କୋବି ଚାଷକରି ମଡେଲ ସାଜିଲେ ସରପଞ୍ଚ

ଦାରିଙ୍ଗବାଡି,୨୮ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାରେ ଅନେକ ସମୟରେ ଅତି ଭଲ ପନିପରିବା ଚାଷ ହୋଇଥାଏ। ଜିଲାର ଦାରିଙ୍ଗବାଡିରେ ବନ୍ଧା ଓ ଫୁଲ କୋବି ସହ ବିନ୍‌, ଟମାଟୋ, କଞ୍ଚାଲଙ୍କା, ଦେଶୀଆଳୁ ଆଦି ବହୁଳ ପରିମାଣରେ ଚାଷ କରାଯାଇଥାଏ। ହେଲେ ଅନେକ ସମୟରେ ଏହି ଚାଷ କରିବାକୁ ଇଚ୍ଛା ରଖିଥିବା ଚାଷୀ ପାଣିର ଅଭାବ ହେଲେ ଚାଷ କରିବା ବାଧାପ୍ରାପ୍ତ ହୁଏ। ପାଣିର ଅଭାବ ସତ୍ତ୍ୱେ ଅନେକ ଚାଷୀ ପାଣି ଯୋଗାଡ଼ କରି ପନିପରିବା ଚାଷ କରି ଲାଭବାନ ହେବାସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି। ଏଭଳି ଅଞ୍ଚଳରେ ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଶିକ୍ଷିତ ଯୁବ ସରପଞ୍ଚ ସଫଳ ଚାଷୀ ଭାବେ ଅଞ୍ଚଳରେ ଯୁବ ପିଢ଼ିଙ୍କି ପାଇଁ ମଡେଲ ସାଜିଛନ୍ତି।

ଉକ୍ତ ବ୍ଲକ ପ୍ଲିହେରି ପଞ୍ଚାୟତର ଯୁବ ସରପଞ୍ଚ ପାଉଲ ପ୍ରଧାନ ଅଞ୍ଚଳରେ ଲୋକଙ୍କୁ ସେବା ଯୋଗାଇବା ସହ ସମୟ ବାହାର କରି ଚାଷ କରନ୍ତି । ବିଶେଷ କରି ଧାନଚାଷ ସଫଳତାର ସହ କରିବା ସହିତ ସେ ପନିପରିବା ଚାଷକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି। ଚଳିତବର୍ଷ ସେ ୪ ଏକର ଜମିରେ ବନ୍ଧା ଓ ଫୁଲ କୋବି ଚାଷକରି ଏବେ ପ୍ରାୟ ୬୦ ହଜାର ଟଙ୍କାର ବିକ୍ରି କରିସାରିଛନ୍ତି ଆହୁରି ଲକ୍ଷାଧିକ ଟଙ୍କାର ଫସଲ ଉତ୍ପାଦନ ହେବ ବୋଲି ସେ ଆଶା କରିଛନ୍ତି। ତାଙ୍କ ଫସଲ ମଧ୍ୟ ଅତି ଉତ୍ତମ କିସମର ହୋଇଥିବାରୁ ବଜାରରେ ପାଉଲଙ୍କ କୋବିର ଚାହିଦା ଅଧିକା ରହିଛି ବୋଲି କହିଛନ୍ତି। ପାଉଲଙ୍କୁ ଚାଷ କାର୍ଯ୍ୟରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ଏମିତି କି ନବମ ଶ୍ରେଣୀରେ ପାଠପଢୁ ଥିବା ପାଉଲଙ୍କ ଏକ ମାତ୍ର ପୁଅ ମଧ୍ୟ ପାଉଲଙ୍କୁ କ୍ଷେତ କାର୍ଯ୍ୟରେ ସହଯୋଗ କରୁଥିବା କହିଛନ୍ତି।

ଏଥିସହ ପାଉଲ ଉଦ୍ୟାନ ବିଭାଗର ସହଯୋଗରେ ଗୋଟିଏ ଏକର ଜମିରେ ଷ୍ଟ୍ରବେରି ଚାଷ କରିବା ସହ ଆଉ କିଛି ଜମିରେ ବାଇଗଣ, ଟମାଟୋ ଆଦି ଚାଷ ସଫଳତାର ସହ କରୁଛନ୍ତି। ପାଉଲ ଯୁକ୍ତ ଦୁଇ ପାସ କରିବା ପରେ ଘରର ପରିସ୍ଥିତି ଆଗକୁ ପାଠ ପଢ଼ାରେ ଡୋରି ଲାଗିଲା ଓ ପରବର୍ତ୍ତୀ ସମୟରେ ସେ ଘରେ କରାଯାଉଥିବା ପାରମ୍ପରିକ ଚାଷ କାର୍ଯ୍ୟ ଆରମ୍ଭ କରି ପରିବାର ଲୋକଙ୍କୁ ସହଯୋଗ କରିଥିଲେ। ଏବେ ଚାଷ କାର୍ଯ୍ୟକୁ ନିଜ ରୋଜଗାରରେ ପରିଣତ କରି ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ବେଶ୍‌ ପରିଚିତ ହୋଇଛନ୍ତି। ପାଉଲ ଜଣେ ଲୋକ ପ୍ରତିନିଧି ହୋଇ ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରି ସଫଳ ଚାଷୀ ହୋଇଛନ୍ତି ବୋଲି ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?