ବିଚାର ବିଭାଗ ଜମି ମାଡ଼ି ବସିଥିଲେ ଜବରଦଖଲକାରୀ, ମାଟିରେ ମିଶିଲା ୬ ଜଣଙ୍କ କୋଠା

ଦାରିଙ୍ଗବାଡ଼ି,୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ରହିଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗର ଜମିକୁ ୬ ଜଣ ଦୀର୍ଘବର୍ଷ ଧରି ଜବରଦଖଲ କରି ରଖିଥିଲେ। ଏହାକୁ ଶୁକ୍ରବାର ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର ଶରତ ଶବର ଓ ପୋଲିସ ପ୍ରଶାସନ ମିଳିତ ଜବରଦଖଲ ଉଚ୍ଛେଦ କରିଛନ୍ତି।

ପ୍ରକାଶ ଯେ, ବିଚାର ବିଭାଗର ନିଜର ଜମି ପ୍ରାୟ ୩ ଏକର ରହିଛି। ସେଠି ବିଚାର ବିଭାଗର କୋଠା ନିର୍ମାଣ କରାଯାଇ କୋର୍ଟ ଚାଲିଥିବାବେଳେ କର୍ମଚାରୀ ଓ ବିଚାରପତିଙ୍କ ନିଜସ୍ବ ବାସଭବନ ପାଇଁ ରହିଥିବା ଜମିରେ ଅନ୍ୟ ସାଧାରଣ ଲୋକ ଘର କରି ବସବାସ କରୁଥିଲେ। ପ୍ରାୟ ୨୫ ଡେସିମିଲି ଜମି ଲୋକଙ୍କ ଅକ୍ତିଆରରେ ରହିଥିଲା। ଏହାକୁ କୋର୍ଟ ନିଜ ଜମି ପ୍ରଦାନ କରିବାକୁ ତହସିଲକୁ ନିର୍ଦ୍ଦେଶ ଦେବା ପରେ ଜମି ଜବରଦଖଲକାରୀଙ୍କ ହାତରୁ ଆଣିବା ପାଇଁ ଆଇନଗତ ପ୍ରକ୍ରିୟା କରାଯିବା ସହ ସମସ୍ତ ପ୍ରସ୍ତୁତି ଶେଷ ପରେ ଆଜି ଜବରଦଖଲ ଉଚ୍ଛେଦ କରିବାକୁ ପଦକ୍ଷେପ ନିଆଯାଇଥିବା ତହସିଲଦାର ଶରତ ଶବର ପ୍ରକାଶ କରିଛନ୍ତି। ଜବରଦଖଲ ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋ ସମ୍ପ୍ରଦାୟର ମକରରେ ନିଆରା ହେସାରାଘା ପର୍ବ: ନୃତ୍ୟ ଗୀତର ତାଳେତାଳେ ନାଚିଲେ…

ପାଟଣା,୧୮।୧(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗ୍ରାମରେ ଶୁକ୍ରବାର ସାରେରେ ହୋ ସମ୍ପ୍ରଦାୟର ହେଶା ରେଗା ମାର୍ଶାଲ ଯୁବକ ସଂଘ ପକ୍ଷରୁ ମକର...

ପାଟଣା ରେଞ୍ଜରେ ପକ୍ଷୀଗଣନା ଆରମ୍ଭ : ଗତବର୍ଷ ତୁଳନାରେ…

ପାଟଣା,୧୮।୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଶନିବାର ଠାରୁ ପକ୍ଷୀଗଣନା ଆରମ୍ଭ ହୋଇଛି। ରେଞ୍ଜର ଖିରେଇଟାଙ୍ଗିରି ସେକ୍ସନର ବଡ଼ବନ୍ଧ ଏବଂ ରାଜନଗର ନିକଟ ବୈତରଣୀ...

ସ୍ବର୍ଗତଃ ନବ ଦାସଙ୍କ ହତ୍ୟା ଘଟଣା: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଭୁବନେଶ୍ୱର,୧୮।୧: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଆବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦର...

ଜି.ଉଦୟଗିରି ପୂର୍ତ୍ତ ବିଭାଗ ବଙ୍ଗଳାରେ ଅଚାନକ ପହଞ୍ଚିଗଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପରେ…

ଜି.ଉଦୟଗିରି,୧୮ା୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପୂର୍ତ୍ତ ବିଭାଗ ବଙ୍ଗଳାରେ ଅଚାନକ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ...

ଦୀଘା ମୁହାଣରେ ବୁଡ଼ିଲା ମାଛଧରା ଟ୍ରଲର: ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

ଭୋଗରାଇ, ୧୮।୧ ( ପ୍ରଦୀପ ଦାସ ): ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣ ନିକଟରେ ଏକ ମାଛଧରା ଟ୍ରଲର ବଡିଯାଇଛି। ମାଛ ମାରି କୂଳକୁ...

ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ପୀଡିତାଙ୍କୁ ଭେଟିଲେ କଂସ ଅଭିନେତା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ...

ମାଲକାନଗିରିରୁ ରୋଗୀ ନେଇଯାଉଥିବା ବସ୍‌ ବିଶାଖାପାଟଣାରେ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨ ଜୀବନ

ମାଲକାନଗିରି,୧୮।୧(ଦୁର୍ଯ୍ୟୋଧନ ପାତ୍ର): ବିଶାଖାପାଟନମସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସ୍‌ର ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ବିଶାଖାପାଟନମ...

ବାଳସୁଧାର ଗୃହକୁ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ବାଇକ ସହ ଗଞ୍ଜେଇ ଜବତ ଘଟଣାରେ ଗଞ୍ଜାମ ଜିଲା ପାଟପୁର ଥାନା ଏସ୍‌ଆଇ ହିମାଂଶୁ ପାତ୍ର ଶୁକ୍ରବାର ଅଭିଯୁକ୍ତଙ୍କୁ ଥାନା ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri