ଦାରିଙ୍ଗବାଡିରେ ଆରମ୍ଭ ହେଲାକଫି ସଂଗ୍ରହ: ଏହି ସଂସ୍ଥାକୁ ଦିଆଗଲା ଦାୟିତ୍ୱ

ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ ): ଦାରିଙ୍ଗବାଡିକୁ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାର ଉନ୍ନତି ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଉଛନ୍ତି। ତେବେ ଚଳିତ ବର୍ଷ ବାଲିଗୁଡା ଆଇଟିଡିଏ (ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ) ପକ୍ଷରୁ କଫି ଗଛରୁ କଫି ତୋଳିବା ଓ ତାର ପ୍ରସ୍ତୁତି କରି ମଞ୍ଜି (ବିହନ )କୁ କୋରାପୁଟ ପଠାଇ ଚୂଡାନ୍ତ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରାୟ ପଚାଶ ଜଣ ମହିଳା କଫି ତୋଳିବା ପାଇଁ ଏକ ସପ୍ତାହ ହେଲା କାର୍ଯ୍ୟରେ ଲାଗିଥିବା ବେଳେ ଅନ୍ୟ କିଛି ଶ୍ରମିକ କଫିକୁ ପାଣିରେ ଧୋଇବା ଓ ତାକୁ ଅନ୍ୟ ଏକ ମେଶିନରେ ମଞ୍ଜି ବାହାର କରିବା ଏବଂ ମଞ୍ଜିକୁ ବେଡରେ ଶୁଖାଇବା କାର୍ଯ୍ୟ କରୁଛନ୍ତି। ଏହି ପ୍ରାଥମିକ ପ୍ରସ୍ତୁତୀ କରିବା ପରେ ସମସ୍ତ ମଞ୍ଜି ଶୁଖିବା ପରେ ତାକୁ କୋରାପୁଟ କଫିକୁ ଚୂଡାନ୍ତ ପ୍ରସ୍ତୁତି ପାଇଁ ପଠାଯିବା ବ୍ୟବସ୍ଥା କରାଯିବ ବୋଲି ବାଲିଗୁଡା ଆଇଟିଡିଏ କାର୍ଯ୍ୟାଳୟର ଏସଏମଏସ ଜନାଥନ ଦିଗାଲ କହିଛନ୍ତି।
ପ୍ରକାଶ ଯେ, ଗତବର୍ଷ କଫି ତୋଳିବା ବନ୍ଦ କରିଦିଆଯିବାରୁ ଲକ୍ଷାଧିକ ଟଙ୍କାର କଫି ଚୋରି ହେବା ସହ ଦଲାଲ ମାଲାମାଲ ହୋଇଥିଲେ। ପୂର୍ବରୁ ଅର୍ଥାତ ୨୦୨୨ /୨୩ ଆର୍ଥିକ ବର୍ଷରେ ରାଜ୍ୟସରକାରଙ୍କ Tdccol (ଟି ଡି ସି ସି ଓ ଏଲ )ଟ୍ରାଇବଲ ଡେଭଲପମେଣ୍ଟ କୋ-ଅପରେଟିଭ କରପୋରେଶନ ଅଫ ଓଡ଼ଶା ଏଲ୍‌ଟିଡି ପ୍ରଥମ ଥର ପାଇଁ କଫି ମଞ୍ଜି ସଂଗ୍ରହ କରି ପ୍ରାଥମିକ ପ୍ରସ୍ତୁତ କରି ପ୍ରାୟ ୧୮ ଟନ୍‌ କଫି ମଞ୍ଜି ସଂଗ୍ରହ କରିଥିଲା।
କୋଭିଡ ପୂର୍ବରୁ ଏକ ଘରୋଇ ଅନୁଷ୍ଠାନକୁ କଫି ବଗିଚା ଲିଜ ସୂତ୍ରରେ ଦିଆଯାଇଥିବା ବେଳେ ଦିର୍ଘ ବର୍ଷ ଧରି ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିଲା ସୂଚନାଯୋଗ୍ୟ, ସରକାରଙ୍କ ଜଳ ବିଭାଜନ ତଥା ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ କଫି ବଗିଚା ରହିଥିବା ବେଳେ ପର୍ଯ୍ୟଟକଙ୍କଠାରୁ ବଗିଚା ବୁଲିବା ପାଇଁ ଟିକେଟ ସଂଗ୍ରହ କରାଯାଉଥିଲେ ସୁଦ୍ଧା କଫି ବଗିଚାର ସୌନ୍ଦର୍ଯ୍ୟକରଣ, ପର୍ଯ୍ୟଟକଙ୍କ ପାଇଁ କୌଣସି ମୌଳିକ ସୁବିଧା ନଥିବା ଜଣାପଡିଛ। ସରକାର କଫି ବଗିଚାକୁ ଉନ୍ନତି କରିବା ସହ କଫିର ପ୍ରସ୍ତୁତିୁପାଇଁ ସମସ୍ତ ସୁବିଧା କରାଇଲେ ଦାରିଙ୍ଗବାଡି କଫିର ଚାହିଦା ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ...

ଶ୍ରୀମନ୍ଦିରରେ ଟଳିପଡ଼ିଲେ ସୁଆର ବଡୁ ସେବାୟତ

ପୁରୀ,୧୫ା୧(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ସମୟରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଶ୍ରୀମନ୍ଦିରରେ...

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି।...

ଗଞ୍ଜାମ ଜିଲାରେ ବର୍ଦ୍ଧିତ ଭତ୍ତା ପାଇଲେ ୨୬୧୩୪ ଜଣ ହିତାଧିକାରୀ

ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ସରକାର ଲୋକଙ୍କ ହିତ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପେନ୍‌ସନ୍‌ ଯୋଜନା ଅନ୍ୟତମ। ଯୋଗ୍ୟ ହିତାଧିକାରୀ ତଥା ଦିବ୍ୟାଙ୍ଗ, ବିଧବା,...

୩ ବ୍ୟବସାୟୀଙ୍କୁ ଲହୁଲୁହାଣ କରି ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଉମରକୋଟ,୧୫ା୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଥମୁନି ଲୁଟେରାଙ୍କ ଆତଙ୍କରାଜ। ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଦୁଇ ଦିନ ତଳେ...

୧୯, ୧୦୬ ଜଣ ହିତାଧିକାରୀ ପାଇଲେ ବର୍ଦ୍ଧିତ ଭତ୍ତା

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ): ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା। ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ଅଧୀନରେ ବୃଦ୍ଧାବୃଦ୍ଧଙ୍କୁ ମିଳିବ...

ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ବାର୍‌କୋଡ୍‌

କଟକ,୧୫ା୧:(କାର୍ତ୍ତିକ ସାହୁ): ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷ ନୂତନ ପଦକ୍ଷେପ ନିଆଯାଇଛି। ଏଥର ମାଟ୍ରିକ୍‌ ପରୀକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri