ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଛନ୍ତି ୫୭: ଅନିୟମିତତା ଅଭିଯୋଗରେ ବିକ୍ଷୋଭ

ଦାରିଙ୍ଗବାଡ଼ି,୨୦ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ପଞ୍ଚାୟତରେ ଆବାସ ଯୋଜନାରେ ୫୭ ଜଣ ଯୋଗ୍ୟ ହିତାଧିକାରୀ ସମ୍ଭାବ୍ୟ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ଅଞ୍ଚଳବାସୀ ଏହାର ତଦନ୍ତ ସହ ପୁନର୍ବିଚାର କରାଯାଇ ୫୭ ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ବିକ୍ଷୋଭ କରିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବୈଠକ କରିବା ସହ ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ବାମୁଣୀଗାଁ ପଞ୍ଚାୟତ ଅଞ୍ଚଳ ପରିକ୍ରମା କରି ଧାରଣାସ୍ଥଳରେ ପହଞ୍ଚି  ଧାରଣା ଦେଇଛନ୍ତି। ବିକ୍ଷୋଭ ବେଳେ ଆବାସ ଯୋଜନାରେ ଅନିୟମିତତା କରାଯାଇଥିବା ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି। ଶୀଘ୍ର ପୁନର୍ବିଚାର କରି ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉ, ନ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଜୋରଦାର କରିବାକୁ ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲିକଙ୍କ ସମେତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିୟାର ସିଂ, ଆବାସ ଯୋଜନାର ତାଲିକାରୁ ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷରେ ତାଲିକାରୁ ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଶୀଘ୍ର ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ରାଜ୍ୟ ମାନବାଧିକାରର ଜିଲା ଯୁଗ୍ମ ଆବାହକ ବିକ୍ରମ ବାସ୍ତରାୟ ସ୍ଥାନୀୟ ପ୍ରଶାସନକୁ ଅବଗତ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧ୍ରୁବଙ୍କୁ ଅପହରଣ କରିନେଇଥିଲେ ଦାଦନ ସର୍ଦ୍ଦାର: ମାସେ ପରେ ଘଟିଲା…

ନୂଆପଡ଼ା,୧୯ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା ଖଡିଆଳ ଥାନା ତୁକଲା ଗଁାର ଧ୍ରୁବ ଚରଣ ଶବର(୬୫) ଅପହରଣର ମାସେ ପରେ ଆନ୍ଧ୍ରରୁ ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା…

ସାରା ଦେଶରେ ଏହିଦିନ ବନ୍ଦ ରହିବ ମେଡିକାଲ ଷ୍ଟୋର, କିଣି ନିଅନ୍ତୁ ଅତି ଜରୁରି ମେଡିସିନ

ନୂଆଦିଲ୍ଲୀ,୧୯।୫: ସାରା ଦେଶରେ ମେଡ଼ିକାଲ ଷ୍ଟୋର (କେମିଷ୍ଟ) ଆସନ୍ତାକାଲି ଅର୍ଥାତ୍‌ ବୁଧବାର, ୨୦ ମଇରେ ଧର୍ମଘଟ କରିବେ। ଏହି ଧର୍ମଘଟ ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟ…

ଘର ଉପରେ ଝୁଲୁଛି ବିପଦ:ଭୟରେ ଦିନକାଟୁଛନ୍ତି ୨ ପରିବାର

ଲୋଇସିଂହା,୧୯।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅନ୍ତର୍ଗତ ପନେସରା ଗାଁରେ ଦୀର୍ଘଦିନଧରି ଭୟରେ ଦିନ କାଟୁଛନ୍ତି ୨ଟି ପରିବାର। ଗ୍ରାମର ଗ୍ରାମପତି ଗୁଡି ନିକଟରେ ଥିବା…

ଟଙ୍କାର ଅବମୂଲ୍ୟାୟନକୁ ନେଇ ଷ୍ଟକ୍‌ ବଜାର ଅସ୍ଥିର

ମୁମ୍ବାଇ,୧୯।୫: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଏବେ ଭୂ-ରାଜନୈତିକ ସ୍ତରରେ ବିବାଦ ଲାଗି ରହିଥିଲାବେଳେ ଅନ୍ତର୍ଜାତୀୟ ବଜାରରେ ତୈଳଦର ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏହାକୁ ନେଇ…

ମମତାଙ୍କ ଆସନ ଯିବାର ୧୦ ଦିନ ଭିତରେ ଅଭିଷେକଙ୍କୁ ଦ୍ୱିତୀୟ ଝଟକା, ଶୁଭେନ୍ଦୁ ସରକାର ନେଲେ…

କୋଲକାତା,୧୯।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କ୍ଷମତାରୁ ବିଦାୟ ନେବାର ମାତ୍ର ୧୦ ଦିନ ମଧ୍ୟରେ, ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଦ୍ୱିତୀୟ ବଡ଼ ଝଟକା ଲାଗିଛି। ନିର୍ବାଚନ…

୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା, ଆସନ୍ତା ୫ଦିନ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୯।୫(ବନ୍ଦନା ସେଠୀ): ପ୍ରବଳ ଗ୍ରୀଷ୍ମ ତାପରେ ଜଳୁଛି ସାରା ଓଡ଼ିଶା। ପଶ୍ଚିମରୁ ଉପକୂଳ ସବୁଠି ଅସହ୍ୟ ତାତି ସହ କଲବଲ କରୁଛି ଗୁଳୁଗୁଳି । ସକାଳ ପ୍ରାୟ…

ଧୋନିଙ୍କୁ ନେଇ ଏମିତି କହିଲେ ସଞ୍ଜୟ ମାଞ୍ଜେରେକର, ସଭିଏଁ ଚକିତ

ନୂଆଦିଲ୍ଲୀ,୧୯।୫: ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଏମଏସ ଧୋନିଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ ବୋଲି ଅନେକ କଳ୍ପନାଜଳ୍ପନା କରାଯାଉଥିଲା, ବିଶେଷକରି…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri