କନ୍ଧମାଳ

ବନ୍ଧୁଙ୍କ ଅନ୍ତିମ ସଂସ୍କାର ଯାଉଥିଲେ, ଓଲଟିଲା ଅଟୋ: ଜଣେ ମୃତ ୪ ଆହତ

ଜି.ଉଦୟଗିରି,୯।୧୧(ଚିନ୍ମୟ କୁମାର ସେଠୀ):ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାନବାଗେରି ଗ୍ରାମ ନିକଟରେ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପାଞ୍ଚ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ଙ୍କୁ ଜି.ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ…

କଚ୍ଛପ ଗତିରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୯।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଉପସ୍ବାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ ଆଣି ରୋଗୀଙ୍କ ପାଇଁ ଅଧିକା ସୁବିଧା କରାଯାଉଛି। ହେଲେ ସରକାର କରୁଥିବା ଯୋଜନା ସଠିକ ଭାବେ ତୃଣମୂଳ ସ୍ତରରେ କାର୍ଯ୍ୟକୁ…

ଦାରିଙ୍ଗବାଡିରେ ଡମ୍ପିଂୟାର୍ଡ ନଥିବା ଘଟଣା: ଖବର ପ୍ରକାଶ ପରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରପାଇଁ ପଡ଼ିଲା ଭିତ୍ତିପ୍ରସ୍ତର 

ଦାରିଙ୍ଗବାଡି,୮ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ଓଡ଼ିଶାର କଶ୍ମୀର ଭାବେ ପରିଚିତ। ଶୀତ ଋତୁରେ ଏଠାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ।  ତେବେ ଦାରିଙ୍ଗବାଡ଼ି ବଜାର ସମେତ ପର୍ଯ୍ୟଟନକ୍ଷେତ୍ର ଆଦିରେ କୁଢ଼କୁଢ଼ ଅଳିଆ ଯୋଗୁ ଦାରିଙ୍ଗବାଡକୁ ଆସୁଥିବା ପର୍ଯ୍ୟଟକ ନାକ ଟେକୁଛନ୍ତି। ଏ…

ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ

ବ୍ରାହ୍ମଣୀଗାଁ,୮ା୧୧(ମନୋରଞ୍ଜନ ରଣା): ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ ହୋଇଛନ୍ତି। କନ୍ଧମାଳ ଜିଲା ସୀମାନ୍ତ ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ପଞ୍ଚାୟତର ଡନିଗାଁରେ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଆହତ ଛାତ୍ରମାନେ ହେଲେ ଉକ୍ତ ଗ୍ରାମର…

ଠେଙ୍ଗାବାଡ଼ି ଧରି ଦେଶୀ ମଦଭାଟି ଭାଙ୍ଗିଲେ ମହିଳା, ଶୋଇ ରହିଛି ଅବକାରୀ ବିଭାଗ

ଜି.ଉଦୟଗିରି,୮ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି କକଟୀ ପଦାସାହିର ଉଦୟଜ୍ୟୋତି ମହିଳା ମହାସଂଘ ତରଫରୁ ତୃତୀୟ ଦିନରେ ମଦ ବିରୋଧୀ ଆନ୍ଦୋଳନକୁ ଉଗ୍ର ରୂପ ସହ ଜୋରଦାର କରାଯାଇଛି। ଶୋଇ ରହିଛି ଅବକାରୀ ବିଭାଗ। ମହାସଂଘ ମହିଳାମାନେ ପୂର୍ବ ଦୁଇ…

ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ସପ୍ତାହକ ପରେ ମାଣ୍ଡିପଙ୍କାରେ ଭାଜପା କର୍ମୀ

ଦାରିଙ୍ଗବାଡି,୭।୧୧ (ଅରୁଣ ସାହୁ ):ଦାରିଙ୍ଗବାଡି ଭାଜପା ପକ୍ଷରୁ ଗୁରୁବାର ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ମୃତକ ଓ ଗୁରୁତର ପରିବାରକୁ ଭେଟିଛନ୍ତି । ସେମାନଙ୍କ ପରିବାର ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ…

୬୪୦ ହେକ୍ଟର ଜମିରେ ୨ ଲକ୍ଷ ୭୫ ହଜାର ଗଛ ଲଗାଇବାକୁ ନିଆଯିବ ପଦକ୍ଷେପ

ଦାରିଙ୍ଗବାଡି,୭।୧୧ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଗୁରୁବାର କାର୍ବନ କ୍ରେଡିଟ ପ୍ରୋଜେକ୍ଟର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବେଚ୍ଛାସେବୀ ଅନୁଷ୍ଠାନର ଥିମେଟିକ ମ୍ୟାନେଜର ଅନୁରାଗ ଶର୍ମାଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ଅନୁଷ୍ଠାନର…

ବିଦ୍ୟାଳୟରେ ଝାଡୁ ମାରିବା ଘଟଣା: ଧରିତ୍ରୀରେ ଖବର ପ୍ରକାଶ ପରେ ବିଇଓ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପରିସର ମଧ୍ୟରେ ନିୟମିତ ପାଳି କରି ଝାଡୁ ମାରିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ଘଟଣା ଧରିତ୍ରୀ ପୋର୍ଟାଲରେ ଖବର…

ପିଲାଙ୍କୁ ପାଳି କରି ଝାଡୁ ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି କର୍ତ୍ତୃପକ୍ଷ, ଅଭିଭାବକ ମହଲରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବାବେଳେ ଏବେ ଏକ ଅଜବ ନୀତି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ବିଦ୍ୟାଳୟରେ। ସକାଳ ୮ ଟାରୁ ଆସି ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପରିସର, ଶ୍ରେଣୀଗୃହ…

ଶୁଣିଲାନି ପ୍ରଶାସନ: ୩ କିମି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଶହଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି…

ମୋବାଇଲ ନେଟୱାର୍କ ପାଇଁ ଆନ୍ଦୋଳନ: ୮ ଘଣ୍ଟା ପରେ ଓହରିଲେ , ୩ ଦିନ ଭିତରେ…

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମରେ ଏକାଧିକ ପଞ୍ଚାୟତବାସୀ ଏକାଠି ହୋଇ ଦାରିଙ୍ଗବାଡି ମୋହନାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାକୁ ବୁଧବାର ଅବରୋଧ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ସହ  ପ୍ରାୟ ୮ ଘଣ୍ଟା…

ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ମାଣ୍ଡିପଙ୍କା ଗାଁରେ ପହଞ୍ଚି ତଦନ୍ତ କଲେ ଆରଡିସି, ଜିଲାପାଳ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପାଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri