସି ଦୃଶ୍ୟ ଦେଖାଯାଉ ନାହିଁ। ପ୍ରାରମ୍ଭରେ, କିନ୍ତୁ, ଆମେରିକା…

ସକାଳୁ ସକାଳୁ ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଚଢ଼ାଉ, ସ୍ପେଶାଲ ସ୍କ୍ବାଡ୍‌ ନିଯୁକ୍ତ ହୋଇ…

କେନ୍ଦୁଝର/ହାଟଡିହୀ/ଛେନାପଦୀ/ବଞ୍ଚୋ ,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍‌ ଗଠନ କରି ଆନନ୍ଦପୁର…

ନ୍ୟାୟ ନ ପାଇ ଆତ୍ମହତ୍ୟା କଲେ ଗଣବଳାତ୍କାର ପୀତିତା ୨ ଭଉଣୀ

ଯୋଧପୁର,୧୮ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଗ୍ରାମାଞ୍ଚଳରେ ବହୁବର୍ଷ ଧରି ଗଣବଳାତ୍କାର ଓ ବ୍ଲାକ୍‌ମେଲ୍‌ର ସମ୍ମୁଖୀନ ହୋଇଆସୁଥିବା ୨ ଭଉଣୀ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ସତ୍ତ୍ୱେ ନ୍ୟାୟ…

ଏଇ ଭାରତରେ

ପୋଲିସ ଚାକିରି କରି ସମାଜ ସେବାରେ ସମୟ ଦେଉଛନ୍ତି ପି. କାର୍ତ୍ତିକ। ତାମିଲନାଡୁର ଛେଙ୍ଗଲାପେଟ ଟାଉନ ଥାନାର କନ୍‌ଷ୍ଟେବଲ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ସେ…

ମୋଦିଙ୍କୁ ସୁଇଡେନ୍‌ର ସର୍ବୋଚ୍ଚ ସମ୍ମାନ

ଗୋଥେନ୍‌ବର୍ଗ,୧୮ା୫ (ପି.ଟି.):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁଇଡେନ୍‌ ରବିବାର ଏହାର ସର୍ବୋଚ୍ଚ ସମ୍ମାନ ‘ରୟାଲ ଅର୍ଡର ଅଫ୍‌ ପୋଲାର ଷ୍ଟାର୍‌, ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍‌’ରେ ସମ୍ମାନିତ…

ଯୁଦ୍ଧ ଓ ପରିବେଶ

ବର୍ତ୍ତମାନ ପୃଥିବୀରେ ଏକ ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଏବଂ ଅନ୍ୟପକ୍ଷରେ ଇରାନ ଯୁଦ୍ଧରେ ବ୍ୟସ୍ତ। ଅନେକ କୋଠା ଧ୍ୱଂସ ପାଉଛି ଏବଂ ଅନେକ ଲୋକ…

ରୁଷିଆରେ ୟୁକ୍ରେନ୍‌ର ଆକ୍ରମଣ: ଭାରତୀୟଙ୍କ ସମେତ ୪ ମୃତ

ମସ୍କୋ,୧୮ା୫:ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri