କନ୍ଧମାଳ

ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ

କନ୍ଧମାଳ,୩।୧୦: ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ଲକ୍ଷାଧିକ ଟଙ୍କାର ଚକ୍‌ଲେଟ ଓ ବିସ୍କୁଟ ଜଳିଯାଇଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ। ପାଟ୍ଟଖଣ୍ଡା ସାହିରେ ଥିବା ବିସ୍କୁଟ ଗୋଦାମରେ ଆଜି ଭୋର ସମୟରେ…

୯୫ ବର୍ଷୀୟା ମା’ଙ୍କୁ ପୋଡ଼ି ମାରିଦେଲେ ପୁଅ

ବାଲିଗୁଡା,୧।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ଥାନା ଅଧୀନ ଖଜୁରିସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ନିଜ ମା’ଙ୍କୁ ହତ୍ୟା କରି ଘରେ ପୋଡ଼ି ଦେଇଥିବା ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତବକ, ଖଜୁରିସାହିର…

ବାହାର ଜିଲାକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଦୁଇ ଗିରଫ

ଦାରିଙ୍ଗବାଡ଼ି,୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦେଇ ବାହାର ଜିଲାକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ପୋଲିସ ଦୁଇ ଜଣକୁ ଗିରଫ କରିବା ସହ ସେମାନଙ୍କଠାରୁ ୫ କେଜି ଗଞ୍ଜେଇ ଜବତ କରିଥିବା ଦାରିଙ୍ଗବାଡ଼ି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।…

ନିଜ କାର୍ଯ୍ୟାଳୟ ସ୍ବଚ୍ଛତାକୁ ନେଇ ପଦାରେ ପଡ଼ିଲେ ବ୍ୟାଙ୍କ କର୍ମଚାରୀ

ଦାରିଙ୍ଗବାଡ଼ି,୧ା୧୦(ଅରୁଣ ସାହୁ): ଦାରିଙ୍ଗବାଡ଼ିରେ ରବିବାର ସଫେଇ କାର୍ଯ୍ୟ କରାଯିବା ବେଳେ ଦାରିଙ୍ଗବାଡି ବଜାର ଭିତରେ ରହିଥିବା ବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ିରହିଥିଲା। ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର,…

ଅଜଣା ରୋଗ ଆତଙ୍କ: ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଦେଖାଯାଇଛି। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶିତ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଯାଇଛି। ଖବର ପାଇ ଦାରିଙ୍ଗବାଡି…

ଅଜଣା ରୋଗରେ ଏକାଧିକ ଶିଶୁ, ଭୟ ଓ ଆତଙ୍କରେ ଲାଦାମାଲା ଲୋକ

ଦାରିଙ୍ଗବାଡି, ୨୮।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଖେଳିଯାଇଛି। ପ୍ରଥମେ ଜ୍ୱର କିଛିଦିନ ହେବା ପରେ ଦେହରେ ପାଣି ଫୋଟକା ହେବା ସହ ତାହା ଫାଟିଯାଇ ଦେହସାରା ଘା…

୧୪ ବର୍ଷ ହେଲା ପ୍ରଥମ ଆଉଟଲେଟ୍‌ ଭାଙ୍ଗିଛି: ପିଲାସାଲୁଙ୍କି କେନାଲର ମରାମତି ପାଇଁ ବିଭାଗର ନଜର ନାହିଁ

ଖଜୁରୀପଡ଼ା,୨୮ା୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକରେ ୩୨୩୩ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପିଲାସାଲୁଙ୍କି ଜଳ ଭଣ୍ଡାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଛି। ଲେଫ୍ଟ କେନାଲ ୨୦.୦୫ କିମି ପର୍ଯ୍ୟନ୍ତ ଲମ୍ବା ଥିବା ବେଳେ ରାଇଟ…

ଗୋରୁଙ୍କ କବ୍‌ଜାରେ ଜାତୀୟ ରାଜପଥ

ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ୫୯ ନଂ. ଜାତୀୟ ରାଜପଥରେ ସନ୍ଧ୍ୟାରେ ଗୋରୁଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ଫଳରେ ସାଧାରଣରେ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ…

ଜୁଏଲାରୀ ଦୋକାନ ମାଲିକଙ୍କୁ ହାଣି ଲୁଟ୍‌ ଘଟଣା: ମାସେ ପରେ ବି ପୋଲିସ ହାତ ଖାଲି

ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ମଧ୍ୟଭାଗରେ ଥିବା ପାଟଖଣ୍ଡା ଜୁଏଲାରୀ ଦୋକାନରେ ପଶି ଖଣ୍ଡାରେ ମାଲିକକୁ ହାଣି ଡକାୟତି ଦଳ ସୁନା ଅଳଙ୍କାର ବ୍ୟାଗ୍‌ ଲୁଟ୍‌ ଘଟଣାକୁ ବୁଧବାର ମାସେ ବିତିଯାଇ ଥିଲେ ହେଁ ଅଦ୍ୟାବଧି କୌଣସି…

ଧାରଣାରେ ପାଚିକା, ରୋଷେଇ କଲେ ଶିକ୍ଷୟିତ୍ରୀ-ଶିକ୍ଷକ

ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜି ଛକରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ। ପାଚିକା ସଂଘର ଆନ୍ଦୋଳନ ଯୋଗୁ ସ୍କୁଲଗୁଡ଼ିକ ପ୍ରଭାବିତ ହୋଇଛି ପିଲାଙ୍କ ମଧ୍ୟାହ୍ନଭୋଜନ। ସ୍କୁଲ ପିଲାଙ୍କ ମଧ୍ୟାହ୍ନଭୋଜନ ବନ୍ଦ ହୋଇଗଲେ ପିଲା…

ପୁରୁଣା ଡ୍ରେନ୍‌ ଉପରେ ନୂଆ କାର୍ଯ୍ୟ ନେଇ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ସିକାକେତା ପର୍ଯ୍ୟନ୍ତ ୧୫ କିମି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ୨୦୨୨ ଜୁନ୍‌ରୁ ଆରମ୍ଭ କରାଯାଇଥିବା କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ବେଳେ ବିଳମ୍ବ ହେଉଛି। ଫଳରେ ଲାଇଫ୍‌ଲାଇନ୍‌ କୁହାଯାଉଥିବା ଏହି…

ପାନୀୟ ଜଳରୁ ବଞ୍ଚିତ କିରାମାହାବାସୀ

ବ୍ରାହ୍ମଣୀଗାଁ,୨୬ା୯(ମନୋରଞ୍ଜନ ରଣା): ପ୍ରକଳ୍ପ ଅଛି ହେଲେ ମିଳୁନି ବସୁଧା ପାନୀୟ ଜଳ। ସାଧାରଣ ଫ୍ୟୁଜ୍‌ଟିଏ ପକାଯାଇ ନ ଥିବାରୁ ଦୁଇମାସ ହେଲାଣି ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରୀଗୁଡା ପଞ୍ଚାୟତର କିରାମାହାବାସୀ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?