କନ୍ଧମାଳ

ମହିଳାଙ୍କୁ ଆକ୍ରମଣ କରି ଗଣବଳାତ୍କାର

ଫୁଲବାଣୀ ଅଫିସ, ୨୫ା୧: ଫୁଲବାଣୀ ସଦର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଆକ୍ରମଣ ସହ ଗଣବଳାତ୍କାର କରାଯାଇଛି। ଗତ ରବିବାର ସନ୍ଧ୍ୟାରେ ସମ୍ପୃକ୍ତା ମହିଳାଙ୍କ ସ୍ବାମୀ ନ ଥିଲେ। କେତେଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି…

ପାଣି ପାଇଁ ସଖିପଡ଼ାରେ ରାସ୍ତାରୋକୋ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୩ା୧: ଫିରିଙ୍ଗିଆ ବ୍ଲକ ସଖିପଡାରେ ରବିବାର ପୂର୍ବାହ୍ନରେ ପାଣି ପାଇଁ ରାସ୍ତାରୋକ ହୋଇଛି ା ପାଣି ସମସ୍ୟା ପ୍ରଶାସନ ଦୂର କରୁ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ଆନ୍ଦୋଳନ କରିଛନ୍ତିି। ଦୀର୍ଘ ୩ ଘଣ୍ଟା ରାସ୍ତାରୋକୋ ଯୋଗୁ…

ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଛନ୍ତି ୫୭: ଅନିୟମିତତା ଅଭିଯୋଗରେ ବିକ୍ଷୋଭ

ଦାରିଙ୍ଗବାଡ଼ି,୨୦ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ପଞ୍ଚାୟତରେ ଆବାସ ଯୋଜନାରେ ୫୭ ଜଣ ଯୋଗ୍ୟ ହିତାଧିକାରୀ ସମ୍ଭାବ୍ୟ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ଅଞ୍ଚଳବାସୀ ଏହାର ତଦନ୍ତ ସହ ପୁନର୍ବିଚାର କରାଯାଇ ୫୭ ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଆବାସ ଯୋଜନାରେ…

ଡାକ୍ତରଙ୍କ କ୍ୱାର୍ଟର୍ସରେ ଚାଲିଛି ରୋଗୀସେବା

ଫୁଲବାଣୀ ଅଫିସ,୨୧ା୧: ଡାକ୍ତରଙ୍କ କ୍ୱାର୍ଟର୍ସରେ ଚାଲିଛି ରୋଗୀସେବା। ରୋଷେଇ ଘରେ ପରୀକ୍ଷାଗାର । ଆଡମିଶନ ହେବାକୁ ନାହିଁ ବେଡ । ନାହାନ୍ତି ଆବଶ୍ୟକ ଡାକ୍ତର। ଏଭଳି ଚାଲିଛି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା। ଏହି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଖଜୁରୀପଡା…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଟିଣ୍ଡିବାଲି ପାହାଡ଼: ପଥରକୁ ପିଟିଲେ ଶୁଭୁଛି ଘଣ୍ଟ ଶବ୍ଦ

ଦାରିଙ୍ଗବାଡି,୧୯।୧(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା। ଅନେକ ପର୍ଯ୍ୟଟନସ୍ଥଳୀ ତଥା ମିଡିୟୁନ୍ଦା ଜଳ ପ୍ରପାତ ସମେତ ନେଚର ଲଭର୍ସ ପଏଣ୍ଟ, ପାଟାନ୍ଧା ଜଳପ୍ରପାତ, ଶାନ୍ତି ଉପତ୍ୟକା, କଫି ବଗିଚା ଆଦି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।…

୨ଟି ବସ୍‌ ମୁହାଁମୁହିଁ: ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଦାରିଙ୍ଗବାଡି,୧୮।୧(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିର ୯ନଂ ବୁଲାଣିରେ ବୁଧବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ବସ୍‌ ମୁହାଁମୁହିଁ ପରିସ୍ଥିତି ହେବା ଫଳରେ ଉଭୟ ବସ୍‌ର ଯାତ୍ରୀ ମାନେ ବଡ ଅଘଟଣରୁ ରକ୍ଷା…

ପୋଲ ତଳକୁ ଖସିଲା କାର୍‌: ଶିଶୁକନ୍ୟା ମୃତ, ୪ ଗୁରୁତର

କ.ନୂଆଗାଁ/ଫୁଲବାଣୀ ଅଫିସ,୧୬ା୧: କନ୍ଧମାଳ ଜିଲା ସାରଙ୍ଗଡ ଥାନା ଅନ୍ତର୍ଗତ ବନାଙ୍ଗିଆ ଡ୍ୟାମ ନିକଟ ପୋଲରେ ସୋମବାର ଏକ କାର୍‌ ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ ତଳକୁ ଖସିପଡ଼ିଛି। ଏଥିରେ ୩ ବର୍ଷୀୟା ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭରଙ୍କ…

ଛୁଆହାତୀ ମୃତ୍ୟୁ ଘଟଣାରେ ୨ ଗିରଫ

ରାଇକିଆ,୧୬ା୧(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର ବାରବା ରେଞ୍ଜରେ ଗତ ବୁଧବାର ଏକ ଛୁଆହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନ ବିଭାଗ ରବିବାର ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସୋରଡ଼ା ଅଞ୍ଚଳର ଗଙ୍ଗାଧର ବିଷୋୟୀ ଏବଂ…

ଜି.ଉଦୟଗିରି କାଉନସିଲର ଉପନିର୍ବାଚନରେ ବିଜେଡି ବିଜୟୀ

ଜି.ଉଦୟଗିରି,୧୩ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଏନ୍‌ଏସିର ୬ ନମ୍ବର ଓ୍ବାର୍ଡ କାଉନସିଲର ପଦବୀ ନିମନ୍ତେ ଗୁରୁବାର ହୋଇଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ସିଦ୍ଧେଶ୍ୱରୀ ନାୟକ ବିଜୟୀ ହୋଇଛନ୍ତି। ସିଦ୍ଧେଶ୍ୱରୀ ସମୁଦାୟ ୬୫ଟି ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ…

ଚିକିତ୍ସା ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ: ଥାନାରେ ଏତଲା

ଦାରିଙ୍ଗବାଡି,୧୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାମୁଣୀଗାଁ ଥାନା ଝିଞ୍ଜିରୀଗୁଡ଼ା ପଞ୍ଚାୟତ ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ ଦଶମ ଛାତ୍ରୀଙ୍କ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ବାମୁଣୀଗାଁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ମୃତଦେହ…

ମାଣ୍ଡିଆ ଚାଷ କରି ଏସ୍‌ଏଚ୍‌ଜି ସ୍ବାବଲମ୍ବୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୧ା୧: କନ୍ଧମାଳ ଜିଲା ଫିରିଙ୍ଗିଆ ପଞ୍ଚାୟତ ସିଟିକାପଟି ଗାଁର ଧରଣୀ ପେନୁ ଓ ଅମ୍ବିକା ସ୍ବୟଂ ସହାୟିକା ଗୋଷ୍ଠୀର ୨୦ଜଣ ସଦସ୍ୟା ମାଣ୍ଡିଆ ଚାଷ କରି ଆର୍ଥତ୍କ ସ୍ବାବଲମ୍ବୀ ହୋଇଛନ୍ତି। ଏହି ଦୁଇ ସ୍ବୟଂ ସହାୟିକା ଗୋଷ୍ଠୀ ପୂର୍ବରୁ…

ହାତୀଛୁଆର ମୃତଦେହ ଉଦ୍ଧାର

ରାଇକିଆ,୧୧ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବାରବା ରେଞ୍ଜ ଅନ୍ତର୍ଗତ ଖମନଖୋଲ ଗ୍ରାମ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ଛୁଆର ମୃତ୍ୟୁ ନେଇ କାରଣ ଅସ୍ପଷ୍ଟ ରହିଛି। ବୁଧବାର ସକାଳୁ ଛୁଆ ହାତୀର ମୃତଦେହ ପଡ଼ିଥିବା ନେଇ ବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri