ଜି ଉଦୟଗିରି ଏନଏସି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ବିଜୟୀ

ଜି ଉଦୟଗିରି, ୩୦।୧୧(ଶିଶିର ପଟ୍ଟନାୟକ ) ଜି ଉଦୟଗିରି ଏନଏସି ଅଧ୍ୟକ୍ଷ ଉପ ନିର୍ବାଚନରେ ଗୁରୁବାର ଭୋଟ ଗଣତି ଫଳାଫଳ ଘୋଷଣା ହୋଇଛି । ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ରଞ୍ଜନ କୁମାର ସାହୁ ଘୋଷଣା କରିଛନ୍ତି । ବିଜୁ ଜନତା ଦଳର ପ୍ରାର୍ଥୀନୀ ଦେବସ୍ମିତା ଶତପଥୀ ୩୧୧୧ଟି ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ରଞ୍ଜିତା ନାୟକ ମାତ୍ର ୭୩୭ଟି ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀନୀ ମଧୁଲିନା ଦିଗାଲ ୬୨୭ଟି ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଅନ୍ୟପଟେ ନୋଟାରେ ୪୪ ଟି ଭୋଟ ପଡିଛି । ସମୁଦାୟ ୮୧୫୫ ମତଦାତାଙ୍କ ମଧ୍ୟରୁ ମାତ୍ର ୪୫୧୯ଜଣ ମତଦାତା ମତଦାନ କରିଛନ୍ତି ।
ଦେବସ୍ମିତା ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କନ୍ଧମାଳ ଏମପି ଅଚୁତ୍ୟ ସାମନ୍ତ, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ଏନଏସିର ବିଜେଡି କର୍ମକର୍ତ୍ତା ଓ ଜି ଉଦୟଗିରି ଏନଏସି ସମସ୍ତ ବାସିନ୍ଦାଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କ ସ୍ବର୍ଗତ ମାଆ ପୂର୍ବତନ ଅଧକ୍ଷା ଭାନୁପ୍ରଭା ମିଶ୍ରଙ୍କ ଆଶୀର୍ବାଦ ଯୋଗୁ ତାଙ୍କୁ ଏଇ ଶ୍ରେୟ ମିଳିଛି ତେଣୁ ତାଙ୍କର ଅଧୁରା ସ୍ବପ୍ନକୁ ସାକାର କରି ସମସ୍ତଙ୍କ ସହଯୋଗ ରେ ଏନଏସି ବାସିନ୍ଦାଙ୍କ ସର୍ବାଙ୍ଗୀନ ଉର୍ଣ୍ଣତି କରିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ ପୂର୍ବତନ ଅଧକ୍ଷା ଭାନୁପ୍ରଭା ମିଶ୍ରଙ୍କ ଦେହାନ୍ତ ପରେ ଏଇ ଆସନଟି ଖାଲି ପଡିଥିଲା । ତାଙ୍କ ଝିଅ ଦେବସ୍ମିତା ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳରୁ ବେଆଇନ ଗୋଚାଲାଣ: ଉଦ୍ଧାର କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୬।୩ (ବାବୁଲା ପ୍ରଧାନ): ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲାରୁ ଶତାଧିକ ଗାଈ, ଗୋରୁ ବେନିୟମ ଭାବେ ଗଞ୍ଜାମ ଜିଲା ବେଲଗୁଣ୍ଠା ହାଟ କିମ୍ବା ଅନ୍ୟ...

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ

ଭୁବନେଶ୍ୱର,୧୬।୩: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଘୋଷଣା କରିଛନ୍ତି। ସୋମବାର...

ଆହୁରି ୩ ଦିନ କରିବ କଲବଲ: ଏହି ୩ ଜିଲାକୁ ହିଟୱେଭ ଆଲର୍ଟ

ଭୁବନେଶ୍ୱର,୧୬।୩: ରାଜ୍ୟରେ ଉପରମୁହାଁ ହେଉଛି ପାରଦ। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ତାତି। ଆସନ୍ତା ୩...

ସାଙ୍ଗମାନଙ୍କ ସହ ଯାଇଥିଲେ ହୋଲି ଖେଳି, ଫେରିଲେନି ଘରକୁ …

ଗଞ୍ଜାମ,୧୬।୩: ଗଞ୍ଜାମ ଜିଲା ପୋଡମପେଟା ଗାଁ ନିକଟ ସମୁଦ୍ର କୂଳରେ ଏକ ଅଘଟଣ ଘଟିଛି। ହୋଲି ଖେଳି ସମୁଦ୍ରରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ...

ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: କହିଲେ କରିହେବନି ତାଙ୍କ ଭୂମିକାକୁ ଅସ୍ବୀକାର

ଭୁବନେଶ୍ୱର,୧୬ । ୩ : ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥିତଯଶା କବି  ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି...

ସାପକୁ କଚାଡି ମାରିଲେ, ପରେ ସାଙ୍ଗରେ ନେଇ ପହଁଚିଲେ ମେଡିକାଲ

ଉଦଳା,୧୬।୩(ସନ୍ତୋଷ କୁମାର ବାଛିନି): ସାପକୁ କଚାଡି ମାରିଲେ ଆଉ ସାପକୁ ନେଇ ସାଙ୍ଗରେ ପହଁଚିଲେ ମେଡିକାଲ। ଯୁବକଙ୍କୁ କାମୁଡ଼ିଲା ନାଗ ସାପ। ୩ ରୁ ୪...

ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ

ଯାଜପୁର,୧୬।୩: ଯାଜପୁର କୁଆଖିଆ ନିକଟରେ ରବିବାର ସକାଳୁ ସକାଳୁ ଘଟିଛି ଏଦ ସଡ଼କ ଦୁର୍ଘଟଣା। ଏକ ଅଙ୍ଗୁର ବୋଝେଇ ଗାଡିକୁ ପିଟିଲା ଆଉ ଏକ ଟ୍ରକ।...

ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନୱାଡିି କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୬ ନଂ ୱାର୍ଡ ନିମନ୍ତେ ନିଯୁକ୍ତ ଅଙ୍ଗନୱାଡିି କର୍ମୀ ଟିକିନା ମେକାପଙ୍କ ଅକାଳ ଦେହାନ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri