ପାଣି ପାଇଁ ସଖିପଡ଼ାରେ ରାସ୍ତାରୋକୋ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୩ା୧: ଫିରିଙ୍ଗିଆ ବ୍ଲକ ସଖିପଡାରେ ରବିବାର ପୂର୍ବାହ୍ନରେ ପାଣି ପାଇଁ ରାସ୍ତାରୋକ ହୋଇଛି ା ପାଣି ସମସ୍ୟା ପ୍ରଶାସନ ଦୂର କରୁ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ଆନ୍ଦୋଳନ କରିଛନ୍ତିି। ଦୀର୍ଘ ୩ ଘଣ୍ଟା ରାସ୍ତାରୋକୋ ଯୋଗୁ ଫୁଲବାଣୀ-ବାଲିଗୁଡା ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ା ପୋଲିସ, ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରି ପାଣି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକୋ ହଟିଥିଲା ା
ସଖିପଡ଼ାର ଦୁଇଟି ୱାର୍ଡରେ ୩୦୦ରୁ ଅଧିକ ଘର ରହିଛି ା ଲୋକ ସଂଖ୍ୟା ସହ ୭୦୦ରୁ ଉଦ୍ଧର୍‌ବ। ଦୀର୍ଘ ଦିନରୁ ପାଣି ପାଇଁ ଏଠାରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସରକାରଙ୍କ ତରଫରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଠିକ୍‌ ଭାବରେ ଲୋକେ ପାଉ ନାହାନ୍ତି। ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଅବହେଳା ପାଇଁ ପାଣି ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସମସ୍ୟା ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ପୁଣି ରାସ୍ତା ଅବରୋଧ ସହ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଘଟଣାକୁ ନେଇ ସରପଞ୍ଚ ଜଳନ୍ଧର କହଁରଙ୍କୁ ପଚାରିବାରେ ସଖିପଡାରେ ପାଣି ପାଇଁ ଅସୁବିଧା ରହିଛି ା ଲୋକଙ୍କୁ ବୁଝାସୁଝା କରାଯାଇଛି ା ବିଡିଓ ଏବଂ ଯନ୍ତ୍ରୀଙ୍କ ସହ ଆଲୋଚନା କରି ତୁର‘ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ସେହିପରି ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ବିଡିଓ ରଶ୍ମୀ ରଞ୍ଜନ ମହନ୍ତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ଭବାନୀପାଟଣା,୧୯।୫(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ। ମଙ୍ଗଳବାର ସକାଳୁ ସକାଳୁ କଳାହାଣ୍ଡି ଜିଲା ଧର୍ମଗଡ଼ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଟ୍ରମ୍ପଙ୍କ ୟୁଟର୍ନକୁ ଦେଖି କଡ଼ା ଜବାବ ଦେଲା ଇରାନ

ତେହରାନ,୧୯।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ମୁହୂର୍ତ୍ତରେ ଇରାନ ଉପରେ ପ୍ରସ୍ତାବିତ ଆକ୍ରମଣକୁ…

ବ୍ରହ୍ମପୁରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ପୋଲିସକୁ ଖାତିର ନ କରି ଅପରାଧୀମାନେ ପୁଣି ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୋମବାର ରାତି ୯ଟାରେ ବିଜିପୁରର…

ପ୍ରଧାନଶିକ୍ଷକଙ୍କ ଅନୁରୋଧ କ୍ରମେ ବଦଳିଲା ନିଷ୍ପତ୍ତି, ବଢ଼ିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ଫର୍ମ ପୂରଣ ଅବଧି

କଟକ,୧୮।୫(କାର୍ତ୍ତିକ ସାହୁ): ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ ଥିବା ଚଳିତବର୍ଷର ମାଟ୍ରିକ୍‌ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ଓ ରାଜ୍ୟ ମୁକ୍ତ…

IPL Playoff Scenario: ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କଲେ ୩ ଟିମ୍‌; ଏବେ ୫ ଟିମ ମଧ୍ୟରେ ଫାଇନାଲ ସ୍ଥାନ ପାଇଁ ଲଢ଼େଇ

ନୂଆଦିଲ୍ଲୀ,୧୯।୫: ଆଇପିଏଲ ୨୦୨୬ ପ୍ଲେଅଫରେ ତିନୋଟି ଦଳ ପୂର୍ବରୁ ସେମାନଙ୍କର ସ୍ଥାନ ନିଶ୍ଚିତ କରିସାରିଛନ୍ତି। ସୋମବାର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିବା ପରେ, ସନରାଇଜର୍ସ…

ବିସିସିଆଇ ଆର୍‌ଟିଆଇ ପରିସରଭୁକ୍ତ ନୁହେଁ, ପୂର୍ବ ନିର୍ଦ୍ଦେଶରୁ ଓହରିଲେ ସିଆଇସି

ନୂଆଦିଲ୍ଲୀ,୧୯ା୫(ପି.ଟି.): କ୍ରିକେଟ ପ୍ରଶାସନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସର୍ବସାଧାରଣ କାର୍ଯ୍ୟକ୍ରମ ପରିଚାଳନା ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାରତର ପ୍ରତିନିଧିତ୍ୱ ସତ୍ତ୍ୱେ ବିସିସିଆଇକୁ ଏକ ସର୍ବସାଧାରଣ ପ୍ରାଧିକରଣ ଭାବେ ବିବେଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri