ପାଣି ପାଇଁ ସଖିପଡ଼ାରେ ରାସ୍ତାରୋକୋ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୩ା୧: ଫିରିଙ୍ଗିଆ ବ୍ଲକ ସଖିପଡାରେ ରବିବାର ପୂର୍ବାହ୍ନରେ ପାଣି ପାଇଁ ରାସ୍ତାରୋକ ହୋଇଛି ା ପାଣି ସମସ୍ୟା ପ୍ରଶାସନ ଦୂର କରୁ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ଆନ୍ଦୋଳନ କରିଛନ୍ତିି। ଦୀର୍ଘ ୩ ଘଣ୍ଟା ରାସ୍ତାରୋକୋ ଯୋଗୁ ଫୁଲବାଣୀ-ବାଲିଗୁଡା ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ା ପୋଲିସ, ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରି ପାଣି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକୋ ହଟିଥିଲା ା
ସଖିପଡ଼ାର ଦୁଇଟି ୱାର୍ଡରେ ୩୦୦ରୁ ଅଧିକ ଘର ରହିଛି ା ଲୋକ ସଂଖ୍ୟା ସହ ୭୦୦ରୁ ଉଦ୍ଧର୍‌ବ। ଦୀର୍ଘ ଦିନରୁ ପାଣି ପାଇଁ ଏଠାରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସରକାରଙ୍କ ତରଫରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଠିକ୍‌ ଭାବରେ ଲୋକେ ପାଉ ନାହାନ୍ତି। ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଅବହେଳା ପାଇଁ ପାଣି ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସମସ୍ୟା ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ପୁଣି ରାସ୍ତା ଅବରୋଧ ସହ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଘଟଣାକୁ ନେଇ ସରପଞ୍ଚ ଜଳନ୍ଧର କହଁରଙ୍କୁ ପଚାରିବାରେ ସଖିପଡାରେ ପାଣି ପାଇଁ ଅସୁବିଧା ରହିଛି ା ଲୋକଙ୍କୁ ବୁଝାସୁଝା କରାଯାଇଛି ା ବିଡିଓ ଏବଂ ଯନ୍ତ୍ରୀଙ୍କ ସହ ଆଲୋଚନା କରି ତୁର‘ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ସେହିପରି ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ବିଡିଓ ରଶ୍ମୀ ରଞ୍ଜନ ମହନ୍ତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri