ରାଜସ୍ବ ନିରୀକ୍ଷକଙ୍କ ଅଫିସରେ ତାଲା
ଖଜୁରିପଡ଼ା,୫ା୯(ବିଦୁର ବେହେରା): ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ଜମି ଜମା, ଜାତି ଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର ଆଦି ସମସ୍ୟାର ସମାଧାନ ପାଇଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲାଯାଇଛି। କିନ୍ତୁ ରାଜସ୍ବ ନିରୀକ୍ଷକ ଅଧିକାରୀଙ୍କ…
ଧସିଲା ବାଘ ନଦୀ ବିଜୁ ସେତୁ ଗାର୍ଡ ୱାଲ୍
ଫିରିଙ୍ଗିଆ ୫ା୯(ବିକ୍ରମ ଦିଗାଲ): ସରକାର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଯନ୍ତ୍ରୀ କି ଠିକାଦାର ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅନେକ ଜାଗାରେ ରାସ୍ତା…
ଇନୋଭାରେ ଆସି ଦୁଇ ମାଂସ ବ୍ୟବସାୟୀଙ୍କୁ ଉଠାଇ ନେଲେ ଦୁବୃର୍ତ୍ତ
ବାଲିଗୁଡ଼ା, ୫।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟସ୍ଥ ବନ୍ଧଛକ ବୁଡ଼ାଗୁଡା ରାସ୍ତା ନିକଟରୁ ମଙ୍ଗଳବାର ସଂଧ୍ୟା ୬ଟା ସମୟରେ ଦୁଇଟି ଗାଡ଼ିରେ କିଛି ଦୁର୍ବୃତ୍ତ ଆସି ହାଟପଦା ସାହିର ମାଂସ ବ୍ୟବସାୟୀ ହେମନ୍ତ ଗଣ୍ଡା ଓ ପଣ୍ଡିତ…
ଶୁଣିଲାନି ପ୍ରଶାସନ, କେନାଲ ସଫାକଲେ ଗ୍ରାମବାସୀ
ଖଜୁରିପଡ଼ା,୪ା୯(ବିଦୁର ବେହେରା): ଦୀର୍ଘ ଦିନରୁ ଶାଖା କେନାଲ ସମସ୍ୟା ଲାଗି ରହିଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ଜମି ଫସଲ ସୁରକ୍ଷା ପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ି କେନାଲ ସଫା କଲେ। ଖଜୁରିପଡ଼ା ବ୍ଲକ ବଲସକୁମ୍ପା…
ଗାଈଗୋଠକୁ ମାରିଲା ବିଜୁଳି, ଚାଲିଗଲା ୨ ଗୋରୁଙ୍କ ଜୀବନ, ୩ ଆହତ
କୋଟଗଡ଼,୨ା୯(ସରୋଜ ବଳିୟାରସିଂ): କୋଟଗଡ଼ ବ୍ଲକ ଜୁଡ଼ାବାଲି ପାଞ୍ଚାୟତର ଶ୍ରାଳିଗୁଡାର ରାଶିଫୁଲ ବାରିକଙ୍କ ବଜ୍ରପାତରେ ଦୁଇ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ଶନିବାର ଅପରାହ୍ନରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ସମୟ ପଡ଼ିଆରେ ଚରୁଥିବା ଗାଈଗୋଠକୁ…
ଟିଫିନ ବୋମା ଜବତ
ଫିରିଙ୍ଗିଆ,୧ା୯(ବିକ୍ରମ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ କିଛି ମାସ ପୂର୍ବେ ସୁମରୁବନ୍ଧ ଅଞ୍ଚଳର ପୁରୁଣା ସରପଞ୍ଚଙ୍କୁ ମାଓବାଦୀ ହତ୍ୟା କରିଥିଲେ। ସେହିପରି ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନିରୀହ ଲୋକଙ୍କୁ ଜେଲ ପଠାଇବାକୁ ବିରୋଧ ଏବଂ ଗଞ୍ଜେଇ ଚାଷକୁ ମାନ୍ୟତା…
ଜିଲାସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ଶୁଭାରମ୍ଭ
ଦାରିଙ୍ଗବାଡି,୧।୯(ଅରୁଣ ସାହୁ): କନ୍ଧମାଳ ଜିଲାରେ କ୍ଲାମ୍ବୁ(ଗୋତ୍ର) ତଥା ଜାତିର ପରିଚୟ ସୃଷ୍ଟି ପାଇଁ ଜିଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆୟୋଜିତ ଟୁର୍ନାମେଣ୍ଟ ୨୦୦୮ରୁ ଜିଲାର ବିଭିନ୍ନ ବ୍ଲକରେ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର…
ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ନେଇ ଅସନ୍ତୋଷ
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧ା୯(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରୁ ପାଣିଗଣ୍ଡା ରାସ୍ତା ସାମ୍ପ୍ରସାରଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଜନଅସନ୍ତୋଷ ଦେଖାଯାଇଛି। ଶୁକ୍ରବାର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୮ଟି ପଞ୍ଚାୟତବାସୀ ଏକାଠି ହେବା ସହ ବଜାର କମିଟି ମିଳିତ ବ୍ରାହ୍ମଣୀଗାଁ ବନ୍ଦ…
ପିକ୍ଅପ ଭ୍ୟାନ୍ ଧକ୍କାରେ ଚାଲିଗଲା ଶିଶୁପୁତ୍ରଙ୍କ ଜୀବନ
କୋଟଗଡ଼,୩୧।୮(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ବାରଖମା ଅଞ୍ଚଳରେ ଏକ କବାଡ଼ି ସାମଗ୍ରୀ ବୋଝେଇ ପିକ୍ଅପ୍ ଭ୍ୟାନ ଧକ୍କାରେ ଜଣେ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବାରଖମା ଦଣ୍ଡିସାହି ଅଞ୍ଚଳର ଅଭିରାମ ଦଣ୍ଢିଆଙ୍କ ପୁଅ…
ଜି.ଉଦୟଗିରି ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ
ଜି.ଉଦୟଗିରି,୩୧ା୮(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୁରୁବାର ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପ୍ରାକ୍ତନ ଅଧ୍ୟକ୍ଷା ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ହେତୁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସର୍ବସମ୍ମତି କ୍ରମେ ବନ୍ଦ ରଖାଯାଇଛି। ଏନ୍ଏସି ପରିସରରେ…
ଗୁରୁତର ଅବସ୍ଥାରେ ବ୍ୟବସାୟୀ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ସେନେଇ ଚର୍ଚ୍ଚା
ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବ୍ରାହ୍ମଣୀଗାଁ-ଦାରିଙ୍ଗବାଡ଼ି ରାସ୍ତାର ଏକ ଘାଟିରେ ଜଣେ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ସେ ହେଲେ ଦାରିଙ୍ଗବାଡ଼ିର କାଳୁ ପ୍ରଧାନ। କାଳୁଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ସେ ଅଚେତ ହୋଇପଡ଼ିଛନ୍ତି।…
ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍ ଘଟଣା: ଅପରେଶନରେ ବହୁ ଯବାନ ସାମିଲ
ଦାରିଙ୍ଗବାଡ଼ି,୩୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ମଙ୍ଗଳବାର ପୂର୍ବାହ୍ନରେ ଡକାୟତି ହୋଇଥିବା ଘଟଣା ପରେ ଏବେ ଫେରାର ଥିବା ଡକାୟତି ଦଳକୁ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଅପରେଶନ ଚାଲିଛି। କନ୍ଧମାଳ ଏସ୍ପି ଶୁଭେନ୍ଦୁ ପାତ୍ରଙ୍କ ତତ୍ତ୍ୱାବଧାନରେ ପାଞ୍ଚଟି…

