ମଧ୍ୟାନ୍ନ ଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ୧୧ ଗୁରୁତରଙ୍କୁ….

ଦାରିଙ୍ଗବାଡି, ୭/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗାବାଡି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଖାଇ ୩୬  ଅସୁସ୍ଥ ହୋଇପଡ଼ିଥିବା ଘଟଣା ସମସ୍ତ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ସିମନବାଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଅଧିକା ଚିକିତ୍ସା ପାଇଁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଧିକା ଚିକିତ୍ସା ପାଇଁ ପଠାଯାଇଥିଲା ଏବଂ ୨୫ ଛାତ୍ରୀଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇଦିଆଯାଇଛି | ଦାରିଙ୍ଗବାଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିରରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଇନଚାର୍ଜ ଡ଼ଃ ଜାକେଶ ସାମନ୍ତରାୟ କହିଛନ୍ତି | ବିଡିଓ ପ୍ରୀତିରଞ୍ଜନ ରଥ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଏବିଇଓ ଗୋକୁଳାନନ୍ଦ ନାୟକ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରୀମାନେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି |ପ୍ରକାଶ ଯେ, ଶନିବାର ମଧ୍ୟାହ୍ନଭୋଜନ ଖାଇବା ପରେ ୩୬ ଛାତ୍ରୀଛାତ୍ରଙ୍କ ପେଟ କାଟିବା ଓ ପରେ କିଛି ଜଣଙ୍କୁ ବାନ୍ତି ହୋଇଥିଲା। ସମସ୍ତ ଛାତ୍ରୀଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ଓ ସହକାରୀ ଶିକ୍ଷୟିତ୍ରୀ, ସିଆରସିସି ଶିବ ଶଙ୍କର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆରକେଲ ପ୍ରଧାନ ପ୍ରମୁଖ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଛାତ୍ରୀଛାତ୍ରଙ୍କ ଅଭିଯୋଗ ପ୍ରକାରେ ମଧ୍ୟାହ୍ନ ଭୋଜନରେ ଭାତ ଏବଂ ଅଣ୍ଡା ଖାଇବାକୁ ଦିଆଯାଇଥିଲା ତେବେ ଭାତ ଖଟା ଲାଗୁଥିବା ଓ ତାକୁ ଖାଇବା ପରେ ପିଲାଙ୍କୁ ପେଟ କାଟିବା ଆରମ୍ଭ ହୋଇଥିଲା। କିଛି ଛାତ୍ରୀଛାତ୍ର ଉକ୍ତ ମଧ୍ୟାହ୍ନ ଭୋଜନକୁ ଫୋପାଡ଼ି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୨୬୪ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ୨ଜଣ ଅନୁପସ୍ଥିତ ରହିଥିଲେ। କେଉଁ ପରିସ୍ଥିତିରେ ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି। ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦୀର୍ଘ ଦିନ ହେଲା ଉକ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ଦାୟିତ୍ୱ ନେଇଥିବା ବେଳେ ଏହାର ତଦାରଖ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ, ସିଆରସିସି, ବିଇଓ, ଏବିଇଓନ୍‌ଙ୍କ ଦାୟିତ୍ୱ ରହିଛି। ଯାହାକି ଅହେତୁକ ଅବହେଳା କରାଯାଇଥିବା ଅଭିଭାବକ ମାନେ ଅଭିଯୋଗ କରିବା ସହ ମଧ୍ୟାହ୍ନ ଭୋଜନ ରୋଷେଇ ଦାୟିତ୍ୱରେ ରହିଥିବା ମହିଳାମାନେ ଘଟଣା ସ୍ଥଳକୁ ନ ଆସିବାରୁ କେଉଁ ପରିସ୍ଥିତିରେ ଖାଦ୍ୟ ଖଟା ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ଚିକିତ୍ସା କରୁଥିବା ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଅବିନାଶ ମଲିକ କହିଛନ୍ତି ଖାଦ୍ୟ ଖାଇବା ପରେ ଏଭଳି ଏତେଗୁଡ଼ିଏ ପିଲାଙ୍କୁ ସ୍ବାସ୍ଥ୍ୟ ଖରାପ ହେଲା ଏହା ଖାଦ୍ୟ ବିଷାକ୍ତ ହୋଇଥାଇପାରେ ବୋଲି ସେ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ମିଳିଲା ହାତୀର ମୃତଦେହ: ତଦନ୍ତ ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ...

ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ…

ଆନନ୍ଦପୁର,୧୮।୧(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜଲା ଆନନ୍ଦପୁର ଥାନା ବିରିଡିହା ଛକ ନିକଟରେ ପିକପଭ୍ୟାନ ଧକ୍କାରେ ମାମୁ ଭାଣିଜୀ ଗୁରୁତର ହୋଇଛନ୍ତି। ଶନିବାର ସକାଳୁ ବିରିଡିହା ରଣାସାହି...

ବଢୁଛି ଶୀତ: ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି,୧୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଅସହ୍ୟ ଶୀତ ହେଉଛି। ଗତ ୩ ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ଶନିବାର ସର୍ବନିମ୍ନ...

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ/କୈଳାଶ ଚନ୍ଦ୍ର ପଟ୍ଟନାୟକ): ସମଗ୍ର ଚିଲିକାରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚିଲିକାକୁ ଆଗମନ କରିଥିବା ବିଦେଶାଗତ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା ଚାଲିଛି।...

ଅଧିକାରୀ ବଦଳୁଛନ୍ତି, ଉଚ୍ଛେଦ ହେଉନି

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରର ବ୍ୟସ୍ତବହୁଳ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ସରକାରୀ କଳ ହାତ ବାନ୍ଧି ବସିବା...

ଜିଲା ପରିଷଦ ସଦସ୍ୟ-ସରପଞ୍ଚ ମୁହାଁମୁହିଁ, ଥାନାରେ ମାମଲା

ହାଟଡ଼ିହୀ/ଛେନାପଦି,୧୮ା୧(ଶୁଭକାନ୍ତ ନାୟକ/ ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ବିଧାୟକ ଭାବେ ଗଡ଼ ଦଖଲ କରିଛନ୍ତି। ହେଲେ ନିର୍ବାଚନମଣ୍ଡଳୀରେ ଏବେ...

ବୁଲାବୁଲି ସାରି ଘରକୁ ଫେରୁଥିଲେ, ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍‌

ବାଲିଗୁଡା,୧୭।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତିରେ ବଡ଼ ଦୁର୍ଘଟଣା ଘଟିଛି।...

ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା, ୧୭ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା କୋର୍ଟ ପରିସର ବାହାରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପୋକ୍‌ସୋ ମାମଲାରେ ସାକ୍ଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri