Advertisement

ପୋଲ ତଳକୁ ଖସିଲା କାର୍‌: ଶିଶୁକନ୍ୟା ମୃତ, ୪ ଗୁରୁତର

କ.ନୂଆଗାଁ/ଫୁଲବାଣୀ ଅଫିସ,୧୬ା୧: କନ୍ଧମାଳ ଜିଲା ସାରଙ୍ଗଡ ଥାନା ଅନ୍ତର୍ଗତ ବନାଙ୍ଗିଆ ଡ୍ୟାମ ନିକଟ ପୋଲରେ ସୋମବାର ଏକ କାର୍‌ ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ ତଳକୁ ଖସିପଡ଼ିଛି। ଏଥିରେ ୩ ବର୍ଷୀୟା ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭରଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତା ଶିଶୁକନ୍ୟା ଜଣକ ହେଲେ ସାରଙ୍ଗଡ଼ ପଦାସାହିର ଅଶୋକ ବେହେରାଙ୍କ ଝିଅ ଅମ୍ରିତା।
ପ୍ରକାଶ ଯେ, ଅଶୋକଙ୍କ ପରିବାରର ୪ ଜଣ ଭଞ୍ଜନଗରରୁ କାର୍‌ (ଓଡ଼ି୦୨ଏଓ୍ବାଇ୫୧୬୪) ଯୋଗେ କାର୍‌ ଯୋଗେ ସାରଙ୍ଗଡ଼ ଫେରୁଥିଲେ। ବନାଙ୍ଗିଆ ଡ୍ୟାମ ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ କାର୍‌ଟି ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ କାରରେ ଥିବା ସମସ୍ତେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ସାରଙ୍ଗଡ଼ ପୋଲିସ ଓ ଅଗ୍ନିଶମବାହିନୀ କାରରୁ ସମସ୍ତଙ୍କୁ ଉଦ୍ଧାର କରି ସାରଙ୍ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଶିଶୁକନ୍ୟା ଅମ୍ରିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଡ୍ରାଇଭର ପଦାସାହିର ଡ୍ରାଇଭର କାଳିଆ ନାଏକଙ୍କ ସମେତ ସୁକାନ୍ତି ବେହେରା, ଦମୟନ୍ତି ବେହେରା ଏବଂ ନାବାଳକ ରାକେଶ ବେହେରାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଦୁର୍ଘଟଣାସ୍ଥଳରେ ସାରଙ୍ଗଡ଼ ଥାନା ଅଧିକାରୀ ବିଦୁଲିକା ବିଶ୍ୱାଳ ଏବଂ ଏଏସଆଇ କେଶବ ଭାତ୍ରା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ନଂ. ୮/୨୩ରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି: ବାପାଙ୍କୁ ମାରି ଶ୍ମଶାନରେ ଫିଙ୍ଗିଦେଲେ ଦୁଇ ପୁଅ-ମା’

ଖଲ୍ଲିକୋଟ,୯ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ତୋଟାଗାଁରେ ପାରିବାରିକ କଳହରୁ ବାପାକୁ ମାରିଦେଇଛନ୍ତି ଦୁଇ ପୁଅ ଆଉ ମା’। ଘଟଣାରୁ ପ୍ରକାଶ, ମଙ୍ଗଳବାର ବିଳମ୍ବିତ...

ଖାଦ୍ୟର ମାନ ଉପରେ ଗୁରୁତ୍ୱ

ପୁରୀ ଅଫିସ,୨୩ା୭: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି) ଅନିଲ କୁମାର ସାମଲ ବୁଧବାର ପୁରୀ ଜିଲା କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି। ସର୍କିଟ ହାଉସରେ ଆୟୋଜିତ...

ବାଙ୍ଗାଲୋରରେ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତ ଯୁବକ ଇରମରୁ ଗିରଫ

ବାସୁଦେବପୁର, ୬।୭ (ଡି.ଏନ.ଏ.) – ବାଙ୍ଗାଲୋରରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଯୁବକ ଆକାଶ ଗୌଡ଼(୨୨)ଙ୍କୁ ବାସୁଦେବପୁର ଥାନା ଅଧୀନ ଇରମ ଆଡ଼ିଆ ଗ୍ରାମରୁ...

ଚୋରା ବ୍ୟବସାୟୀଙ୍କ କବ୍‌ଜାରେ ଜଙ୍ଗଲ ଜମି

ଯାଜପୁର ଅଫିସ, ୩୧।୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି, ଅଞ୍ଜିରା ଓ କୁସୁନପୁର ଜଙ୍ଗଲ କିସମ ମୌଜାର ୪୫୬.୩୪ ଏକର ଜମି କଳାପଥର...

ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ବାରିପଦା ଅଫିସ/ ରାଇରଙ୍ଗପୁର,୪ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ପୋଲିସର ଅବହେଳା କାରଣରୁ ବଳାତ୍କାର ପୀଡ଼ିତା ଜଣେ ଅଧ୍ୟାପିକା ନ୍ୟାୟ ନ ପାଇ ଜୀବନ ହାରିବା ଘଟଣା ସମଗ୍ର...

ଧାନ ଫସଲରେ କାଣ୍ଡବିନ୍ଧା ପୋକ, ଚିନ୍ତାରେ ଚାଷୀ

ଡୁବୁରୀ,୧୬ା୯(ଡି.ଏନ୍‌.ଏ.)- ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ଡୁବୁରୀ ଓ ଆଖପାଖ ଅଞ୍ଚଳର ଧାନ ଫସଲରେ ଏବେ କାଣ୍ଡବିନ୍ଧା ପୋକଙ୍କ ପାଦୁର୍ଭାବ ବୃଦ୍ଧି ପାଇଛି। ଅଞ୍ଚଳର...

ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ,୯।୫: ଭଦ୍ରକ ଜିଲା ଚରମ୍ପା ଜଳ ବଣ୍ଟନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ୩୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।...

ସରପଞ୍ଚଙ୍କ ବଦାନ୍ୟତାସୁନା, ଟଙ୍କା ଥିବା ବ୍ୟାଗ୍‌ ପାଇ ଫେରାଇଲେ

ଧର୍ମଶାଳା,୧୨ା୬(ଡି.ଏନ୍‌.ଏ.)- ରାସ୍ତାରେ ପଡିଯାଇଥିବା ସୁନା ଓ ଟଙ୍କା ଥିବା ବ୍ୟାଗ୍‌ ପାଇ ମଙ୍ଗଳବାର ଧର୍ମଶାଳା ବ୍ଲ୍ଳକ ପାଟପୁର ପଞ୍ଚାୟତ ସରପଞ୍ଚ ଫେରାଇ ନିଜର ବୈଦାନ୍ୟତା ଦେଖାଇଛନ୍ତି।...

Advertisement
Archives

Model This Week