ଫାର୍ମାସିଷ୍ଟ ଭରସାରେ ସ୍ବାସ୍ଥ୍ୟକେନ୍ଦ୍ର

ଖଜୁରିପଡ଼ା,୨୧ା୧୧(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ ବାରିକୁମ୍ପା ମେଡ଼ିକାଲରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଯାଇଛି। ଲୋକଙ୍କୁ ମିଳୁଛି ଦିନ ବେଳା ଡାକ୍ତର ବିହୀନ ଚିକିତ୍ସା ସୁବିଧା। ରାତିରେ ମିଳୁଛି ଆଟେନାନଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା। ଆଜକୁ ୧୩ ଦିନ ହେଲା ଫାର୍ମାସିଷ୍ଟ ଭରସାରେ ଚାଲିଛି ସ୍ବାସ୍ଥ୍ୟ ଆରାଗ୍ୟ କେନ୍ଦ୍ର। ଚିକିତ୍ସା ପାଇଁ ଅଧ ରାତିରେ ଫୁଲବାଣୀ ମେଡିକାଲକୁ ଧାଉଁଛନ୍ତି ରୋଗୀ। ଡାକ୍ତର ନାହାନ୍ତ ନଥିବାରୁ ୧୩ ଦିନ ହେଲା ବାରିକୁମ୍ପା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଚଳାଉଛନ୍ତି ଫାର୍ମାସିଷ୍ଟ। ଫାର୍ମାସିଷ୍ଟ ଜଣଙ୍କ ରୋଗୀଙ୍କ ରକ୍ତ ପରୀକ୍ଷା, ରୋଗୀଙ୍କୁ ଇଞ୍ଜେକସନ ଦେବା, ସାଲାଇନ ଦେବା ସବୁ ପ୍ରକାର ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ପ୍ରତିଦିନ ପ୍ରାୟ ୫୦ରୁ ୬୦ ଜଣ ରୋଗୀ ଏହି ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥାନ୍ତି। ଫାର୍ମାସିଷ୍ଟଙ୍କୁ ସହାୟତା କରିବା ପାଇଁ ଜଣେ ଆୟୁଷ ଡାକ୍ତର ବର୍ଷା ରାଣୀ ପୃଷ୍ଠି, ନର୍ସିଂ ଅଧିକାରିଣୀ ପ୍ରୀତିଲତା ସାହାଣୀ, ଏଏନ୍‌ଏମ୍‌ ନନ୍ଦିନୀ ପ୍ରଭା ସାହାଣୀ, ଦୁଇଟି ଆଟେଣ୍ଡାଣ୍ଟ ଲିଜାବତୀ ବେହେରା ଏବଂ ଶର୍ମିଲା ପ୍ରଧାନ ସହିତ ଜଣେ ଏଲ୍‌ଟି ଶଙ୍କରସନ ବେହେରା ଏବଂ ଜଣେ ଝାଡୁଦାର ଝିଲି ଦିଗାଲ ପ୍ରମୁଖ ମିଶି ସ୍ବାସ୍ଥ୍ୟକେନ୍ଦ୍ରକୁ ଚଳାଉଛନ୍ତି। ଗୁରୁତର ରୋଗୀ, ପ୍ରସୂତୀ ଆସିଲେ ସଙ୍ଗେ ସଙ୍ଗେ ଖଜୁରିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରିଦେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବଲସକୁମ୍ପା, ଟିଟ୍ରାପଙ୍ଗା, ଆଡାସୀପଡା, ଦୂତିପଡା, ଦୂତିମେଣ୍ଡି ପଞ୍ଚାୟତର ହଜାର ହଜାର ଲୋକେ ନିର୍ଭର କରିଥାନ୍ତି। ଏ ନେଇ ଫାର୍ମାସିଷ୍ଟ ଚନ୍ଦ୍ର ଶେଖର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପୂର୍ବରୁ ଡାକ୍ତର ପୀୟୂଷ ମୋହନ ସାମଲ ଏଠାରେ ଥିଲେ। ସେ ପଢିବା ପାଇଁ ଭୁବନେଶ୍ୱର ୭ ନଭେମ୍ବରରେ ଗଲେ। ତେଣୁ ଏବେ ଡାକ୍ତର ନ ଥିବାରୁ ରୋଗୀ ଚିକିତ୍ସା କରିବାରେ ସମସ୍ୟା ହେଉଛି ବୋଲି କହିଛନ୍ତି। ଅଞ୍ଚଳବାସୀଙ୍କ କହିବା ଅନୁସାରେ, ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିଲେ ବାଧ୍ୟ ହୋଇ ୧୫ କିଲୋମିଟର ଦୂର ଫୁଲବାଣୀ ବଡ ମେଡିକାଲ ଯିବାକୁ ପଡୁଛି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜଣେ ଉତ୍ତମ ସେବା ଯୋଗାଉଥିବା ଡାକ୍ତର ଦେବାକୁ ମା’ ଇଷ୍ଟ ଦେବୀ ଯୁବ କଳା ପରିଷଦ ଯୁବକ ସଂଘ ଦାବି କରିଛି। ଏ ନେଇ ଗୋଷ୍ଠୀ ଚିକିତ୍ସା ଅଧିକାରୀ ନିମାଇଁ ଚରଣ ବିଶିଙ୍କୁ ପଚାରିବାରୁ ସେ ଏ ସମ୍ବନ୍ଧରେ ଅବଗତ ଅଛନ୍ତି ଜିଲା ଚିକିତ୍ସା ଅଧିକାରୀଙ୍କ ସହିତ କଥା ହୋଇ ଡାକ୍ତର ପଠେଇବା ପାଇଁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଆମ ପୋଲିସ-ଆମ ସାଥୀ ଅଭିଯାନ: ସାଇବର ସୁରକ୍ଷା ନେଇ ସଚେତନତା

ରାଇକିଆ,୧୩।୮: କନ୍ଧମାଳ ଜିଲା ପୋଲିସର ‘ଆମ ପୋଲିସ-ଆମ ସାଥୀ’ ଅଭିଯାନ ପକ୍ଷରୁ ରାଇକିଆ ବ୍ଲକ ସୁଗଡ଼ାବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଥାନା ଅଧିକାରୀ…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri